Categories: ବାଣିଜ୍ୟ

ରାମରାଜ କଟନ ନାମରେ ମିଥ୍ୟା ଲିଙ୍କ୍‌

ନୂଆଦିଲ୍ଲୀ,୨୬ା୧୨: ରାମରାଜ କଟନ କମ୍ପାନୀ ଭାରତର ଏକ ଅଗ୍ରଣୀ ଟେକ୍ସଟାଇଲ ପ୍ରତିଷ୍ଠାନ। ଏହା ଗତ ୩୮ ବର୍ଷ ହେବ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି। ଗୁଣାତ୍ମକ ସାମଗ୍ରୀ ଯୋଗୁ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି। ଏହାର ସୁନାମ ନଷ୍ଟ କରିବା ଉଦ୍ଦେଶ୍ୟରେ କେତେଜଣ ଖଳପ୍ରକୃତିର ଲୋକ ଗତ ଏକ ସପ୍ତାହରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ନିକଟକୁ ଡିଜିଟାଲ ଉପାୟରେ କମ୍ପାନୀ ବିରୋଧରେ ମିଥ୍ୟା ତଥ୍ୟ ପ୍ରେରଣ କରୁଛନ୍ତି। ଅଜଣା ନମ୍ବରରୁ ଏକ ଲିଙ୍କ୍‌ ରାମରାଜ କଟନ ନାମରେ ଗ୍ରାହକଙ୍କ ନିକଟକୁ ଖ୍ରୀଷ୍ଟମାସ୍‌ ଏବଂ ନୂଆବର୍ଷର ଆକର୍ଷଣୀୟ ଅଫର ଭାବେ ଅନ୍‌ଲାଇନ ଜରିଆରେ ହ୍ବାଟ୍ସଆପ୍‌ ଲିଙ୍କ୍‌ ଦେଇ ଗ୍ରାହକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେହିଭଳି ୨୦ହଜାର ଟଙ୍କାର ସୁବିଧା ପାଇପାରିବେ ବୋଲି ଉକ୍ତ ଳିଙ୍କ୍‌ରେ ସୂଚନା ଦିଆଯାଇଛି। ଏଭଳି ତଥ୍ୟ ଯଦି ଗ୍ରାହକଙ୍କ ନିକଟକୁ ଆସୁଛି ତେବେ ଉକ୍ତ ଲିଙ୍କ୍‌ ନ ଖୋଲିବା ସହ ସେହି ମେସେଜକୁ ମଧ୍ୟ ଅନ୍ୟ କାହାକୁ ପଠାନ୍ତୁ ନାହିଁ। ଏହି ଘଟଣାକୁ କମ୍ପାନୀ ଗୁରୁତ୍ୱର ସହ ଗ୍ରହଣକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କମ୍ପାନୀ ପକ୍ଷରୁ କାହାକୁ ଏଭଳି ଲିଙ୍କ୍‌ ପଠାଯାଉ ନାହିଁ ବୋଲି ରାମରାଜର ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି।

Share