ନୀଳଗିରି, ୧୯।୨(ପ୍ରଶାନ୍ତ ବିଶ୍ୱାଳ): ସାମାନ୍ୟ କଳହରୁ ହିତାହିତ ଜ୍ଞାନ ଭୂଲିଗଲେ ପୁଅ। ନିଜ ଜନ୍ମକଲା ମା’ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବାକୁ ପଛାଇଲେ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗାଁରେ।
ବୁଧବାର ଅପରାହ୍ନ ସମୟରେ କୌଣସି ଘଟଣାକୁ ନେଇ ମା’ ଶଙ୍କି ସିଂ ଓ ପୁଅ ଦୁର୍ଗାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ପୁଅ ଉତ୍ତ୍ୟକ୍ତ ହେଇ ମାନସିକ ଭାରସାମ୍ୟ ହରାଇ ଏକ ଠେଙ୍ଗାରେ ମା’ଙ୍କୁ ନିର୍ଧୁମ୍ ପିଟି ଚାଲିଥିଲେ। । ଘଟଣାସ୍ଥଳରେ ମା’ ଶଙ୍କିଙ୍କ ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ।
ନୀଳଗିରି ଏସ୍ଡ଼ିପିଓ ପ୍ରମୋଦ କୁମାର ମଲ୍ଲିକ, ନୀଳଗିରି ଥାନା ଭାରପ୍ରାପ୍ତ ଆଇଆଇସି ସୁବର୍ଣ୍ଣା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲ ପଠାଇଛନ୍ତି। ଏନେଇ ମାମଲା (ନଂ.୬୪/୨୫) ରୁଜୁ କରାଯାଇ ଅଭିଯୁକ୍ତ ପୁଅ ଦୁର୍ଗାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି।


