Categories: ଫୁରସତ

ହାର ମାନିଲାନି ଭାଲୁଛୁଆ: ପଡ଼ି ଓଠି ପହଞ୍ଚିଲା ପାହାଡ଼ ଉପରେ, ଯେଉଁଠି ମା’ କରିଥିଲା ଅପେକ୍ଷା

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଭାଲୁକୁ ନେଇ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ମା’ ଭାଲୁ ବରଫ ପାହାଡରେ ଚଢ଼ି ଯାଇଥିବା ବେଳେ ଛୁଆଟି ତାର ଆତ୍ମବିଶ୍ୱାସ ହରାଉ ନାହିଁ। ସେ ଚଢ଼ୁଛି ଖସି ପଡୁଛି। ପୂନର୍ବାର ଚଢ଼ୁଛି ଖସୁଛି। ହେଲେ ମଧ୍ୟ ହାର ମାନି ନାହିଁ। ତାର ମା’ ମଧ୍ୟ ତାକୁ ସାହାଯ୍ୟର ହାତ ବଢ଼ାଉ ନାହିଁ। ଚଢ଼ିବା ଶିଖାଇବାକୁ ଚେଷ୍ଟା କରୁଛି। ଶେଷରେ ସେ ସଫଳ ହୋଇଛି।
ଏହି ଭିଡିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

 

Share