ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ

ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡିରହିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏହିପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ସୋମବାର କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ବ୍ଲକ ସଦର ମହକୁମାରୁ ସଂଯୋଗ କରୁଥିବା ବ୍ରିଟିଶ ରାସ୍ତାର ଏକ ଘାଟି ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା ହୋଇ ଶତାଧିକ ଶ୍ରମିକ ଆହତ ହୋଇ ଚିକିତ୍ସାଧିନ ରହିଥିବା ବଳେ ଜଣେ ମୃତ୍ୟୁବରଣ
କରିଥିଲେ। ଏପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ନ ହୋଇ ଓଡ଼ିଶାର ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିବା ବେଳେ ଦୁର୍ଘଟଣା ସ୍ଥାନଟି ଓଡ଼ିଶାର କୋଟିଆ ପୋଲିସ ଅଧିନରେ ଯାଉଥିଲେ ମଧ୍ୟ ଉକ୍ତ ପୋଲିସ ଏହା ଆମର ନୁହେଁ ପଟ୍ଟାଙ୍ଗି ପୋଲିସର କହି ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ଦେଉଛି ।ସେପଟେ ଦୁର୍ଘଟଣା ସ୍ଥାନଟି ସୀମାନ୍ତ ବିବାଦୀୟ ଅଞ୍ଚଳର ହୋଇଥିବା ନେଇ ପଟ୍ଟାଙ୍ଗି ପୋଲିସ ଏହା ଆମର ନୁହେଁ ଆନ୍ଧ୍ର ରାଜ୍ୟର ସାଲୁର ପୋଲିସ ଅଧିନରେ ଯାଉଥିବା କହି ନିଜେ ଦ୍ୱନ୍ଦ୍ୱରେ ପଡିଛି।

ଏହିପରି ବୁଝାମଣା ଅଭାବ ଯୋଗୁ ମୃତଦେହ ବ୍ୟବଚ୍ଛେଦ ନ ହୋଇପାରି ଉପରୋକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ପରିବାର ବର୍ଗଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଏଠାରେ ସୂଚନା ଥାଉକି, ଗତକାଲି ଉକ୍ତ ଘାଟି ରାସ୍ତାର କୁମ୍ବିମାଡା ଗ୍ରାମ ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ୨୫ ଶ୍ରମିକ ଆହତ ହୋଇଥିବା ବେଳେ ସବିତା ଖିଲ ନାମକ ଜଣେ ଯୁବତୀଙ୍କ ମୃତ ଘଟିଥିଲା।

ଏନେଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କୁ ଯୋଗାଯୋଗ କରାଯିବାରୁ ପୋଲିସ ପକ୍ଷରୁ ମୃତଦେହ ଚାଲାଣ ରିପୋର୍ଟ ପହଞ୍ଚି ନ ଥିବାରୁ ବ୍ୟବଚ୍ଛେଦରେ ବିଳମ୍ବ ହେଉଥିବା ନେଇ ପ୍ରକାଶ କରିଥିଲେ।

ସେପଟେ ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଜିଲା ପରିଷଦ ସଭ୍ୟ ଲଇଚନ ଖରା , ନୁଆଁଗା ସରପଞ୍ଚ ସୁବାଷ ଖରା ପ୍ରମୁଖ ନିଜେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରି ପଟ୍ଟାଙ୍ଗି ପୋଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri