Posted inଜାତୀୟ

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଜାଲ୍‌ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବା ବେଳେ ସ୍ଥାନୀୟ ଲୋକେ ଲୋଭନୀୟ ସ୍କିମ୍‌ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।

ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୨୫୦ କି.ମି. ଦୂର ଶକ୍ତି ଜିଲାର ଛାପୋରା ଗ୍ରାମରେ ଏଭଳି ଠକେଇ ହୋଇଛି। ସେଠାରେ ୧୦ ଦିନ ପୂର୍ବରୁ ଦେଶର ସର୍ବବୃହତ୍‌ ବ୍ୟାଙ୍କ ଏସ୍‌ବିଆଇର ଏକ ନୂଆ ଶାଖା ଖୋଲାଯାଇ ୬ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକୃତ ବ୍ୟାଙ୍କ ଶାଖା ଭଳି ସେଠାରେ ନୂଆ ଆସବାବପତ୍ର, ପେସାଦାରି କାଗଜପତ୍ର ସହ ବ୍ୟାଙ୍କ କାଉଣ୍ଟର ଚାଲୁଥିଲା। ଗ୍ରାମବାସୀ ଏହି ଦୁର୍ନୀତି ସମ୍ପର୍କରେ ଜାଣି ନ ପାରି ନୂଆ ଶାଖାକୁ ଯାଇ ଆକାଉଣ୍ଟ ଖୋଲି କାରବାର ଆରମ୍ଭ କରିଦେଇଥିଲେ। ସବୁକିଛି ସ୍ବାଭାବିକ ଚାଲିଥିଲା। ତେବେ ସେପ୍ଟେମ୍ବର ୨୭ରେ ସେଠାରେ ପୋଲିସ ଅଧିକାରୀ ଏବଂ ଏସ୍‌ବିଆଇ ଅଫିସରମାନେ ପହଞ୍ଚି ଜେରା କରିବା ପରେ ଦୁର୍ନୀତି ପଦାକୁ ଆସିଥିଲା। ନିକଟବର୍ତ୍ତୀ ଡାବ୍ରା ଶାଖାର ମ୍ୟାନେଜର ଉକ୍ତ ଶାଖା ଉପରେ ସନ୍ଦେହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତଦନ୍ତରୁ ଛପୋରା ଶାଖା ଜାଲ୍‌ ବୋଲି ଜଣାପଡ଼ିଥିଲା।

ସେହିପରି ସେଠାରେ ଯେଉଁମାନେ ନିଯୁକ୍ତି ପାଇଥିଲେ, ତାହା ମଧ୍ୟ ଜାଲ୍‌ ଥିଲା। ଏହି ଦୁର୍ନୀତିରେ ୪ ଜଣ ସମ୍ପୃକ୍ତ। ସେମାନେ ସେଠାରେ ନିଯୁକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାଶିୟର ଏବଂ କମ୍ପ୍ୟୁଟର ଅପରେଟର ନାମରେ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲେ, ଯାହା ବାସ୍ତବ ଆପଏଣ୍ଟମେଣ୍ଟ ଲେଟର ଭଳି ଲାଗୁଥିଲା। ସେମାନଙ୍କଠାରୁ ପଦବୀ ଅନୁଯାୟୀ ୨ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନିଆଯାଇଥିଲା। ନବନିଯୁକ୍ତ କର୍ମଚାରୀମାନଙ୍କୁ ଠକମାନେ ତାଲିମ ଦେଇଥିଲେ।

ସୂଚନା ଯୋଗ୍ୟ, ଅଜୟ କୁମାର ଅଗ୍ରଓ୍ବାଲ ନାମକ ସ୍ଥାନୀୟ ବ୍ୟକ୍ତି ଏସ୍‌ବିଆଇ କିଓସ୍କ ଖୋଲିବା ପାଇଁ ଆବେଦନ କରିଥିଲେ। ତେବେ ଛାପୋରାରେ ରାତାରାତି ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ବ୍ୟାଙ୍କ ଶାଖାର କୋଡ୍‌ ମଧ୍ୟ ଏହାର ସାଇନ୍‌ ବୋର୍ଡରେ ନ ଥିଲା। ଏନେଇ ଅଜୟ ଡାବ୍ରା ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ତନ୍ତତ ପରେ ଏହା ଜାଲ୍‌ ଏସ୍‌ବିଆଇ ଶାଖା ବୋଲି ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri