Posted inଜାତୀୟ

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଜାଲ୍‌ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବା ବେଳେ ସ୍ଥାନୀୟ ଲୋକେ ଲୋଭନୀୟ ସ୍କିମ୍‌ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।

ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୨୫୦ କି.ମି. ଦୂର ଶକ୍ତି ଜିଲାର ଛାପୋରା ଗ୍ରାମରେ ଏଭଳି ଠକେଇ ହୋଇଛି। ସେଠାରେ ୧୦ ଦିନ ପୂର୍ବରୁ ଦେଶର ସର୍ବବୃହତ୍‌ ବ୍ୟାଙ୍କ ଏସ୍‌ବିଆଇର ଏକ ନୂଆ ଶାଖା ଖୋଲାଯାଇ ୬ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକୃତ ବ୍ୟାଙ୍କ ଶାଖା ଭଳି ସେଠାରେ ନୂଆ ଆସବାବପତ୍ର, ପେସାଦାରି କାଗଜପତ୍ର ସହ ବ୍ୟାଙ୍କ କାଉଣ୍ଟର ଚାଲୁଥିଲା। ଗ୍ରାମବାସୀ ଏହି ଦୁର୍ନୀତି ସମ୍ପର୍କରେ ଜାଣି ନ ପାରି ନୂଆ ଶାଖାକୁ ଯାଇ ଆକାଉଣ୍ଟ ଖୋଲି କାରବାର ଆରମ୍ଭ କରିଦେଇଥିଲେ। ସବୁକିଛି ସ୍ବାଭାବିକ ଚାଲିଥିଲା। ତେବେ ସେପ୍ଟେମ୍ବର ୨୭ରେ ସେଠାରେ ପୋଲିସ ଅଧିକାରୀ ଏବଂ ଏସ୍‌ବିଆଇ ଅଫିସରମାନେ ପହଞ୍ଚି ଜେରା କରିବା ପରେ ଦୁର୍ନୀତି ପଦାକୁ ଆସିଥିଲା। ନିକଟବର୍ତ୍ତୀ ଡାବ୍ରା ଶାଖାର ମ୍ୟାନେଜର ଉକ୍ତ ଶାଖା ଉପରେ ସନ୍ଦେହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତଦନ୍ତରୁ ଛପୋରା ଶାଖା ଜାଲ୍‌ ବୋଲି ଜଣାପଡ଼ିଥିଲା।

ସେହିପରି ସେଠାରେ ଯେଉଁମାନେ ନିଯୁକ୍ତି ପାଇଥିଲେ, ତାହା ମଧ୍ୟ ଜାଲ୍‌ ଥିଲା। ଏହି ଦୁର୍ନୀତିରେ ୪ ଜଣ ସମ୍ପୃକ୍ତ। ସେମାନେ ସେଠାରେ ନିଯୁକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାଶିୟର ଏବଂ କମ୍ପ୍ୟୁଟର ଅପରେଟର ନାମରେ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲେ, ଯାହା ବାସ୍ତବ ଆପଏଣ୍ଟମେଣ୍ଟ ଲେଟର ଭଳି ଲାଗୁଥିଲା। ସେମାନଙ୍କଠାରୁ ପଦବୀ ଅନୁଯାୟୀ ୨ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନିଆଯାଇଥିଲା। ନବନିଯୁକ୍ତ କର୍ମଚାରୀମାନଙ୍କୁ ଠକମାନେ ତାଲିମ ଦେଇଥିଲେ।

ସୂଚନା ଯୋଗ୍ୟ, ଅଜୟ କୁମାର ଅଗ୍ରଓ୍ବାଲ ନାମକ ସ୍ଥାନୀୟ ବ୍ୟକ୍ତି ଏସ୍‌ବିଆଇ କିଓସ୍କ ଖୋଲିବା ପାଇଁ ଆବେଦନ କରିଥିଲେ। ତେବେ ଛାପୋରାରେ ରାତାରାତି ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ବ୍ୟାଙ୍କ ଶାଖାର କୋଡ୍‌ ମଧ୍ୟ ଏହାର ସାଇନ୍‌ ବୋର୍ଡରେ ନ ଥିଲା। ଏନେଇ ଅଜୟ ଡାବ୍ରା ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ତନ୍ତତ ପରେ ଏହା ଜାଲ୍‌ ଏସ୍‌ବିଆଇ ଶାଖା ବୋଲି ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri