ନକଲି ନଥି, ନକଲି ସମ୍ପର୍କ

ଢେଙ୍କାନାଳ ଅଫିସ, ୨୭।୯: କାଗଜପତ୍ରଠାରୁ ଆରମ୍ଭ କରି ଆଧାରକାର୍ଡ ସବୁ ନକଲି। ଏହାକୁ ବ୍ୟବହାର କରି ବହୁମୂଲ୍ୟ ଜମି ବିକ୍ରି କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ପୌରସଂସ୍ଥାର ସିଲ୍‌କୁ କରିଥିଲେ କପି। ଏପରି କି ଜମି କିଣିବାକୁ ଆଗ୍ରହୀ ଆଶାୟୀଙ୍କଠାରୁ ଅଗ୍ରୀମ ଆକାରରେ ନେଇସାରିଥିଲେ ୮ ଲକ୍ଷ ଟଙ୍କା। ଏଥିପାଇଁ ଅଭିଯୁକ୍ତ ସାଜିଥିଲେ ନକଲି ଜମି ମାଲିକ ଏବଂ ବିଶ୍ୱାସ ଜନ୍ମାଇବାକୁ ଯୋଗାଡ଼ କରିଥିଲେ ନକଲି ପୁଅ ଏବଂ ସ୍ତ୍ରୀ। ଏଭଳି ଏକ ଅଭିନବ ଜମି ଠକେଇ ମାମଲାର ରହସ୍ୟ ଉନ୍ମୋଚନ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍‌ ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ଗଁଦିଆ ଥାନା ଚିରୁଳେଇ ଗ୍ରାମର ତଥା ଢେଙ୍କାନାଳ ଜୟଗୋପାଳ ସାହିରେ ରହୁଥିବା ଘଟଣାର ମାଷ୍ଟର ମାଇଣ୍ଡ୍‌ ଅରୁଣ ପଟ୍ଟନାୟକ ଓରଫ୍‌ ଦେବାଶିଷ (୪୭), ଖମାର ସାହର ପ୍ରଦୀପ କୁମାର ରାଉତ (୪୦), ଶ୍ୟାମାଚରଣପୁରର ନିର୍ମଳ କୁମାର ଧଳ (୪୫), ଅମଲାପଡ଼ାର ଅନିଲ ଚୌଧୁରୀ (୩୨), ତୁମୁସିଙ୍ଗା ଥାନା କୋଟଗରା ଅଞ୍ଚଳର ଅଶୋକ ମଲ୍ଲିକଙ୍କ ସ୍ତ୍ରୀ ଟିକିନା ମଲ୍ଲିକ (୩୫), ତୁମୁସିଙ୍ଗା ଥାନା ବାରୁଅଁା (କା) ଅଞ୍ଚଳର ଯଶୋବନ୍ତ ଭୂତିଆ (୫୯), ସହରସ୍ଥିତ ଜବାହରଚୌକର ଜେରକ୍ସ ଦୋକାନୀ ରଣଜିତ୍‌ ମହାରଣା (୪୪)। ସେମାନଙ୍କ ନିକଟରୁ ଏଗ୍ରିମେଣ୍ଟ ପେପର, ଇସି, ଜାଲ ଜମିପଟ୍ଟା, ଜମି ନକ୍ସା, ନକଲି ଆଧାରକାର୍ଡ, ପୌରସଂସ୍ଥାର ଜାଲ୍‌ ସିଲ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଶ୍ୟାମାଚରଣପୁର ନିବାସୀ ମୁରାରୀ ପଣ୍ଡାଙ୍କ ନାମରେ ଖାତା ନଂ. ୧୦୪/୧୦୪, ପ୍ଲଟ ନଂ. ୨୭ ତଇଳା କିସମ-୨ରେ ୨୨ ଡେସିମିଲ ଜାଗା ରହିଛି। ମୁରାରୀଙ୍କ ଘରେ ଯଶୋବନ୍ତ କିଛିଦିନ ଭଡ଼ାରେ ଥିଲେ। ସେହି ସମୟରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ତଥା ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ଭ୍ରମରବର ମହାକୁଡ (୬୭) ଶ୍ୟାମାଚରଣପୁରରେ ଆସି ଭଡ଼ାରେ ଥିଲେ। ଉକ୍ତ ଅଞ୍ଚଳରେ ଜମି କଣିବାକୁ ସେ ଯୋଗାଯୋଗ କରିବା ବେଳେ ଅଭିଯୁକ୍ତ ନିର୍ମଳ ଏଥିରେ ସହଯୋଗ କରିବେ ବୋଲି କହିଥିଲେ। ଏହାପରେ ଅନିଲ, ଯଶୋବନ୍ତ, ଶ୍ରୀକାନ୍ତଙ୍କୁ ଯୋଗାଯୋଗ କରିଥିଲେ ନିର୍ମଳ। ଦେବାଶିଷଙ୍କ ଏବଂ ପ୍ରଦୀପଙ୍କ ସହ ଆଲୋଚନା କରି ଜଣେ ଓକିଲଙ୍କ ଜରିଆରେ ଭ୍ରମରବରଙ୍କୁ ଠକେଇ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଭ୍ରମରବରଙ୍କ ସମ୍ମୁଖରେ ଯଶୋବନ୍ତ ନିଜକୁ ଜାଗାର ପ୍ରକୃତ ମାଲିକ ମୁରାରୀ ପ୍ରସାଦ ପଣ୍ଡା ବୋଲି ପରିଚୟ ଦେଇଥିଲେ। ସେହିପରି ପ୍ରଦୀପ ନିଜକୁ ମୁରାରୀଙ୍କ ପୁଅ କୁଲଦୀପ ପଣ୍ଡା ଏବଂ ଟିକିନା ମଲ୍ଲିକ ନିଜକୁ ମୁରାରୀଙ୍କ ସ୍ତ୍ରୀ ସୁଷମାରାଣୀ ପଣ୍ଡା ବୋଲି କହିଥିଲେ। ତେବେ ସୁଷମାରାଣୀ ସାଜିଥିବା ଟିକିନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି ଏବଂ ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତମାନେ କହିଥିଲେ। ଭ୍ରମରବରଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ଟିକିନାଙ୍କୁ ଅସୁସ୍ଥ ଦର୍ଶାଇ ଉକ୍ତ ବେସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ଏପରି କି ଏଗ୍ରିମେଣ୍ଟ ପାଇଁ ଗତ ମେ’ ୨୪ରେ ଏକ କାର୍‌ରେ ଭ୍ରମରବରଙ୍କୁ ସମ୍ପୃକ୍ତ ମେଡିକାଲକୁ ମଧ୍ୟ ନେଇଥିଲେ। ଭ୍ରମରବର ଗାଡ଼ିରେ ଅପେକ୍ଷା କରିଥିବାବେଳେ ସୁଷମାରାଣୀଙ୍କ ନାମରେ ଜଣେ ଓକିଲଙ୍କ ଜରିଆରେ ଏଗ୍ରିମେଣ୍ଟ ପେପରରେ ଦସ୍ତଖତ ଅଣାଯାଇଥିଲା। ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ରରେ ଫସିଯାଇଥିବା ଭ୍ରମରବର ଏଥିରେ ବିଶ୍ୱାସ କରି ଜମି ପାଇଁ ଡିଲ୍‌ ହୋଇଥିବା ୨୨ ଲକ୍ଷ ମଧ୍ୟରୁ ୮ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ସେଥିରୁ ଦେବାଶିଷ ଓ ପ୍ରଦୀପ ୨ଲକ୍ଷ ୨୫ ହଜାର ଟଙ୍କା ଲେଖାଏ, ନିର୍ମଳ ୧୦ ହଜାର, ଅନିଲ ୫ ହଜାର, ଶ୍ରୀକାନ୍ତ ୧ ଲକ୍ଷ ୨୫ ହଜାର, ଯଶୋବନ୍ତ ୧ ଲକ୍ଷ ଟଙ୍କା ନେଇଥିଲେ। ସେହିପରି ନକଲି ପଟ୍ଟା ଏବଂ ଆଧାରକାର୍ଡ କରିଥିବା ଜବାହରଚୌକ ଅଞ୍ଚଳର ଜେରକ୍ସ ଦୋକାନୀ ରଣଜିତ୍‌ ୪୬୦ ଟଙ୍କା ନେଇଥିଲେ। ଅବଶିଷ୍ଟ ଟଙ୍କା ଅନ୍ୟ ଅଭିଯୁକ୍ତମାନେ ବାଣ୍ଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri