ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ସଦସ୍ୟଙ୍କୁ କେତେ ପ୍ରତିଶତ ମିଳିବ ପେନସନ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୮: ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓପିଏସ ଏବଂ ଏନପିଏସ୍‌ ହଟାଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ଯୋଜନା ଅନୁମୋଦନ କରାଯାଇଥିଲା। ୟୁପିଏସ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅତିକମ୍‌ରେ ୨୫ ବର୍ଷ ଧରି ଚାକିରି ଅବଧି ପୂରଣ କରିବା ପରେ ନିଶ୍ଚିତ ପେନସନ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଅବସର ପୂର୍ବରୁ ୧୨ମାସ ସେବାକାଳ ସମୟରେ ପ୍ରାପ୍ତ ମୌଳିକ ବେତନର ହାରାହାରି ମୌଳିକ ବେତନର ୫୦ ପ୍ରତିଶତ+ ମହଙ୍ଗାରୁ ମୁକ୍ତକୁ ମିଶାଇ କର୍ମଚାରୀଙ୍କୁ ପେନସନ ପ୍ରଦାନ କରାଯିବ। ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ପେନସନଧାରୀଙ୍କ ପରିବାରକୁ ନିଶ୍ଚିତ ପରିବାର ପେନସନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।

ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଉଛି, ତେବେ ତାଙ୍କ ପରିବାରକୁ ପେନସନଧାରୀଙ୍କୁ ମିଳୁଥିବା ପେନସନର ୬୦ ପ୍ରତିଶତ ପରିବାର ପେନସନ ଭାବରେ ପ୍ରଦାନ କରାଯିବ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି ସୂଚନା ପ୍ରସାରଣ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ପେନସନ ପାଇଁ କର୍ମଚାରୀଙ୍କ ବଡ଼ ଦାବି ରହିଥିଲା। ତେଣୁ ୟୁନିଫାଏଡ ପେନସନ ଯୋଜନାରେ ପରିବାର ପେନସନ ପାଇଁ ଏକ ବ୍ୟବସ୍ଥା ଅଛି। ସେ କହିଥିଲେ, ମୃତ୍ୟୁ ପୂର୍ବରୁ କୌଣସି କର୍ମଚାରୀଙ୍କୁ ଦିଆଯାଉଥିବା ପେନସନର ୬୦ପ୍ରତିଶତ ପରିବାରକୁ ପରିବାର ପେନସନ ଭାବରେ ଦିଆଯିବ। କିନ୍ତୁ ପ୍ରଶ୍ନ ଉଠୁଛି କେତେ ପେନସନ ମିଳିବ?

ଧରାଯାଉ ଜଣେ କେନ୍ଦ୍ରୀୟ କର୍ମଚାରୀ ଅବସର ପରେ ୪୦,୦୦୦ ଟଙ୍କା ପେନସନ ମିଳୁଥିଲା। ଯଦି ପେନସନଧାରୀଙ୍କ ମୃତ୍ୟୁ ହୋଇଯାଇଛି, ତେବେ ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ୪୦,୦୦୦ଟଙ୍କାର ୬୦ ପ୍ରତିଶତ ଅର୍ଥାତ୍‌ ମାସିକ ୨୪,୦୦୦ ଟଙ୍କା ପରିବାରକୁ ଦିଆଯିବ। ସେହିପରି ୬୦,୦୦୦ ଟଙ୍କା ପେନସନ ପାଉଥିବା କର୍ମଚାରୀଙ୍କର ମୃତ୍ୟୁ ହୋଇଗଲେ ପେନସନଧାରୀଙ୍କ ପରିବାରକୁ ୬୦ ପ୍ରତିଶତ ଅର୍ଥାତ୍‌ ପ୍ରତି ମାସରେ ୩୬,୦୦୦ଟଙ୍କା ମିଳିବ। ଯଦି ଜଣେ କର୍ମଚାରୀ ୧ ଲକ୍ଷ ଟଙ୍କା ପେନସନ ପାଉଥାନ୍ତି, ଆଉ ତାଙ୍କର ମୃତ୍ୟୁ ହୋଇଯାଏ, ତାଙ୍କ ପରିବାରକୁ ୬୦,୦୦୦ ଟଙ୍କା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri