Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୭।୧୨: କ୍ରମାଗତ ୨ ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ(ଷ୍ଟକ୍‌ ବଜାର)ର ଫଳାଫଳ ଯୋଗୁ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଷ୍ଟକ୍‌ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୬୧ (୪୬୧.୨୨) ପଏଣ୍ଟ ଖସି ୬୧,୩୩୮ (୬୧,୩୩୭.୮୧) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୪୬ (୧୪୫.୯୦) ପଏଣ୍ଟ ହ୍ରାସ ଘଟି ୧୮,୨୬୯ (୧୮,୨୬୯.୦୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜାତୀୟ ଓ ଅନ୍ତଜାର୍ତୀୟ ସମସ୍ୟା ଓ ନିଷ୍ପତ୍ତି କାରଣରୁ ଭାରତୀୟ ଶେୟାର ବଜାରର କାରବାର ପ୍ରଭାବିତ ହେଉଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Share