କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗରେ ଧରାପଡି ଜେଲ ଯିବା ସହିତ ଜରିମାନା ଦେବା ଘଟଣା ସାମ୍ନାକୁ ଆସୁଛି । ହେଲେ ଯାଜପୁର ଜିଲାରେ ଏହାର ସେତେଟା ପ୍ରଭାବ ପଡୁନାହିଁ । ଏହି ଜିଲାରେ କେବଳ ଶିକ୍ଷା କ୍ଷେତ୍ରରେ ଅନେକ ଯୁବତୀଯୁବକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଆବଶ୍ୟକ ତଥ୍ୟ ପ୍ରମାଣ ସହ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜନୈତିକ ଚାପରେ ନକଲି ପ୍ରମାଣପତ୍ର ପରବର୍ତ୍ତୀ ସମୟରେ ଅସଲି ହୋଇ ଯାଉଛି। ଏଥିରେ ତଦନ୍ତକାରୀ ଅଧିକାରୀ ଏବଂ ନକଲି ଶିକ୍ଷକଙ୍କ ମଧ୍ୟରେ ଏକ ବଡଧରଣର ଆର୍ଥିକ କାରବାର ହେଉଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ, କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ତଥା ଏହି ଗ୍ରାମର ୪ ଜଣ ଯୁବକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରି ଆସୁଛନ୍ତି। ଏନେଇ ଗ୍ରାମର କେତେଜଣ ଯୁବକ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନ ଯଇଁତିରା ପ୍ରାଥମିକ ବିଦ୍ୟାଳୟର ସୁଶାନ୍ତ ନାୟକ, ଗଜେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ରାମଚନ୍ଦ୍ର ପ୍ରଧାନ, ଏସ୍‌କେ ଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ବିପିନ ନାୟକ ଏବଂ ହଳଦୀଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ଦିବାକର ନାୟକ ପ୍ରମୁଖ ୪ ଶିକ୍ଷକ ଦୀର୍ଘବର୍ଷ ହେବ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଆସୁଛନ୍ତି । ଏନେଇ ଗ୍ରାମର କେତେଜଣ ସାମାଜିକ କର୍ମୀ ଯାଜପୁର ଜିଲା ଶିକ୍ଷାଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମ୍ପୃକ୍ତ ନକଲି ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ସୁରକ୍ଷିତ ଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼କଥା ହେଉଛି ଏନେଇ ଅସନଝର ଗ୍ରାମର ଶତାଧିକ ଗ୍ରାମବାସୀ ପତ୍ର ମାଧ୍ୟମରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆରଡିସି) କଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରେ ମଧ୍ୟ କୌଣସି ତଳିଆ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେହି ପତ୍ରକୁ ଚାପି ଦେଇଥିବା ଆଲୋଚନା ହେଉଛି । ଏହି ଗ୍ରାମର ପ୍ରଶାନ୍ତ ବେହେରା ନାମକ ଜଣେ ଯୁବକ ସାଧାରଣ ବର୍ଗର ହୋଇ କେନ୍ଦୁଝର ଜିଲା ମଧୁକେଶରୀ ଗ୍ରାମରେ ୨ ଡ଼ିସିମିଲ ଜମି କିଣି ସେଥିରେ ନକଲି ଆଦିବାସୀ ଦର୍ଶାଇ ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଶିକ୍ଷକତା କରିଆସୁଥିଲେ । ଏନେଇ ଧରିତ୍ରୀରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଶିକ୍ଷକ ଜଣକୁ ଗଜପତି ଜିଲା ଶିକ୍ଷାଅଧିକାରୀ ନିଲମ୍ବିତ କରିଥିଲେ । ସେହିପରି ହରିହର ଦଳେଇ ନାମକ ଜଣେ ବ୍ୟକ୍ତି ନକଲି ଆଦିବାସୀ ପ୍ରମାଣପତ୍ର ବଳରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ବଦଳି କରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ସଂପୃକ୍ତ ଅଧିକାରୀ ମୋଟା ଅଙ୍କର ଲାଞ୍ଚ ନେଇ ତାଙ୍କୁ ସୁରକ୍ଷିତ ରଖିବାକୁ କେବଳ ବଦଳି କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହି ଗ୍ରାମରୁ ୨ ଜଣ ଶିକ୍ଷକଙ୍କୁ ନକଲି ଜାତିଗତ ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ଅଭିଯୋଗରେ ତତ୍କାଳୀନ ଯାଜପୁର ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ନିଲମ୍ବନ କରିଥିଲେ। ତଦନ୍ତରେ ଶିଥିଳତା ଏବଂ ଅଧିକାରୀମାନଙ୍କ ଲାଭଖୋର ମନୋଭାବ ପାଇଁ ରାଜ୍ୟରେ ଏହିପରି ଅନେକ ଉଦାହରଣ ରହିଥିବା ମତପ୍ରକାଶ ପାଇଛି । ଏନେଇ ଜିଲା ଶିକ୍ଷା ଅଧିକାରିଣୀ ନିବେଦିତା ପାଣିଙ୍କୁ ପଚାରିଲେ ସେ କୁହନ୍ତି ତଦନ୍ତ ଚାଲିଛି, ଠିକ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri