ବମ୍ପର ରୋଜଗାର ପରେ ଶସ୍ତା ହେଲା ‘ପଠାନ’ ଟିକେଟ୍‌

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର କ୍ରେଜ୍‌ ରହିଛି। ତେବେ ଶାହରୁଖଙ୍କ ‘ପଠାନ’ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୯୬୪ କୋଟି ଟଙ୍କା ସଂଗ୍ରହ କରିଛି ଏବଂ ୧୦୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ଅଳ୍ପ ଦୂର ରହିଛି। ଏଥିସହିତ ଭାରତୀୟ ବକ୍ସ ଅଫିସରେ ‘ପଠାନ’ ୫୦୦ କୋଟି ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ‘ପଠାନ’କୁ ନେଇ ଦର୍ଶକଙ୍କ ଠାରୁ ମିଳିଥିବା ଭଲପାଇବା ଦେଖି ନିର୍ମାତା ଏକ ନିଷ୍ପତ୍ତି ନେଇଛନ୍ତି। ନିର୍ମାତା ଫେବୃୟାରୀ ୧୭ରେ ‘ପଠାନ’ର ଟିକେଟ୍‌କୁ ଶସ୍ତା କରିଦେଇଛନ୍ତି। ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଟୁଇଟ୍‌ରେ ଫେବୃୟାରୀ ୧୭ରେ‘ପଠାନ’ର ଟିକେଟ ମୂଲ୍ୟ ହ୍ରାସ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ‘ପଠାନ’ ୫୦୦ କୋଟି ଅତିକ୍ରମ କରିବା ପରେ ଓ୍ବାଇଆର୍‌ଏଫ୍‌ ପଠାନ ଦିବସ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ରେ ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା ରହିବ।

 

Share