ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି ଦିନ ପରେ ଶାରଦୀୟ ଛୁଟିରେ ପ୍ରବଳ ଭିଡ଼ ଜମିବ। ହେଲେ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ କନ୍ଧମାଳରେ ଅମଳ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ସମେତ ମହୁ, ଝୁଣା, ଅଦା, ସୋରିଷ, ଗୋଲମରିଚ, କଫି, ଖୁଦ୍ରଦାନା ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ମାଣ୍ଡିଆ, ପାଳୁଅ ଆଦି କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି କିନ୍ତୁ ହଳଦୀ ଗୋଟିଏ କିସମର ଏଠାରେ ଉତ୍ପାଦନ କରାଯାଉଥିବା ବେଳେ କିନ୍ତୁ ତାକୁ ପ୍ରସ୍ତୁତି କରାଯିବା ପରେ ଗୁଣ୍ଡ ଆକାରରେ ବିକ୍ରୀ କରାଯାଉଛି। ଏକାଧିକ ରଙ୍ଗର ହଳଦୀ ଗୁଣ୍ଡ ବିକ୍ରି କରାଯାଉଥିବା ବେଳେ ଅନେକ ବ୍ୟବସାୟୀ ନକଲି ହଳଦୀ ଗୁଣ୍ଡ, ଯାହାକି ବ୍ରହ୍ମପୁର ବଜାରରୁ ଅପମିଶ୍ରିତ ଗୁଣ୍ଡ ଆଣି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ବିକ୍ରି କରାଯାଉଛି।

ଏନେଇ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଦାୟିତ୍ୱରେ ଥିବା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରକୃତ କନ୍ଧମାଳ ହଳଦୀ ବିକ୍ରି କରୁଥିବା ବ୍ୟବସାୟୀ ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେହିପରି କଫି ବଗିଚା ସମ୍ମୁଖରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କଫି ସଂଗ୍ରହ କରିବାକୁ ପଦକ୍ଷେପ ନେଉ ନ ଥିବା ବେଳେ କଫି ପ୍ରସ୍ତୁତ ଓ ପ୍ୟାକିଂ କୌଣସି ସ୍ବୀକୃତିପ୍ରାପ୍ତ କମ୍ପାନୀ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କରାଯାଉ ନ ଥିବା ବେଳେ ଦାରିଙ୍ଗବାଡି କଫି ନାମରେ ଲେବୁଲ ମାରି ଅବାଧରେ ବିକ୍ରି କରାଯାଉଛି, ଯାହାକି ଖାଉଟି ମାନଙ୍କ ଖାଦ୍ୟ ନିରାପତ୍ତା ଉପରେ ବିପଦ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି।

ଦାରିଙ୍ଗବାଡିରେ କୌଣସି ମସଲା ଜାତୀୟ ତଥା ଡାଲଚିନି, ଗୁଜୁରାତି, ଜୁଆଣି, ଜୁଆଣିର ଫୁଲ, ଧଳା ସୋରିଷ, ଚେରୀ କୋଳି, ପୁସ୍ତା, ତେଜପତ୍ର, ଭଳି ସାମଗ୍ରୀ ଅମଳ ହେଉ ନ ଥିଲେ ସୁଦ୍ଧା କନ୍ଧମାଳ ଅଞ୍ଚଳର ନାମରେ ପ୍ୟାକିଂ କରି ବିକ୍ରି କରାଯାଉଛି । ଉକ୍ତ ଅଞ୍ଚଳରେ ଓଜନ ଓ ମାପ ବିଭାଗ ସହ ଖାଦ୍ୟ ନିରାପତ୍ତା ଓ ଏହାର ମାନଦଣ୍ଡକୁ ପରୀକ୍ଷା କରିବାକୁ ବିଭାଗ ବ୍ଲକ ସ୍ତରରେ ନ ଥିବାବେଳେ ଜିଲାସ୍ତରୀୟ ଅଧିକାରୀମାନେ ଏହାକୁ ଯାଞ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଜିଲା ତଥା ଜିଲା ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖାଦ୍ୟ ନିରାପତ୍ତା ନେଇ ବିପଦ ରହୁଛି।

ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କୁହନ୍ତି, ସେ ଅନେକ ଥର ଦାରିଙ୍ଗବାଡି ବୁଲିବାକୁ ଆସିଛନ୍ତି ହଳଦୀ ଗୋଟିଏ ପ୍ରକାର ଆମେ ଜାଣିଛୁ କିନ୍ତୁ ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ କିଛି ବ୍ୟବସାୟୀମାନେ ଅପମିଶ୍ରିତ ହଳଦୀ ବିଭିନ୍ନ ଦରରେ ବିକ୍ରି କରୁଛନ୍ତି। ସେଠାକାର ଜନଜାତି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସଠିକ ଅଞ୍ଚଳର ଅମଳ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି। ଏନେଇ କନ୍ଧମାଳ ଜିଲା ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ କର୍ତ୍ତୃପକ୍ଷ ସତ୍ୟବ୍ରତ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ହଳଦୀ ନୁହଁ ଏକାଧିକ ସାମଗ୍ରୀ ନକଲି ଆଶଙ୍କାରେ ଯାଞ୍ଚ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri