Posted inଖେଳ

IND vs AUS Final: ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୁରକ୍ଷା କର୍ମୀଙ୍କୁ ଭେଦ କରି କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି। ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା।

୧୪ ତମ ଓଭରରେ ଏହି ଘଟଣା ଘଟିଥିଲା ଯେତେବେଳେ ଜଣେ ପ୍ରଶଂସକ ସୁରକ୍ଷା କର୍ଡନକୁ ଚକମା ଦେବା ସହ ପଡ଼ିଆକୁ ଯିବାରେ ସଫଳ ହୋଇଥିଲେ। ପ୍ରଶଂସକ ଜଣକ ତାଙ୍କର ଏକ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ “ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର” ଲେଖାଥିଲା ଏବଂ ତାଙ୍କ ସହ ପାଲେଷ୍ଟାଇନ ପତାକା ମଧ୍ୟ ଧରିଥିଲେ। ଏପରିକି ତାଙ୍କ ଫେସ୍ ମାସ୍କରେ ପାଲେଷ୍ଟାଇନ ପତାକା ରହିଥିଲା। ତେବେ ପଡିଆରେ ପ୍ରବେଶ କରିବା ପାଇଁ ସୁରକ୍ଷା ଭଙ୍ଗ କରିଥିବା ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି ।

ତେବେ ଫାଇନାଲ ମୁକାବିଲାରେ ଆରମ୍ଭରୁ ଭାରତର ଉଭୟ ଓପନିଂ ବ୍ୟାଟର ଭଲ ଖେଳୁଥିଲେ ମଧ୍ୟ ପ୍ରଥମେ ଶୁଭମନ ଗିଲ, ରୋହିତ ଶର୍ମା (୪୭) ଙ୍କ ପରେ ଶ୍ରେୟସ୍ ଆୟର ପ୍ୟାଭିଲିୟନ ଫେରିସାରିଛନ୍ତି। ଗିଲ ୭ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟସ ୩ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫଳରେ ଭାରତ ୧୨ ଓଭରରେ ୮୨ ରନ କରି ତୃତୀୟ ୱିକେଟ୍ ହରାଇ ସଂକଟରେ ପଡିଥିଲା। ପରେ କୋହଲି ଏବଂ କେଏଲ ରାହୁଲ କ୍ରିଜରେ ଭାରତୀୟ ଇନିସ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri