Posted inଖେଳ

ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀ

ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇ ସାରିଛି। ଏଥିରେ ହକି, ଆଥ୍‌ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ ସ୍ଥାନ ପାଇଥିଲା। ଏହାର ଦ୍ୱିତୀୟ ତଥା ଅନ୍ତିମ ଭାଗକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା…

ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇସାରିଛି। ଏଥିରେ ହକି, ଆଥ୍‌ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ ସ୍ଥାନ ପାଇଥିଲା। ଏହାର ଦ୍ୱିତୀୟ ତଥା ଅନ୍ତିମ ଭାଗରେ ଫୁଟ୍‌ବଲ, ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ଭଲିବଲ ଆଦି ଇଭେଣ୍ଟରେ ଲୋକପ୍ରିୟତା ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ସ୍ଥାନିତ କରାଯାଇଛି। ଏହା ମଧ୍ୟରେ ଅଛନ୍ତି ୩ ଲୋକପ୍ରିୟ ଭ୍ରାତା ବିଜୁ ପଟ୍ଟନାୟକ, ଡ. ଜର୍ଜ ପଟ୍ଟନାୟକ ଓ ସିଜୁ ପଟ୍ଟନାୟକ। ଏହି ମହାନ୍‌ କ୍ରୀଡ଼ାବିତ୍‌ମାନେ ୧୯୩୦ ଦଶକରେ ଓଡ଼ିଶା ଫୁଟ୍‌ବଲ ଓ ଆଥ୍‌ଲେଟିକ୍ସରେ ପ୍ରସିଦ୍ଧି ଲାଭ କରିଥିଲେ।
ଫୁଟ୍‌ବଲ
ଦେବେନ୍ଦ୍ର ସିଂ ଓ ନରେନ୍ଦ୍ର ସିଂ
ଦେବେନ୍ଦ୍ର ସିଂ (୧୯୪୩-ଜନ୍ମ)- ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିରେ ଦେବେନ୍ଦ୍ର ସିଂ ଜଣେ ପ୍ରବୀଣ ଡିଫେଣ୍ଡର ଭାବେ ବହୁବର୍ଷ ଧରି ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ଦଳର ସଫଳ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ସାନଭାଇ ନରେନ୍ଦ୍ର ସିଂ ମଧ୍ୟ ୧୯୬୭ରେ ବଡ଼ଭାଇ ଦେବ ସିଂଙ୍କ ସହ ରାଜ୍ୟ ଦଳର ସଦସ୍ୟ ଭାବେ ଓଡ଼ିଶାକୁ ସେମିଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅମରେନ୍ଦ୍ର ପାତ୍ର ଓ ଶୁଭେନ୍ଦୁ ପାତ୍ର
ଅମରେନ୍ଦ୍ର ପାତ୍ର (୧୯୩୦-୨୦୧୫) ଓଡ଼ିଶା ଫୁଟ୍‌ବଲର ଜଣେ ଦକ୍ଷ ପୁରୋଭାଗ ଖେଳାଳି ଭାବେ ୧୯୫୨ରୁ ୧୯୬୪ ମଧ୍ୟରେ ରାଜ୍ୟକୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ସାନଭାଇ ଶୁଭେନ୍ଦୁ ପାତ୍ର ମଧ୍ୟ ୧୯୬୭ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଖେଳିଥିଲେ।
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଗୀତାଞ୍ଜଳି ସାମନ୍ତରାୟ
ଶ୍ରଦ୍ଧାଞ୍ଜଳି- ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳ ପକ୍ଷରୁ ଏସିଆନ ଚାମ୍ପିୟନଶିପ୍‌, ଏଏଫ୍‌ସି, ଏସୀୟ କ୍ରୀଡ଼ା, ଅଲିମ୍ପିକ୍ସ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ଏକାଧିକ ଥର ଖେଳିବା ସହ ତାଙ୍କ ନେତୃତ୍ୱରେ ଓଡ଼ିଶାକୁ ଜାତୀୟ କ୍ରୀଡ଼ା ଓ ଚାମ୍ପିୟନଶିପ୍‌ରେ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ବଡ଼ଭଉଣୀ ଗୀତାଞ୍ଜଳି ରାଜ୍ୟ ଦଳର ପ୍ରଥମ ଅଧିନାୟିକା ଭାବେ ରାଜ୍ୟକୁ ଏକାଧିକ ଥର ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ।
ବ୍ୟାଡ୍‌ମିଣ୍ଟନ
ଅସୀମ ଦାସ ଓ ସୁସୀମ ଦାସ
ଅସୀମ ଦାସ (ଜ-୧୯୪୧) ୧୯୬୨ରୁ ୧୯୬୪ ମଧ୍ୟରେ ବ୍ୟାଡ୍‌ମିଣ୍ଟନରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ବହୁବର୍ଷ ଧରି ଟ୍ରିପଲଜମ୍ପ (ଆଥଲେଟିକ୍‌)ରେ ରାଜ୍ୟ ରେକର୍ଡର ଅଧିକାରୀ ଥିଲେ। ସାନଭାଇ ଡ. ସୁସୀମ ଦାସ ୧୯୭୫ ଏବଂ ୧୯୭୬ରେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳିଥିଲେ। ୨ଭାଇଙ୍କ ଯୋଡ଼ି ଏକାଧିକ ଥର ରାଜ୍ୟ ‘ଡବଲ୍ସ ଚାମ୍ପିୟନ’ ଟାଇଟଲ ହାସଲ କରିଥିଲା।
ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡା
ବିଗତ କିଛିବର୍ଷ ଧରି ୨ ପଣ୍ଡା ଭଉଣୀ ରାଜ୍ୟ ତଥା ଦେଶର ବ୍ୟାଡ୍‌ମିଣ୍ଟନ ସେନ୍‌ସେଶନ ଭାବେ ଉଭାହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି।
ଋତପର୍ଣ୍ଣା (ଜନ୍ମ-୧୯୯୯) ସାନଭଉଣୀ ଶ୍ୱେତପର୍ଣ୍ଣା (ଜ-୨୦୦୫)ଙ୍କୁ ପାର୍ଟନର କରି ଏକାଧିକ ଜାତୀୟ ଟାଇଟଲ ଜିତିବା ସହ ଭାରତକୁ ଉବର କପ୍‌ (୨୦୨୧) ଓ ସୁଦିରମାନ କପ୍‌ (କିଡାମ୍ବି ଶ୍ରୀକାନ୍ତଙ୍କର ପାର୍ଟନର ଭାବେ) ସଫଳତାର ସହ ଭାଗ ନେଇଛନ୍ତି। ଶ୍ୱେତପର୍ଣ୍ଣା ବଡ଼ଭଉଣୀଙ୍କ ସହ ପାର୍ଟନର ହୋଇ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଛନ୍ତି।
ଅରୂପାନନ୍ଦ/ଅଭିନ୍ନ ରାଉତରାୟ
ଓଡ଼ିଶା କ୍ରୀଡ଼ାରେ ଅରୂପାନନ୍ଦ ରାଉତରାୟ ଏକ ବହୁ ପରିଚିତ ନାମ। ସେ ୬୦ ଓ ୭୦ ଦଶକରେ ଓଡ଼ିଶା ଓ ସର୍ଭିସେସ୍‌ ପକ୍ଷରୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିନିଧିତ୍ୱ କରିଥିଲେ। କେବଳ ସେତିକି ନୁହେଁ, ୬୦ ଦଶକର ମଧ୍ୟଭାଗରେ ସେ ଏକମାତ୍ର ଓଡ଼ିଶା ଖେଳାଳିଭାବେ ଭାରତୀୟ ସିନିୟର ବାସ୍କେଟ୍‌ବଲ ଦଳ ପକ୍ଷରୁ ଖେଳିବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ସାନଭାଇ ଅଭିନ୍ନ ରାଉତରାୟ ଓଡ଼ିଶା ପକ୍ଷରୁ ଜାତୀୟ ସିନିୟର ଟୁର୍ନାମେଣ୍ଟରେ ଖେଳିଥିଲେ।
ଗଗନେନ୍ଦୁ/ଲୋତକବିନ୍ଦୁ
ଜଗତ୍‌ସିଂହପୁରର ଗଗନେନ୍ଦୁ ଦାଶ ଓ ଲୋତକବିନ୍ଦୁ ଦାଶ ଓଡ଼ିଶା ଭଲିବଲରେ ପରିଚିତ ନାମ। ସାନଭାଇ ଲୋତକ ୧୯୯୦ରେ ଭାରତୀୟ ଜୁନିୟର ଦଳ ପକ୍ଷରୁ ଖେଳିଥିଲେ। ସମ୍ପ୍ରତି କିଟ୍‌ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ଭଲିବଲ ଆସୋସିଏଶନର ମୁଖ୍ୟ ଥିବା ଗଗନେନ୍ଦୁ ମଧ୍ୟ ଜଣେ ଭଲିବଲ ଖେଳାଳିଭାବେ ବେଶ୍‌ ପରିଚିତ।
ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ଖାଲ୍‌କୋ ଭ୍ରାତା (ପରମାନନ୍ଦ ଓ ନିତି ଖାଲ୍‌କୋ) ୬୦ ଦଶକରେ ଫୁଟ୍‌ବଲରେ, ପଟେଲ ଭ୍ରାତା (ଅରୁନ ପଟେଲ, କନକ ପଟେଲ ଏବଂ ମୁକୁନ୍ଦ ପଟେଲ (ସମ୍ପର୍କୀୟ ଭାଇ) ୭୦ ଦଶକରେ କ୍ରିକେଟରେ, କଟକର ସାମଲ ଭ୍ରାତା (ମାନସ ଓ ସୁରେଶ ସାମଲ) ଫୁଟ୍‌ବଲରେ, ପଢ଼ିଆରୀ ଭ୍ରାତା (ବିକାଶ ଓ ଭାବଗ୍ରାହୀ) ଫୁଟ୍‌ବଲରେ ଏବଂ ବର୍ତ୍ତମାନର ଓରାମ ଭ୍ରାତା ରାକେଶ ଓ ବିକି ଓରାମ (ରାକେଶ ଓଡ଼ିଶାକୁ ଓ ବିକି କର୍ନାଟକ ଦଳର ସଦସ୍ୟ) ଫୁଟ୍‌ବଲରେ ଜାତୀୟ ପ୍ରତିଯୋଗିତାରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି।

(ଭାଗ-୨)


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇନା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri