ନକଲି ବାଟ

ପ୍ରତିବର୍ଷ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏମ୍‌ବିବିଏସ୍‌, ବିଡିଏସ୍‌ ଏବଂ ଆୟୁଷ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) କରାଯାଉଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଏହା ୨୦୧୩ରୁ ଆରମ୍ଭ କରାଯାଇ ପ୍ରତିବର୍ଷ ଯୋଗ୍ୟ ପ୍ରାର୍ଥୀଙ୍କୁ ନାମ ଲେଖା ପାଇଁ ଚୟନ କରାଯାଉଛି। ଏହି ପ୍ରକ୍ରିୟାରେ କିଛି ବର୍ଷ ହେବ ଅନେକ ତ୍ରୁଟିକୁ ନେଇ ଅଭିଯୋଗ ଉଠୁଛି। ଚଳିତବର୍ଷ ଅଗଷ୍ଟ ଶେଷ ସପ୍ତାହରେ ବହିର୍ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ସହଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନକଲି ନନ୍‌-ରେସିଡେଣ୍ଟ ଇଣ୍ଡିଆନ(ଏନଆର୍‌ଆଇ) ସାର୍ଟିଫିକେଟରେ ମୁଖ୍ୟତଃ ଘରୋଇ କଲେଜଗୁଡ଼ିକରେ ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଯାଇଥିବା ଘଟଣାକୁ ସାମ୍ନାକୁ ଆଣିଛି। ଡାକ୍ତରୀ ପାଠ୍ୟକ୍ରମରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ପାଖାପାଖି ୧୮,୦୦୦ ସିଟ୍‌ରେ ନାମଲେଖାଇବା ପାଇଁ ନକଲି ସାର୍ଟିଫିକେଟ ଦାଖଲ ହୋଇଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ୭୦୬ ମେଡିକାଲ କଲେଜ ମଧ୍ୟରୁ ୩୮୬ଟି ସରକାରୀ ଥିବା ବେଳେ ବେସରକାରୀ ସଂଖ୍ୟା ୩୨୦। ଏଥିରେ ମୋଟ ୧, ୧୮, ୧୪୮ ସିଟ୍‌ ରହିଛି। ସେଥିରୁ ସରକାରୀ ହେଉଛି ୫୯,୭୮୨ ଓ ବେସରକାରୀ ସିଟ୍‌ ସଂଖ୍ୟା ୫୮,୩୬୬। ଯଦି ନକଲି ସାର୍ଟିଫିକେଟ ଦେଇ ମେଡିକାଲ ସିଟ୍‌ରେ ହେରଫେର କଥାକୁ ଦେଖାଯାଏ, ତେବେ ସମୁଦାୟ ବେସରକାରୀ ସିଟ୍‌ର ପାଖାପାଖି ୩୦ ପ୍ରତିଶତ ଗଡ଼ବଡ଼ ହୋଇଛି। ଏହି ପରିପ୍ରେକ୍ଷୀରେ ମେଡିକାଲ ସିଟ୍‌ର ଆବଣ୍ଟନ ଢାଞ୍ଚାକୁ ଦେଖିଲେ ନିଟ୍‌ ମାଧ୍ୟମରେ ଆସିଥିବା ମେଧାବୀମାନେ ଦେଶର ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଥାଆନ୍ତି। ଘରୋଇ ମେଡିକାଲକୁ ମିଳିଥିବା ସିଟ୍‌ ମଧ୍ୟରୁ ଏନ୍‌ଆର୍‌ଆଇ କୋଟା ଥାଏ। ଏହି କୋଟା ସିଟ୍‌ରେ ପାଇବାକୁ ହେଲେ ବିଦେଶରେ ରହୁଥିବା ଏନ୍‌ଆର୍‌ଆଇଙ୍କ ସମ୍ପର୍କୀୟ ଏଠାରେ ସମ୍ପୃକ୍ତ ସିଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି। ଏପରିକି ଏହି ସିଟ୍‌ ହାତେଇବା ଲାଗି ନକଲି ଏନ୍‌ଆର୍‌ଆଇ ସାର୍ଟିଫିକେଟ ଯୋଗାଡ଼ କରିବା ଦେଖାଯାଉଛି। ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ଏହି ସିଟ୍‌ ଯୋଗୁ ମେଧାବୀଙ୍କ ଆସନ ପାଇବାରେ ଫରକ୍‌ ପଡ଼େ ନାହିଁ। କିନ୍ତୁ ମେରିଟ୍‌ ଲିଷ୍ଟରେ ଅପେକ୍ଷାକୃତ ତଳେ ଥାଇ ଏନ୍‌ଆର୍‌ଆଇ କୋଟା ପାଇବାକୁ ଯୋଗ୍ୟ ଥିବା ବିଦ୍ୟାର୍ଥୀ ବଞ୍ଚତ୍ତ ହୋଇଥାଆନ୍ତି।
ଏବେ ଧରାଯାଇଥିବା କେତେକ ଘଟଣାକୁ ଯାଞ୍ଚ କରାଯିବାରୁ ଜଣାପଡ଼ିଛି ଯେ, ଅନେକ ସାଟିର୍ର୍ଫିକେଟରେ ଆମେରିକାର ନକଲି ରୋଟାରୀ ସିଲ୍‌ ବ୍ୟବହାର କରାଯାଇଛି। ଏପରିକି ଜଣେ ଏନ୍‌ଆର୍‌ଆଇଙ୍କ ତଥ୍ୟକୁ ତାଙ୍କ ସମ୍ପର୍କ ବାହାରର ଥିବା ଅନେକ ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପଯୋଗ କରାଯାଇଛି। ଏଜେଣ୍ଟମାନେ କଲେଜଗୁଡ଼ିକ ସହ ସମ୍ପର୍କ ସ୍ଥାପନ ପୂର୍ବକ ବିପୁଳ ଅର୍ଥ କାରବାରର ସୁଯୋଗ ସୃଷ୍ଟି କରି ଏଭଳି ଠକାମି ପଦ୍ଧତିର ସୂତ୍ରଧର ପାଲଟିଛନ୍ତି। ଏହାକୁ ଲକ୍ଷ୍ୟ କରି ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ପ୍ରତ୍ୟେକେ ଏନ୍‌ଆର୍‌ଆଇ ସାର୍ଟିଫିକେଟ ନାମଲେଖା ପାଇଁ ଯୋଗ୍ୟ କି ନୁହଁ, ତାହା ଯାଞ୍ଚ କରିବା ପାଇଁ ଭାରତୀୟ ଦୂତାବାସଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମାନ ଭାବେ ଏମ୍‌ଇଏ ବାହାରେ ଥିବା ତାହାର ମିଶନଗୁଡ଼ିକୁ ନୂତନ ନିର୍ଦ୍ଦେଶନାମା ଜାରି କରି ଦୃଢ଼ ପଦକ୍ଷେପ ନେବା ଲାଗି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଏନ୍‌ଆର୍‌ଆଇ କୋଟାରେ ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ପଞ୍ଜାବ ସରକାର ସେଠାକାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାହାକୁ ଅଗ୍ରାହ୍ୟ କରିଦେବା ପରେ ସରକାର ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲେ। ୨୫ ସେପ୍ଟେମ୍ବର ୨୦୨୪ରେ ଶୀର୍ଷ କୋର୍ଟ ମଧ୍ୟ ତାହାକୁ ଖାରଜ କରି ଦର୍ଶାଇଥିଲେ ଯେ, ଏହା ହେଉଛି ଟଙ୍କା ରୋଜଗାରର ଏକ ପଦ୍ଧତି। ଯୋଗ୍ୟ ପ୍ରାର୍ଥୀଙ୍କୁ ପଛକୁ ରଖି ଏନ୍‌ଆର୍‌ଆଇ କୋଟାରେ ନାମ ଲେଖାଇବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏବେ ଏହି କୋଟା ବନ୍ଦ କରାଯିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି କଥାକୁ ସ୍ପଷ୍ଟ କରିବାକୁ ହେଲେ ଏଠି କୁହାଯାଇପାରେ ଯେ, ବାସ୍ତବରେ ଅପେକ୍ଷାକୃତ ମେଧାବୀ ଏହାଦ୍ୱାରା ପ୍ରଭାବିତ ହେବେ।
ଦେଖିବାକୁ ଗଲେ କେବଳ ନକଲି ଏନ୍‌ଆର୍‌ଆଇ ସାର୍ଟିଫିକେଟ ବିଷୟ ନୁହେଁ, ଗତ କିଛି ବର୍ଷ ହେଲା ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଆସୁଛି। ନିକଟ ଅତୀତରେ ପ୍ରଶ୍ନପତ୍ର ଲିକ୍‌ ଠାରୁ ଆରମ୍ଭ କରି ନକଲି ପ୍ରାର୍ଥୀ ଅସଲି ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବା ବିଷୟ ସାମ୍ନାକୁ ଆସିଥିଲା। ଉଦାହରଣସ୍ବରୂପ, ୨୦୨୪ରେ ରାଜସ୍ଥାନ, ଦିଲ୍ଲୀ, ବିହାର ଏବଂ ଓଡ଼ିଶାରୁ ନକଲି ପ୍ରାର୍ଥୀଙ୍କ ସମେତ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହାପାଇଁ ପ୍ରଚୁର ଅର୍ଥ କାରବାର ହୋଇଥିବା ବିଷୟ ଜଣାପଡ଼ିଥିଲା। ଏଭଳି ବେଆଇନ କାର୍ଯ୍ୟର ମୁଖ୍ୟ କାରଣ ହେଉଛି ମେଡିକାଲ ପଢ଼ିବା ପାଇଁ ସିଟ୍‌ଟିଏ ପାଇବାକୁ ଶିକ୍ଷାରେ ଶ୍ରେଷ୍ଠତ୍ୱ ପ୍ରତିପାଦନର ଏକମାତ୍ର ବାଟ ବୋଲି ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଧରିନେଇଛନ୍ତି। ଅଭିଭାବକମାନେ ଏମିତି ଆତୁରିଆ ଯେ, ଯେକୌଣସି ଉପାୟରେ ତାହା ହାସଲ କରିବା ସକାଶେ ଚେଷ୍ଟା କରୁଛନ୍ତି। ବଡ଼ବଡ଼ିଆଙ୍କ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ସେମାନେ ମେଡିକାଲ ସିଟ୍‌ଟିଏ ସହଜରେ କିଣିପାରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ମଧ୍ୟମ ଧରଣର ସବଳ ଥିବା ବ୍ୟକ୍ତି ସ୍ଥଳବିଶେଷରେ ‘ଡାକ୍ତରୀ’ ନିଶାରେ ଧାଉଁଛନ୍ତି। ତେବେ ମେଧା ନ ଥିବା ପିଲାଙ୍କ ମାତାପିତା ଯେନତେନ ପ୍ରକାରେଣ ସିଟ୍‌ ହାସଲ ପାଇଁ ଏନ୍‌ଆର୍‌ଆଇ ବାଟ ଧରି ଘରୋଇ ମେଡିକାଲ କଲେଜକୁ ପଶିଯିବାକୁ ଚେଷ୍ଟା କରୁଛନ୍ତି।
ଶେଷରେ ଏତିକି କୁହାଯାଇପାରେ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ। କୌଣସି ଏନ୍‌ଆର୍‌ଆଇ କୋଟା ରହିବା ଉଚିତ ନୁହେଁ। ବାସ୍ତବରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠରେ କୌଣସି କୋଟାର ଆବଶ୍ୟକତା ନାହିଁ। କେବଳ ଉଚ୍ଚକୋଟୀର ମେଧାବୀ ବିଦ୍ୟାର୍ଥୀ ଏହି ଦୁଇଟି ପେସାରେ ଭର୍ତ୍ତି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?