ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ ଜାଣିବାକୁ ଚାହାନ୍ତି। ତେବେ ସିନେ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ପ୍ରଶଂସକ ଜାଣନ୍ତିନି ସେମାନେ ବିବାହିତ। ତେବେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ….

ରାଧିକା ଆପ୍ଟେ
ରାଧିକା ଆପ୍ଟେ ୨୦୧୨ ମସିହାରେ ବିଦେଶୀ ସଙ୍ଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କକୁ ଏକ ବର୍ଷ ପାଇଁ ଲୁଚାଇ ରଖିଥିଲେ। କୁହାଯାଏ ଯେ, ସେମାନେ ୨୦୧୧ରେ ସାକ୍ଷାତ କରିଥିଲେ। ଯେତେବେଳେ ରାଧିକା ସମସାମୟିକ ନୃତ୍ୟ ଶିଖିବାକୁ ଲଣ୍ଡନ ଯାଇଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ରାଧିକାଙ୍କ ସ୍ବାମୀ ଲଣ୍ଡନରେ ରୁହନ୍ତି।

ସୁର୍ବିନ ଚାଓ୍ବଲା
ସୁର୍ବିନ ଚାଓ୍ବଲା ୨୮ ଜୁଲାଇ ୨୦୧୫ରେ ଇଟାଲୀରେ ବ୍ୟବସାୟୀ ଅକ୍ଷୟ ଠାକୁରଙ୍କୁ ବିବାହ କରିଥିଲେ। ସୁର୍ବିନ ଅକ୍ଷୟଙ୍କୁ ୨୦୧୩ ରେ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେ ଫିଲ୍ମ ‘ହେଟ୍‌ ଷ୍ଟୋରୀ-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ମାହି ଗିଲ
ଅନେକ ଚଳଚ୍ଚିତ୍ରରେ ବୋଲ୍ଡ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହି ଗିଲ ମଧ୍ୟ ବିବାହିତ। ସେ ବହୁତ ଶୀଘ୍ର ବିବାହ କରିଥିଲେ। ଏକ ସାକ୍ଷାତକାରରେ, ମାହି ସ୍ବୀକାର କରିଛନ୍ତି ଯେ, ମୋର ପ୍ରଥମ ବିବାହ ସମୟରେ ମୋର ବୟସ ହୋଇ ନ ଥିଲା। ଖବର ଅନୁଯାୟୀ, ମାହି ବର୍ତ୍ତମାନ ଗୋଆର ଏକ ହୋଟେଲ ମାଲିକଙ୍କୁ ଡେଟ୍‌ କରୁଛନ୍ତି। ମାହି ଗିଲଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି।

ଆଦିତି ରାଓ ହାଇଦରୀ
ଆଦିତି ରାଓ ହାଇଡାରୀ ୨୧ ବର୍ଷ ବୟସରେ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାତ୍ର ଏହି କଥାକୁ ଆଦିତ ବଲିଉଡ୍‌ରେ ପ୍ରବେଶ ସମୟରେ ଲୁଚାଇ ରଖିଥିଲେ। ତେବେ ଉଭୟଙ୍କ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି। ତାଙ୍କ ସ୍ବାମୀ ବର୍ତ୍ତମାନ ନୀତା ଗୁପ୍ତାଙ୍କ ଝିଅ ମାସାବାଙ୍କୁ ଡେଟ କରୁଛନ୍ତି।

ନାରାୟଣୀ ଶାସ୍ତ୍ରୀ
ନାରାୟଣୀ ଶାସ୍ତ୍ରୀ ୨୦୧୫ ମସିହାରେ ବିଦେଶୀ ପ୍ରେମିକ ଷ୍ଟିଭେନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେତାହା ପ୍ରକାଶ କରିଥିଲୋ। ନାରାୟଣୀ ସେତେବେଳେ କହିଥିଲେ- ‘ମୁଁ ମୋର ବିବାହ ବିଷୟରେ ଜଣାଇବାକୁ ଚାହୁଁ ନ ଥିଲି। ମୁଁ ତାଙ୍କୁ ଭଲ ପାଉଥିଲି ପରେ ବିବାହ କରିଥିଲି ଏବଂ ମୁଁ ବହୁତ ଖୁସି ଅଛି’। ନାରାୟଣୀ ଶାସ୍ତ୍ରୀଙ୍କ ସ୍ବାମୀ ଲଣ୍ଡନରୁ ଆସି ଗତ ଦଶ ବର୍ଷ ଧରି ମୁମ୍ବାଇରେ ରହୁଛନ୍ତି।

Share