Posted inଖେଳ

ଟେଷ୍ଟ ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ; ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ହେଲେ ଶୁକ୍ରବାର ବିସିସିଆଇ ଅଷ୍ଟ୍ରେଲିଆ ସିରିଜ ଲାଗି ଦଳ ଘୋଷଣା କରିଛି। ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଘୋଷଣା କରାଯାଇଥିବା ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିଛି। ହେଲେ ପ୍ରଶଂସକମାନେ ଏହି ଫର୍ମାଟରେ ତାଙ୍କ ଚୟନକୁ ନେଇ ଖପ୍ପା ହୋଇଛନ୍ତି। ଟି୨୦ ଫର୍ମାଟରେ ସେ ରନ୍‌ କରୁଥିବା ବେଳେ ଲମ୍ବା ଫର୍ମାଟରେ ନିଜକୁ ସାବ୍ୟସ୍ତ କରିବାକୁ ପଡ଼ିପାରେ ବୋଲି ଅନେକେ କହୁଛନ୍ତି। ଏହାଛଡ଼ା ମୁମ୍ବାଇର ସରଫରାଜ ଖାଁଙ୍କୁ ଦଳରେ ସାମିଲ କରାଯାଇ ନ ଥିବା ନେଇ ମଧ୍ୟ ପ୍ରଶ୍ନ କରାଯାଉଛି।

ସରଫରାଜ ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛନ୍ତି। ରଣଜୀ ଟ୍ରଫି ସିଜନରେ ସରଫରାଜ ମୁମ୍ବାଇ ପାଇଁ ୪୩୧ ରନ୍‌ କରିଛନ୍ତି। ଏଥିରେ ୨ ଶତକ ଏବଂ ୧ ଅର୍ଦ୍ଧଶତକ ରହିଛି। ଗତ ସିଜନରେ ମଧ୍ୟ ସେ ମାତ୍ର ୬ ମ୍ୟାଚ୍‌ରେ ୯୮୨ ରନ୍‌ କରିଥିଲେ। ଏହାକୁ ନେଇ କ୍ରିକେଟ ପ୍ରଶଂସକମାନେ ଦଳ ଚୟନ ପ୍ରକ୍ରିୟାକୁ ନେଇ ବର୍ଷିଛନ୍ତି। ସୋସିଆଲ ମିଡିଆରେ ସେମାନେ ନିଜର ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି। ସରଫରାଜଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଚୟନ କରାଯିବା ରଣଜୀ ଟ୍ରଫିର ଅପମାନ ବୋଲି ସେମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri