Posted inଖେଳ

ପ୍ରସିଦ୍ଧ ପେନାଲ୍‌ଟି କର୍ନର ଓ ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ

ଗତ ଡିସେମ୍ବର ୧୬ ତାରିଖରେ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ଖ୍ୟାତିସମ୍ପନ୍ନ ହକି କୋଚ୍‌ ଏବଂ କ୍ରୀଡ଼ା ବିଜ୍ଞାନୀ ଡ. ଜାସୁ ଜୋସେଫଙ୍କର ଇଂଲିଶ ପୁସ୍ତକ ”ସିଜିଙ୍ଗ ଦି ଅପର୍ଚୁନିଟି“ (ହକି ଖେଳରେ ଡ୍ରାଗ୍‌ ଫ୍ଲିକ୍‌ର ଗୁରୁତ୍ୱ)କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଛନ୍ତି। ଆଧୁନିକ ହକିରେ ପେନାଲ୍‌ଟି କର୍ନର ବିଶେଷଜ୍ଞମାନେ ”ଡ୍ରାଗ୍‌ଫ୍ଲିକ୍‌“ର ସଫଳ ପ୍ରୟୋଗ ଦ୍ୱାରା କିପରି ମ୍ୟାଚ୍‌ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ସେ ବିଷୟରେ ଡ. ଜୋସେଫ ଏହି ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଲେଖକ କାର୍ଯ୍ୟକ୍ରମ ପରିଚାଳନା କରିବାର ଦାୟିତ୍ୱ ନିର୍ବାହ କରୁଥିବା ଅବସରରେ ପୁସ୍ତକର ବିଷୟବସ୍ତୁ ଉପରେ ଡ. ଜୋସେଫଙ୍କ ସହିତ ସଂକ୍ଷେପରେ ଆଲୋଚନା କରିବାର ସୁଯୋଗ ପାଇଥିଲା। ଏହାଦ୍ୱାରା ପ୍ରେରିତ ହୋଇ ଭାରତର ପ୍ରସିଦ୍ଧ ପେନାଲ୍‌ଟି କର୍ନର ବିଶେଷଜ୍ଞମାନଙ୍କ ଉପରେ ଏକ ସଂକ୍ଷିପ୍ତ ଆଲେଖ୍ୟ ପ୍ରସ୍ତୁତ କରାଯାଇଛି।
ଫିଲ୍ଡ ହକିରେ ପେନାଲ୍‌ଟି କର୍ନର ବା ଶର୍ଟ କର୍ନରର ପ୍ରଚଳନ ୧୯୦୮ରୁ ଆରମ୍ଭ ହୋଇଥିଲା। ସମୟକ୍ରମେ ଏହାର ନିୟମାବଳୀରେ ପରିବର୍ତ୍ତନ ହୋଇ ୧୯୮୭ରୁ ନୂତନ ନିୟମ ଲାଗୁ ହୋଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ୭୦ଦଶକରେ କୃତ୍ରିମ ପଡ଼ିଆ (ଆଷ୍ଟ୍ରୋଟର୍ଫ)ର ପ୍ରଚଳନ ଫଳରେ ପେନାଲ୍‌ଟି କର୍ନର ‘ହିଟ୍‌’ରେ ବଲ୍‌ର ଗତିର ତୀବ୍ରତା ବଢ଼ିବା ସହିତ ‘ହାର୍ଡ ହିଟର’ମାନଙ୍କର ଗୋଲ୍‌ କରିବାର ସଫଳତା ହାର ବୃଦ୍ଧି ହୋଇଥିଲା।
ଏହି ସମୟରେ ବିଶ୍ୱ ହକିର ସଫଳତମ ପେନାଲ୍‌ଟି କର୍ନର ସ୍ପେଶାଲିଷ୍ଟ ନେଦରଲାଣ୍ଡର କିମ୍ବଦନ୍ତୀ ଖେଳାଳି ପଲ୍‌ ଲିଟ୍‌ଭେନ୍ସ ପଲ୍‌ ଲିଟ୍‌ଜେନ୍ସ ୧୭୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୨୬୮ଟି ଗୋଲ୍‌ ଦେଇ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିଲେ। ନିୟମ ଅନୁସାରେ ପେନାଲ୍‌ଟି କର୍ନର ‘ହିଟ୍‌’ କେବଳ ୪୪ ଇଞ୍ଚର ଉଚ୍ଚତା ଗୋଲ୍‌ପୋଷ୍ଟ ‘ବ୍ୟାକ୍‌ ବୋର୍ଡ’ରେ ବାଜିଲେ ହିଁ ଗୋଲ୍‌ ହେଉଥିଲା। ଫଳରେ ଗୋଲ ରକ୍ଷକମାନେ ପୋଷ୍ଟ ଆଗରେ ପୂରା ଶରୀର ସହିତ ଶୋଇପଡ଼ି ଗୋଲ୍‌ ରକ୍ଷା କରିବାରେ ସକ୍ଷମ ହେଉଥିଲେ। ଏପରି କୌଶଳକୁ ନିଷ୍ଫଳ କରିବା ପାଇଁ ”ଡ୍ରାଗ୍‌ଫ୍ଲିକ୍‌“ ଟେକ୍ନିକ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା। ଏହି ”ଡ୍ରାଗ୍‌ଫ୍ଲିକ୍‌“ ଟେକ୍ନିକ୍‌ର ସଫଳ ପ୍ରୟୋଗ କରି ପାକିସ୍ତାନର ପ୍ରଖ୍ୟାତ ଡ୍ରାଗଫ୍ଲିକ୍‌ର ସୋହେଲ ଆବାସ ଅନ୍ତର୍ଜାତୀୟ ହକିରେ ପାକିସ୍ତାନ ତରଫରୁ ୩୧୧ଟି ମ୍ୟାଚ୍‌ରୁ ୩୪୮ଟି ଗୋଲ୍‌ ସ୍କୋର କରି ପଲ୍‌ ଲିଟ୍‌ଜେନ୍ସଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଥିଲେ। ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବିଶ୍ୱ ହକିରେ ଯେଉଁ ଖେଳାଳିମାନେ ପେନାଲ୍‌ଟି କର୍ନର ବିଶେଷଜ୍ଞ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ଖେଳାଳିମାନେ ହେଲେ ନେଦରଲାଣ୍ଡର ଟାଇକ୍ରୁଜ (୨୦୨ ମ୍ୟାଚ୍‌ ୧୬୭ ଗୋଲ୍‌), ପଲ୍‌ ଲିଟ୍‌ଜେନ୍ସ (୧୭୭ ମ୍ୟାଚ୍‌ ୨୬୮ ଗୋଲ) ଏବଂ ଫ୍ଲୋରିସ୍‌ ବଉଲଣ୍ଡର (୨୪୧ ମ୍ୟାଚ୍‌, ୨୧୫ ଗୋଲ୍‌), ପଶ୍ଚିମ ଜର୍ମାନୀର କାରଷ୍ଟେନ ଫିସର (୨୫୯ ମ୍ୟାଚ୍‌, ୧୫୪ ଗୋଲ୍‌) ସ୍ପେନ୍‌ର ଜୁଆନ ଆମାତ୍‌, ଆର୍ଜେଣ୍ଟିନାର ଗୋଞ୍ଜାଲୋ ପିଲାଟ୍‌ (୧୫୫ ମ୍ୟାଚ୍‌, ୧୭୮ ଗୋଲ୍‌), ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ (୧୦୩ ମ୍ୟାଚ୍‌ ୮୯ ଗୋଲ୍‌) ବେଲଜିୟମ୍‌ର ଆଲେକଜାଣ୍ଡାର ହେଣ୍ଡରିକ୍ସ (୧୩୯ ମ୍ୟାଚ୍‌, ୫୦ ଗୋଲ୍‌), ଜର୍ମାନୀର ଲୁକାସ ଉଇଣ୍ଡଫେଡର (୧୨୨ ମ୍ୟାଚ୍‌, ୪୦ ଗୋଲ୍‌) ଏବଂ ଭାରତର ହରମନପ୍ରିତ୍‌ ସିଂ (୧୬୪ମ୍ୟାଚ୍‌ ୧୨୬ ଗୋଲ୍‌)।
ଏହି ପୃଷ୍ଠଭୂମିରେ ଭାରତୀୟ ହକିର କିଛି ପୁରାତନ ଓ ବର୍ତ୍ତମାନର ପ୍ରବୀଣ ପେନାଲ୍‌ଟି କର୍ନର ଓ ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞଙ୍କ ଉପରେ ଏକ ସଂକ୍ଷେପ ଉପସ୍ଥାପନା।
ରନ୍‌ଧୀର ସିଂ ଜେଣ୍ଟଲ୍‌: ୧୯୨୨ରେ ଦିଲ୍ଲୀରେ ଜନ୍ମିତ ଆର୍‌.ଏସ୍‌. ଜେଣ୍ଟଲ୍‌ ଭାରତୀୟ ହକିର ସୁବର୍ଣ୍ଣ ଯୁଗରେ ଜଣେ ଶ୍ରେଷ୍ଠ ଫୁଲ୍‌ ବ୍ୟାକ୍‌ ଭାବେ ୧୯୪୮ରୁ ୧୯୫୬ ପର୍ଯ୍ୟନ୍ତ ୩ଟି ଅଲିମ୍ପିକ୍‌ କ୍ରୀଡ଼ା (୧୯୪୮- ଲଣ୍ଡନ, ୧୯୫୨-ହେଲେସଙ୍କି ଏବଂ ୧୯୫୬ ମେଲ୍‌ବୋର୍ନ)ରେ ସ୍ବର୍ଣ୍ଣପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ସେ ସମୟରେ ବିଶ୍ୱର ଶ୍ରେଷ୍ଠ ପେନାଲ୍‌ଟି କର୍ନର ବିଶେଷଜ୍ଞର ମାନ୍ୟତା ପାଇଥିବା ଜେଣ୍ଟଲ୍‌ ୧୯୫୬ ମେଲ୍‌ବୋର୍ନ ଅଲିମ୍ପିକ୍ସରେ ୬ଟି ଗୋଲ୍‌ ସ୍କୋର କରିବା ସହିତ ଫାଇନାଲରେ ପାକିସ୍ତାନ ବିପକ୍ଷରେ ପେନାଲ୍‌ଟି କର୍ନରରୁ ଏକମାତ୍ର ଗୋଲ୍‌ ଦେଇ ଭାରତକୁ ସ୍ବର୍ଣ୍ଣ ପଦକ ବିଜେତା କରାଇଥିଲେ। ପ୍ରିଥ୍‌ପାଲ ସିଂ: ବ୍ରିଟିଶ ଇଣ୍ଡିଆ ଅଧୀନ ନନକନାସାହିବ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)ରେ ୨୮ ଜାନୁୟାରୀ ୧୯୩୨ରେ ଜନ୍ମଗ୍ରହଣ କରିଥିବା ପ୍ରିଥ୍‌ପାଲ ସିଂ ୬୦ ଦଶକରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେନାଲ୍‌ଟି କର୍ନର ଏକ୍ସପର୍ଟ ଭାବେ ପ୍ରସିଦ୍ଧିଲାଭ କରିଥିଲେ। ତାଙ୍କୁ ରେଡିଓ ଭାଷ୍ୟକାରମାନେ ”ଶର୍ଟକର୍ନରର ରାଜା“ ଭାବେ ବର୍ଣ୍ଣନା କରୁଥିଲେ। ୧୯୬୦ ରୋମ ଅଲିମ୍ପିକ୍ସ ରୌପ୍ୟ, ୧୯୬୪ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ଏବଂ ୧୯୬୮ ମେକ୍ସିକୋ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ଥିବା ପ୍ରିଥିପାଲ୍‌ ଟୋକିଓରେ ଭାରତ ସ୍କୋର କରିଥିବା ୨୨ଟି ଗୋଲ୍‌ରୁ ଏକାକୀ ୧୧ଟି ଗୋଲ୍‌ ପେନାଲ୍‌ଟି କର୍ନରରୁ ଦେଇଥିଲେ। ଦେଶର ପ୍ରଥମ ହକି ଖେଳାଳି ଭାବେ ୧୯୬୧ରେ ଅର୍ଜୁନ ଏବଂ ୧୯୬୭ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ।
ସନ୍ଦୀପ ସିଂ- ହରିୟାଣାର ପ୍ରସିଦ୍ଧ ହକି ଗଡ଼ ଭାବେ ପରିଚିତ ଶାହବାଦଠାରେ ୨୭ ଫେବୃୟାରୀ ୧୯୮୬ରେ ସନ୍ଦୀପ ସିଂଙ୍କ ଜନ୍ମ। ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ଡ୍ରାଗ୍‌ ଫ୍ଲିକର୍‌ର ମାନ୍ୟତା ପାଇଥିବା ସନ୍ଦୀପ ସମକାଳୀନ ଖେଳାଳିମାନଙ୍କ ମଧ୍ୟରେ ବିଶ୍ୱର ଦ୍ରୁତତମ (ଘଣ୍ଟାକୁ ୧୪୫ କିମି ଗତି) ଡ୍ରାଗ୍‌ଫ୍ଲିକର ଭାବେ କୀର୍ତ୍ତିମାନ ସ୍ଥାପନ କରିଥିଲେ। ‘ଫ୍ଲିକର ସିଂ’ ଭାବେ ପ୍ରସିଦ୍ଧି ଲାଭ କରିଥିବା ସନ୍ଦୀପ ୨୦୦୯ ଆଜଲାନ ସାହା କପ୍‌ରେ ସର୍ବାଧିକ ଗୋଲ ସ୍କୋର କରି ୧୩ ବର୍ଷ ପରେ ଭାରତକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ବିଶ୍ୱ ସ୍ତରରେ ଭାରତୀୟ ହକିର ଯାତ୍ରାରେ ଦେଶର ପ୍ରସିଦ୍ଧ ପେନାଲ୍‌ଟି କର୍ନର ଏବଂ ଡ୍ରାଗ୍‌ପ୍ଲିଂକ ବିଶେଷଜ୍ଞମାନଙ୍କ ମଧ୍ୟରେ ଅଛନ୍ତି ୭୦ ଦଶକରେ ପୂର୍ବତନ ଭାରତୀୟ ଅଧିନାୟକ ଏବଂ ୧୯୭୫ ବିଶ୍ୱକପ୍‌ ବିଜେତା ସ୍ବର୍ଗତ ସୁରଜିତ ସିଂ ଏବଂ ଆସଲାମ ସେର ଖଁା। ଏତଦ୍‌ବ୍ୟତୀତ ପଦ୍ମଶ୍ରୀ ଦିଲୀପ ତିର୍କୀ, ଯୁବରାଜ ସିଂ, ରୂପିନ୍ଦରପାଲ ସିଂ, ବି.ଆର୍‌. ରଘୁନାଥ ଏବଂ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ। ଆସନ୍ତା ବିଶ୍ୱକପ୍‌ରେ ହରମନପ୍ରୀତଙ୍କ ବ୍ୟତୀତ ଓଡ଼ିଆ ଖେଳାଳି ଅମିତ ରୋହିତ ଦାସ ମଧ୍ୟ ‘ଡ୍ରାଗ ପ୍ଲିଂକର’ ଭୂମିକାକୁ ସଫଳତାର ସହିତ ତୁଲାଇବା ପାଇଁ ସକ୍ଷମ।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri