ପ୍ରସିଦ୍ଧ ଦେବଗଡ ଗଣେଶ ମେଳା: ଏତିକି ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର):ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିନରେ ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁ ନିଲାମ ହୋଇଛି। ଏହି ନିଲାମରେ ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ କଲା ଗ୍ରାମର ଶୁଭାଶିଷ ପାଣିଙ୍କ ୨ ମାସର ଶିଶୁପୁତ୍ର ଶୁଭ ପାଣି ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁକୁ ୨ଲକ୍ଷ ୧୧ ହଜାର ଟଙ୍କା ମୂଲ୍ୟରେ ହାସଲ କରିଛନ୍ତି।

ଶୁଭଙ୍କ ପକ୍ଷରୁ ତାଙ୍କର ଅଜା ଦେବଗଡ ଜିଲା ବାରକୋଟ ବ୍ଲକ କଲା ଗ୍ରାମର(ରାଜ୍ୟ ସରପଂଚ ମହାସଂଘର କୋଷାଧ୍ୟକ୍ଷ)ସତ୍ୟନାରାୟଣ ପାଣି ଓ ଆଇ ଜିଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି ଏହି ନିଲାମ ଡାକିଥିଲେ। ସେହିପରି ସ୍ଥାନୀୟ ସିଦ୍ଧି ପ୍ରଜ୍ଞା ବେହେରା ଦ୍ୱିତୀୟ ସର୍ବାଧିକ ଡାକ ୨ଲକ୍ଷ ୬ହଜାର ୬୬୬ଟଙ୍କା ଡାକିଥିଲେ । ଆଜି ସନ୍ଧ୍ୟାରୁ ରାତ୍ରୀ ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ଛକ ସ୍ଥିତ ସାଂସ୍କୃତିକ ମଂଚରେ ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏହି ଅବସରରେ ସାର୍ବଜନୀନ ଗଣେଶ ମେଳା କମିଟୀର ସଭାପତି ରାଜକିଶୋର ଦାଶଙ୍କ ସଭାପତିତ୍ୱ ତଥା ପୂର୍ବତନ ସଭାପତି ଉମାଶଙ୍କର ସାହୁ ଓ ଉପସ୍ଥାପକ ବିଦେଶୀ ସାହୁଙ୍କ ସଂଯୋଜନାରେ ନିଲାମ ଅନୁଷ୍ଠିତ ହୋଇଥିଲା । ଦେବଗଡ ଗଣେଶ ମେଳା ଚଳିତବର୍ଷ ୭୭ ବର୍ଷରେ ପଦାର୍ପଣ କରିଥିବାରୁ ଚଳିତ ବର୍ଷ କମିଟି ପକ୍ଷରୁ ୭୭କିଲୋ ଓଜନର ଆଶୀର୍ବାଦ ଲଡୁ ପ୍ରସ୍ତୁତ ହୋଇଥିଲା । ଏହାପରେ ପୁରୋହିତ ମନୋରଞ୍ଜନ ଶତପଥିଙ୍କ ଦ୍ୱାର ଯତାବିଧର ପୂଜାର୍ଚ୍ଚନା ପରେ ବିଜେତା ଶୁଭଙ୍କ ଅଜା ଶ୍ରୀଯୁକ୍ତ ପାଣି ଓ ଆଇ ଶ୍ରୀମତି ପାଣିଙ୍କୁ ଆଶୀର୍ବାଦ ଲଡୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାର୍ବଜନୀନ ଗଣେଶ ମେଳା କମିଟିର ଉପ ସଭାପତି ପ୍ରଦୀପ କୁମାର ଅମାନ୍ତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ଓ ସନ୍ତୋଷ କୁମାର ସାହୁ , କୋଷାଧ୍ୟକ୍ଷ ଶିବ ଚରଣ ସାହୁ, ସାଂସ୍କୃତିକ ସମ୍ପାଦକ ସୁଜିତ କୁମାର ପାତ୍ର, ଆଲୋକ କୁମାର ଅମାନ୍ତ, ଦୀପନ କୁମାର ନାୟକ ଓ ଦେବଶଙ୍କର ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସମେତ କମିଟୀର ବହୁ ସଦସ୍ୟ ଓ କର୍ମକର୍ତା ସକ୍ରୀୟ ସହଯୋଗ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri