ନକଲି ନଥି, ନକଲି ସମ୍ପର୍କ

ଢେଙ୍କାନାଳ ଅଫିସ, ୨୭।୯: କାଗଜପତ୍ରଠାରୁ ଆରମ୍ଭ କରି ଆଧାରକାର୍ଡ ସବୁ ନକଲି। ଏହାକୁ ବ୍ୟବହାର କରି ବହୁମୂଲ୍ୟ ଜମି ବିକ୍ରି କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ପୌରସଂସ୍ଥାର ସିଲ୍‌କୁ କରିଥିଲେ କପି। ଏପରି କି ଜମି କିଣିବାକୁ ଆଗ୍ରହୀ ଆଶାୟୀଙ୍କଠାରୁ ଅଗ୍ରୀମ ଆକାରରେ ନେଇସାରିଥିଲେ ୮ ଲକ୍ଷ ଟଙ୍କା। ଏଥିପାଇଁ ଅଭିଯୁକ୍ତ ସାଜିଥିଲେ ନକଲି ଜମି ମାଲିକ ଏବଂ ବିଶ୍ୱାସ ଜନ୍ମାଇବାକୁ ଯୋଗାଡ଼ କରିଥିଲେ ନକଲି ପୁଅ ଏବଂ ସ୍ତ୍ରୀ। ଏଭଳି ଏକ ଅଭିନବ ଜମି ଠକେଇ ମାମଲାର ରହସ୍ୟ ଉନ୍ମୋଚନ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍‌ ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ଗଁଦିଆ ଥାନା ଚିରୁଳେଇ ଗ୍ରାମର ତଥା ଢେଙ୍କାନାଳ ଜୟଗୋପାଳ ସାହିରେ ରହୁଥିବା ଘଟଣାର ମାଷ୍ଟର ମାଇଣ୍ଡ୍‌ ଅରୁଣ ପଟ୍ଟନାୟକ ଓରଫ୍‌ ଦେବାଶିଷ (୪୭), ଖମାର ସାହର ପ୍ରଦୀପ କୁମାର ରାଉତ (୪୦), ଶ୍ୟାମାଚରଣପୁରର ନିର୍ମଳ କୁମାର ଧଳ (୪୫), ଅମଲାପଡ଼ାର ଅନିଲ ଚୌଧୁରୀ (୩୨), ତୁମୁସିଙ୍ଗା ଥାନା କୋଟଗରା ଅଞ୍ଚଳର ଅଶୋକ ମଲ୍ଲିକଙ୍କ ସ୍ତ୍ରୀ ଟିକିନା ମଲ୍ଲିକ (୩୫), ତୁମୁସିଙ୍ଗା ଥାନା ବାରୁଅଁା (କା) ଅଞ୍ଚଳର ଯଶୋବନ୍ତ ଭୂତିଆ (୫୯), ସହରସ୍ଥିତ ଜବାହରଚୌକର ଜେରକ୍ସ ଦୋକାନୀ ରଣଜିତ୍‌ ମହାରଣା (୪୪)। ସେମାନଙ୍କ ନିକଟରୁ ଏଗ୍ରିମେଣ୍ଟ ପେପର, ଇସି, ଜାଲ ଜମିପଟ୍ଟା, ଜମି ନକ୍ସା, ନକଲି ଆଧାରକାର୍ଡ, ପୌରସଂସ୍ଥାର ଜାଲ୍‌ ସିଲ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଶ୍ୟାମାଚରଣପୁର ନିବାସୀ ମୁରାରୀ ପଣ୍ଡାଙ୍କ ନାମରେ ଖାତା ନଂ. ୧୦୪/୧୦୪, ପ୍ଲଟ ନଂ. ୨୭ ତଇଳା କିସମ-୨ରେ ୨୨ ଡେସିମିଲ ଜାଗା ରହିଛି। ମୁରାରୀଙ୍କ ଘରେ ଯଶୋବନ୍ତ କିଛିଦିନ ଭଡ଼ାରେ ଥିଲେ। ସେହି ସମୟରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ତଥା ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ଭ୍ରମରବର ମହାକୁଡ (୬୭) ଶ୍ୟାମାଚରଣପୁରରେ ଆସି ଭଡ଼ାରେ ଥିଲେ। ଉକ୍ତ ଅଞ୍ଚଳରେ ଜମି କଣିବାକୁ ସେ ଯୋଗାଯୋଗ କରିବା ବେଳେ ଅଭିଯୁକ୍ତ ନିର୍ମଳ ଏଥିରେ ସହଯୋଗ କରିବେ ବୋଲି କହିଥିଲେ। ଏହାପରେ ଅନିଲ, ଯଶୋବନ୍ତ, ଶ୍ରୀକାନ୍ତଙ୍କୁ ଯୋଗାଯୋଗ କରିଥିଲେ ନିର୍ମଳ। ଦେବାଶିଷଙ୍କ ଏବଂ ପ୍ରଦୀପଙ୍କ ସହ ଆଲୋଚନା କରି ଜଣେ ଓକିଲଙ୍କ ଜରିଆରେ ଭ୍ରମରବରଙ୍କୁ ଠକେଇ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଭ୍ରମରବରଙ୍କ ସମ୍ମୁଖରେ ଯଶୋବନ୍ତ ନିଜକୁ ଜାଗାର ପ୍ରକୃତ ମାଲିକ ମୁରାରୀ ପ୍ରସାଦ ପଣ୍ଡା ବୋଲି ପରିଚୟ ଦେଇଥିଲେ। ସେହିପରି ପ୍ରଦୀପ ନିଜକୁ ମୁରାରୀଙ୍କ ପୁଅ କୁଲଦୀପ ପଣ୍ଡା ଏବଂ ଟିକିନା ମଲ୍ଲିକ ନିଜକୁ ମୁରାରୀଙ୍କ ସ୍ତ୍ରୀ ସୁଷମାରାଣୀ ପଣ୍ଡା ବୋଲି କହିଥିଲେ। ତେବେ ସୁଷମାରାଣୀ ସାଜିଥିବା ଟିକିନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି ଏବଂ ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତମାନେ କହିଥିଲେ। ଭ୍ରମରବରଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ଟିକିନାଙ୍କୁ ଅସୁସ୍ଥ ଦର୍ଶାଇ ଉକ୍ତ ବେସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ଏପରି କି ଏଗ୍ରିମେଣ୍ଟ ପାଇଁ ଗତ ମେ’ ୨୪ରେ ଏକ କାର୍‌ରେ ଭ୍ରମରବରଙ୍କୁ ସମ୍ପୃକ୍ତ ମେଡିକାଲକୁ ମଧ୍ୟ ନେଇଥିଲେ। ଭ୍ରମରବର ଗାଡ଼ିରେ ଅପେକ୍ଷା କରିଥିବାବେଳେ ସୁଷମାରାଣୀଙ୍କ ନାମରେ ଜଣେ ଓକିଲଙ୍କ ଜରିଆରେ ଏଗ୍ରିମେଣ୍ଟ ପେପରରେ ଦସ୍ତଖତ ଅଣାଯାଇଥିଲା। ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ରରେ ଫସିଯାଇଥିବା ଭ୍ରମରବର ଏଥିରେ ବିଶ୍ୱାସ କରି ଜମି ପାଇଁ ଡିଲ୍‌ ହୋଇଥିବା ୨୨ ଲକ୍ଷ ମଧ୍ୟରୁ ୮ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ସେଥିରୁ ଦେବାଶିଷ ଓ ପ୍ରଦୀପ ୨ଲକ୍ଷ ୨୫ ହଜାର ଟଙ୍କା ଲେଖାଏ, ନିର୍ମଳ ୧୦ ହଜାର, ଅନିଲ ୫ ହଜାର, ଶ୍ରୀକାନ୍ତ ୧ ଲକ୍ଷ ୨୫ ହଜାର, ଯଶୋବନ୍ତ ୧ ଲକ୍ଷ ଟଙ୍କା ନେଇଥିଲେ। ସେହିପରି ନକଲି ପଟ୍ଟା ଏବଂ ଆଧାରକାର୍ଡ କରିଥିବା ଜବାହରଚୌକ ଅଞ୍ଚଳର ଜେରକ୍ସ ଦୋକାନୀ ରଣଜିତ୍‌ ୪୬୦ ଟଙ୍କା ନେଇଥିଲେ। ଅବଶିଷ୍ଟ ଟଙ୍କା ଅନ୍ୟ ଅଭିଯୁକ୍ତମାନେ ବାଣ୍ଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri