Posted inଫୁରସତ

କାଳିଆ ସେବାରେ ପରିବାର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ ସହିତ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ନିୟୋଜିତ ଲାଗି ଭକ୍ତଙ୍କ ମନରେ ରହିଥାଏ ଅନେକ ଆଶା ଓ ଉତ୍କଣ୍ଠା। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ଲାଗି ସର୍ବଦା ତାଙ୍କ ମନ ଆନ୍ଦୋଳିତ ହୋଇଥାଏ। ସେ ବୁଝିପାରନ୍ତି ଭକ୍ତଙ୍କ ମନର କଥାକୁ। ଯେପରି ଦିନେ ଭକ୍ତ ଦାସିଆ ବାଉରି ପଠେଇଥିବା ଶ୍ରୀଫଳକୁ ଶୂନ୍ୟରେ ଭୁଜ ବଢାଇ ନେଇଥିଲେ କାଳିଆସାଆନ୍ତ, ପୁଣି ବନ୍ଧୁ ମହାନ୍ତିଙ୍କ ପାଇଁ ବନ୍ଧୁ ହୋଇ ବଢ଼େଇଥିଲେ ମହାପ୍ରସାଦ। ଏମିତି ଅନେକକଥା ରହିଛି ଯୁଗଯୁଗରୁ । ହେଲେ କାଳିଆ ଠାକୁରଙ୍କ ମହିମା ଅବର୍ଣ୍ଣନୀୟ। ସେମିତି ଦିନେ ରଥଯାତ୍ରା ଦେଖୁଥିବା ଜଣେ ଭକ୍ତ ବଡ଼ଦାଣ୍ଡରେ ଠିଆହୋଇ ମହାପ୍ରଭୁଙ୍କୁ ଗୁହାରିକରି ନିଜମନର କଥାଟିକୁ ଜଣାଇଥିଲେ । ଆଉ ତା’ ପର ଠାରୁ ପ୍ରତିବର୍ଷ ରଥଯାତ୍ରାକୁ ସେ ଯୋଗାଇ ଆସୁଛନ୍ତି ସୋଲର ସେବତୀ ଓ କଦମ୍ବ ଫୁଲ। ଏମିତିରେ ଦୀର୍ଘ ୨୧ବର୍ଷଧରି ମହାପ୍ରଭୁଙ୍କ ରଥଯାତ୍ରାରେ ଲାଗୁଛି ତାଙ୍କ ହାତ ତିଆରି ସୋଲଫୁଲ ।

ସଦର ମହକୁମାସ୍ଥିତ ଗୁରୁଜଙ୍ଗ ଭୋଇସାହିର ବୀରକିଶୋର ନାୟକ, ଧନେଶ୍ୱର ନାୟକ, ଗଣେଶ୍ୱର ନାୟକ ଓ ସୋମନାଥ ନାୟକ । ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ବୀରକିଶୋର ନାୟକ କୁହନ୍ତି -ଆଜକୁ ପ୍ରାୟ୨୨ବର୍ଷ ତଳରକଥା। ଥରେ ରଥଯାତ୍ରା ଦେଖିବାକୁ ପୁରୀକୁ ଯାଇଥିଲି। ସେତେବେଳେ ବଡ଼ଦାଣ୍ଡରେ ରଥକୁ ଦେଖି ମୋର ମନେହେଲା ଆମ ଗାଁରେ ଯେପରି ଧବଳେଶ୍ୱରଙ୍କ ପୀଠକୁ ସୋଲଫୁଲ ଯୋଗାଉଛି ଯଦି ସେହିପରି ମହାପ୍ରଭୁ କାଳିଆସାଆନ୍ତଙ୍କ ସେବାରେ ସୋଲଫୁଲ ଲାଗି ହୋଇପାରନ୍ତା ତେବେ ବହୁତ ଖୁସି ହୁଅନ୍ତି, ମନୋବାଞ୍ଛା ପୂରଣ ହୁଅନ୍ତା। ସେଦିନ ରଥଯାତ୍ରା ଦେଖି ଏମିତି କଥାକୁ ମନେରଖି ତା’ ପର ବର୍ଷ ରଥଯାତ୍ରାର ୩ ଦିନ ପୂର୍ବରୁ ପୁରୀକୁ ଯାଇଥିଲି। ରଥଖଳାରେ ରଥକାମ ଚାଲିଥାଏ। ସେଠାରେ ଜଣେ ବୃଦ୍ଧଙ୍କୁ ଦେଖାହୋଇ ମୋ ମନରକଥା ଜଣାଇଥିଲି। ସେ କହିଲେ ତୁ ସେହି ଫୁଲ ଧରିକି ଆସେ। ତା’ପର ଦିନ ସାଥିରେ ସୋଲଫୁଲ ଧରି ଯାଇ ପହଞ୍ଚିଥିଲି ବଡ଼ଦାଣ୍ଡର ରଥଖଳାରେ। ମାତ୍ର ପୂର୍ବରୁ ଦେଖା ହୋଇଥିବା ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଖୋଜି ପାଇଲି ନାହିଁ। ମନରେ ପ୍ରବଳ ଉତ୍କଣ୍ଠା । କିନ୍ତୁ ସେଦିନ ମନଦୁଃଖକରି ସେଠାରୁ ଫେରିଆସି ପୁରୀରେ ଜଣେ କୁଣିଆଙ୍କ ଘରେ ରହିଲି। ଖିଆପିଆ ଭୁଲିଗଲି। ରାତିରେ ଭଲ ନିଦ ଲାଗିଲାନାହିଁ । ଯେମିତି ସକାଳ ହେଲା ପୁଣି ଯାଇ ପହଞ୍ଚିଲି ରଥଖଳାରେ। ଆଉଥରେ ଖୋଜିଲି ସେହି ବୃଦ୍ଧଙ୍କୁ ହେଲେ ତାଙ୍କର କେହି କିଛି ଠିକଣା ଦେଲେନି । ବହୁସମୟ ଅପେକ୍ଷା ପରେ ସେଠାରେ ଜଣେ ବ୍ୟକ୍ତି କହିଲେ, ତମେ ଏବେ ରାଘବ ମଠକୁ ଯାଇ ବୁଝ । ତା ପରେ ତାଙ୍କ କଥା ମାନି ରାଘବମଠକୁ ଯାଇ ସୋଲଫୁଲ ଦେବାକଥା କହିଲି, କିନ୍ତୁ ସେମାନେ ମୋଠାରୁ ଫୁଲ ନେବାକୁ ମନାକଲେ। ଆଉ କହିଲେ ଯଦି କିଛି ଟଙ୍କାଦେବ ତେବେ ଫୁଲକୁ ସେବାରେ ଲଗାଇ ପାରିବୁ ନ ହେଲେ ଫେରିଯାଅ । ଏମିତି ପରିସ୍ଥିତି ଯୋଗୁ ମନରେ ଦୁଃଖ ଆସିଲା। ସେଠାରୁ ଫେରିଆସିଲି। ଆଉ ମନେମନେ ଚିନ୍ତାକଲି ଠାକୁର ତ କିଛି ଶୁଣିଲେ ନାହିଁ ।

ଏତେ ପରିଶ୍ରମକରି ଗାଁରୁ ଆଣିଥିବା ସୋଲଫୁଲକୁ କ’ଣ ଫେରାଇ ନେବି ? କାଲି ଗାଁକୁ ଫେରିଲାବେଳେ ବାଟରେ କେଉଁ ଏକ ନାଳରେ ଫିଙ୍ଗିଦେବି ବୋଲି ମନସ୍ତ କରିଥିଲି। ହେଲେ ସେଦିନ ରାତିରେ ପୁଣି କୁଣିଆଘରେ ରହିଲି। ରାତିରେ ଠାକୁରଙ୍କ ଏକ ସ୍ବପ୍ନ ଦେଖିଲି । ତା’ପରଦିନ ସକାଳୁ ପୁଣି ଯାଇ ପହଞ୍ଚିଥିଲି ରଥଖଳାରେ। ଦୈବାତ ସେହି ବୃଦ୍ଧଙ୍କୁ ଏଥର ଦେଖାମିଳିଲା। ସେ ମୋତେ ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ପହଞ୍ଚାଇ ଦେଲେ । ଶ୍ରୀମନ୍ଦିର ପ୍ରଶାସକଙ୍କ କଥା ଅନୁସାରେ ସୋଲଫୁଲ ନେଇ ମହାପ୍ରଭୁଙ୍କ ରଥରେ ସଜାଇଥିଲି। ମାତ୍ର ସେହି ବୃଦ୍ଧଙ୍କୁ ସେଠାରେ ଆଉ ପାଇନଥିଲି । ତାପର ଦିନ ରଥଯାତ୍ରାରେ ଠାକୁରଙ୍କ ଦର୍ଶନ ଓ ରଥରେ ସୋଲଫୁଲ ସଜାଇଥିବାରୁ ନିଜକୁ ଧନ୍ୟ ମନେକଲି। ସେବେଠାରୁ ପ୍ରତିବର୍ଷ ରଥପାଇଁ ସୋଲଫୁଲ ଯୋଗାଇଆସୁଛୁ। ଏଥିପାଇଁ ଆମ ପରିବାରର ୭/୮ଜଣ ସଦସ୍ୟ ଏହି ଫୁଲ ତିଆରି କରିଥାଉ। କାର୍ତ୍ତିକ ମାସରେ ସୋଲ ସଂଗ୍ରହ ପାଇଁ ନିମାପଡ଼ା, କାକଟପୁର, ବଳଙ୍ଗା ଓ ବାଙ୍କି ଆଦି ଅଞ୍ଚଳରୁ ଯିବାକୁ ପଡ଼ିଥାଏ। କାହାରିକୁ ଶୋଲ ସଂଗ୍ରହ ନିମନ୍ତେ କିଛିଟଙ୍କା ଦେବାକୁ ପଡ଼ିଥାଏ। ସଂଗ୍ରହ କରାଯାଇଥିବା ସୋଲକୁ କିଛିଦିନ ଖରାରେ ସୁଖାଇଥାଉ। ତା’ପରେ ଯେବେ ରଥକାମ ଆରମ୍ଭ ହୁଏ ସେହି ସମୟରେ ଆମେ ମଧ୍ୟ ଆମଘରେ ନିଷ୍ଠାର ସହିତ ଅରୁଆ ଖାଇ ଶୁଦ୍ଧପୁତ ଭାବେ ନୂଆବସ୍ତ୍ର ପରିଧାନକରି ଛୁରିପୂଜାକରି ସୋଲକୁ ସାଇଜକରି ସେବତୀ ଓ କଦମ୍ବଫୁଲ ତିଆରି କରିଥାଉ। ଫୁଲ କାମ ସରିଲାପରେ ନେତ୍ରଉତ୍ସବ ଦିନ ସେବତୀ ଓ କଦମ୍ବଫୁଲକୁ ନେଇ ରଥରେ ସଜେଇଥାଉ। ଏମିତି ସେବା ଆଜିଯାଏ କରିଆସୁଛୁ। ଚଳିତବର୍ଷ ରଥ ପାଇଁ ମଧ୍ୟ ସୋଲର କଦମ୍ବ ଓ ସେବତୀଫୁଲ ତିଆରି ସରିଛି। ଏଥିପାଇଁ କାହାରିଠାରୁ କେବେ କିଛି ଅର୍ଥ ଗ୍ରହଣ କରିନାହୁଁ । ଆମ ସାଧ୍ୟମତେ ନିଜସ୍ବ ଖର୍ଚ୍ଚରେ ମହାପ୍ରଭୁଙ୍କ ରଥରେ ସୋଲଫୁଲ ସଜେଇ ସେବା କରି ଆନନ୍ଦ ପାଇବା ସହ ନିଜକୁ ଧନ୍ୟ ମନେକରୁଛୁ।
-ବନବିହାରୀ ବେହେରା,ଫଟୋ:ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri