ପ୍ରସିଦ୍ଧ ଶକ୍ତିପୀଠ ଜଗରିଜୋର ହାଟ ଶ୍ୟାମାକାଳୀ ପୀଠ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୬୦ ବର୍ଷ ପୂର୍ବେ ବଙ୍ଗୋପସାଗର କୂଳରେ ଜଗରିଜୋର ହାଟ ଜଙ୍ଗଲ, ନଦୀନାଳ ଘେରା ଅଞ୍ଚଳରେ ପରିପୂର୍ଣ୍ଣ ଥିଲା। ଏହି ସମୟରେ ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନଙ୍କ ବାସସ୍ଥଳୀ ମଧ୍ୟରେ ଜଗରିଜୋର ସାପ୍ତାହିକ ହାଟଥିଲା। ବିଭିନ୍ନ ଅଞ୍ଚଳରୁ ଏହି ହାଟକୁ ବ୍ୟବସାୟୀମାନେ ପସରା ମେଲାଇବାକୁ ଆସିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳରେ ଓଡ଼ିଆ, ବଙ୍ଗୀୟମାନେ ବସବାସ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗୀୟମାନଙ୍କ ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀ। ସେଥିପାଇଁ ସେମାନେ ପ୍ରଥମେ ଦକ୍ଷିଣ ଶ୍ୟାମାକାଳୀ ପୂଜା କରିବାକୁ ମୁରବି ନକୁଳ ମଣ୍ଡଳଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ଓଡ଼ିଆ, ବଙ୍ଗୀୟ ଭାଇମାନେ ମିଳିତ ହୋଇ ଜଗରିଜୋରଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ମା’ଙ୍କର ଏକ ମନ୍ଦିର ନିର୍ମାଣ କରି ପଥର ମୂର୍ତ୍ତି ସ୍ଥାପନ କରାଇ ମା’ ଶ୍ୟାମାକାଳୀ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଦୀପାବଳି ଅମାବାସ୍ୟାରେ ୭ ଦିନ ଧରି ପୂଜା ସହ ମେଳା ଅନୁଷ୍ଠିତ ହୋଇଥାଏ।
ମଙ୍ଗଳବାର, ଶନିବାର ମା’ଙ୍କ ବିଶେଷ ପୂଜା ନୀତି ରହିଛି। ମାନସିକଧାରୀମାନେ ଏହିଦିନ ମା’ଙ୍କ ପୀଠରେ ଫୁଟି, କାକୁଡି, ଅନ୍ନ, ଡାଲମା, ଖିରି, ଖେଚୁଡ଼ି, ଫଳ ଭୋଗ ଲାଗି ହୋଇଥାଏ। ପ୍ରତିଦିନ ରାତି ୩ଟାରୁ ପହଡ଼ ଖୋଲିଲେ ମଙ୍ଗଳ ଆଳତି ଓ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୁଏ। ମା’ଙ୍କ ଗଳାରେ ୭ଟି ରକ୍ତ ଓ ଚନ୍ଦନ ଜବା ଫୁଲ ହାର ପିନ୍ଧାଯାଏ। ଯଥାକ୍ରମେ ୩୫୦, ୩୧୦,୨୫୦, ୧୨୦, ୧୧୫, ୧୧୦, ୬୦ ଫୁଲ ହାର ଗୁନ୍ଥାରେ ଶୋଭା ବର୍ଦ୍ଧନକରେ। ଅପରପକ୍ଷରେ ଏଠାରେ ବଡ଼ କଥା ହେଲା କୌଣସି ଲୋକ ସତ୍ୟ କି ମିଥ୍ୟା ତଥ୍ୟ ଅଭିଯୋଗ ଆସିଲେ ମା’ଙ୍କ ପୀଠରେ ସତ୍ୟ କଥା ପ୍ରକାଶ କରନ୍ତି। ନଚେତ୍‌ ମିଥ୍ୟା କହିଲେ ତାର ଅମଙ୍ଗଳ ହୋଇ ବଡ଼ଧରଣର କ୍ଷତି ହୋଇଥାଇ ବୋଲି ଅନେକ ଉଦାହରଣ ରହିଛି। ସେହିପରି କିଛିବର୍ଷ ପୂର୍ବେ ମା’ଙ୍କ ମନ୍ଦିରରୁ କିଛି ଟଙ୍କା, ସୁନା ଗହଣା ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ କିଛିମାସ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏହି ଅଞ୍ଚଳର ସୁନିତି, ଗଗୁଆ, କେବିଦାଣ୍ଡୁଆ, ଜମ୍ବୁ, ନାଞ୍ଜୁରା ଅଞ୍ଚଳ ସମେତ ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ପାରାଦୀପ ସମେତ ପଶ୍ଚିମବଙ୍ଗ ଅଞ୍ଚଳର ମାନସିକ ଶ୍ରଦ୍ଧାଳୁମାନେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତି ସାରେ ଏକ ଘଣ୍ଟାରୁ ଅଧିକ ଆଳତି ହୁଏ। ଏହା ପାଇଁ ସ୍ବତନ୍ତ୍ର ପୂଜକ ନିୟୋଜିତ ହୋଇଛନ୍ତି। ଜଗରିଜୋର ଜନକଲ୍ୟାଣ ହାଟ କମିଟି ଏହାକୁ ପରିଚାଳନା କରୁଛନ୍ତି। ହାଟ କଙ୍କଡା, ଶୁଖୁଆ ପାଇଁ ପ୍ରସିଦ୍ଧ ରହିଛି। ଇଲିଶି, ଖଙ୍ଗା, ବେକ୍ଟା, ଚିଙ୍ଗୁଡ଼ି, ଖାସୁଲି ସମେତ ବିଭିନ୍ନ ପ୍ରକାରର ଶୁଖୁଆ ବେପାରୀଙ୍କ ଭିଡ଼ ଲାଗେ। କୋଲକାତା, କଟକ ବସ୍‌ରେ ବିଭିନ୍ନ ସ୍ଥାନକୁ ଲୋକମାନେ ନେଇଥାନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ କାଳୀପୂଜା ଅବସରରେ ଅପେରା ପାର୍ଟି ପଡିଥାଏ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri