ଆୟକର ନାଁରେ ଆସୁଛି ନକଲି ନୋଟିସ: ସତର୍କ ରହିବାକୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର,୨୭।୫: (ଅନୁରାଧା ମହାରଣା): ଆୟକର ବିଭାଗ ନାମରେ କର ପୈଠରେ ଖିଲାପ ନେଇ ନୋଟିସ ପାଇବା କ୍ଷଣି ସାଧାରଣ ଲୋକ ବିବ୍ରତ ହୋଇପଡ଼ନ୍ତି। କିଛି ବିଚାର ନକରି ତୁରନ୍ତ ମୋବାଇଲକୁ ମେସେଜ୍‌ ଆସିଥିବା ଲିଙ୍କ ଉଫରେ କ୍ଲିକ୍‌ କରି ଟଙ୍କା ପୈଠ କରିଦିଅନ୍ତି। ତେବେ ଅନେକ ସମୟରେ ଏହି କାରଣରୁ ଲୋକ ଠକାମୀରେ ପଡ଼ୁଥିବା ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆୟକର ବିଭାଗରୁ କୌଣସି ନୋଟିସ (ଆଇଟି ନୋଟିସ) ପାଇଲେ ଏହା ବାସ୍ତବରେ ବିଭାଗ ପକ୍ଷରୁ ପଠାଯାଇଛି କି ନାହିଁ ତାହାର ତର୍ଜମା କରିବା ନେଇ ଲୋକଙ୍କୁ ସତର୍କ କରାଯାଇଛି।

ଆୟକର ବିଜ୍ଞପ୍ତି କ’ଣ ଏବଂ ମୋବାଇଲକୁ ଆସିଥିବା ନୋଟିସ୍‌ ଅସଲି କି ନକଲି ତାହା ବିଚାର କରିବାର ଆବଶ୍ୟକତା ରହିଛି। ନିକଟରେ ଏପରି ଅନେକ ମାମଲା ନଜରକୁ ଆସିଛି ଯେତେବେଳେ କିଛି ଠକ ସର୍ବେକ୍ଷଣ ଟିକସ ଚାହିଦା ନାମରେ ଟିକସ ନୋଟିସ ପଠାଇ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଆଇଟିଆର ଦାଖଲ ପାଇଁ ଆୟକର ବିଭାଗ ଲୋକଙ୍କୁ ଆୟକର ବିଜ୍ଞପ୍ତି ଜାରି କରିଥାଏ ମାତ୍ର ଏହାର ସୁଯୋଗ ନେଇ ସ୍କାମର୍‌ ନକଲି ଆୟକର ନୋଟିସ ମେଲ ଲୋକଙ୍କୁ ପଠାନ୍ତି ଏବଂ ସେହି ଲିଙ୍କରେ କ୍ଲିକ କରି ଜରିମାନା ଦେବାକୁ କୁହନ୍ତି। ଏଥିପାଇଁ ସେ ଏକ ଲିଙ୍କ ମଧ୍ୟ ପଠାନ୍ତି ଓ ଲୋକମାନେ ଏଥିରେ ଟଙ୍କା ଜମା କରି ଠକାମୀରେ ପଡ଼ିଥା’ନ୍ତି।

ସୂଚନା ଥାଉ କି, ୨୦୧୯ ଅକ୍ଟୋବର ୧ ଠାରୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଡିଆଇଏନ୍‌ ନମ୍ବର ରହିଥାଏ। ଏହା ଏକ ସ୍ବତନ୍ତ୍ର ସଂଖ୍ୟା ହୋଇଥାଏ। କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୨୦୧୯ ଅଗଷ୍ଟ ୧୪ରେ ଏହି ପ୍ରସଙ୍ଗରେ ଏକ ସର୍କୁଲାର ଜାରି କରି ସୂଚନା ଦେଇଥିଲା। ଆୟକର ବିଭାଗର କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ବିଭାଗ ଡିଆଇଏନ୍‌ ନମ୍ବର ପଞ୍ଜିକରଣ କରିବାକୁ ନିଷ୍ପତ୍ତିନ୍ନିଆଯାଇଥିଲା। ବିଜ୍ଞପ୍ତି ସଠିକ କି ନୁହେଁ ଯାଞ୍ଚ କରିବା ପାଇଁ କରଦାତା ଆୟକର ପୋର୍ଟାଲରେ ଯାଞ୍ଚ କରିପାରିବେ। @incometax.gov.inର ଅଫିସିଆଲ ୱେବସାଇଟ ଲିଙ୍କରେ କ୍ଲିକ କରି ଯାଞ୍ଚ କରିପାରିବେ।

ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଧାରା ୧୩୧ ଏବଂ ୧୩୩ ଅଧୀନରେ ରହଛି। ଏହି ବିଜ୍ଞପ୍ତିରେ କୌଣସି ଦେୟ ପ୍ରଦାନ ନେଇ ଲିଙ୍କ ପଠାଯାଉନଥିବା ଦର୍ଶାଯାଇଛି। ଏପରି ପରିସ୍ଥିତିରେ, ନୋଟିସ ମେଲ ପାଇବା ପରେ ଆୟକର ବିଭାଗର ଇ-ଫାଇଲ ପୋର୍ଟାଲ https://www.incometax.gov.in/iec/foportal/ ପରିଦର୍ଶନ କରି ଆଇଟିଡି ଦ୍ୱାରା ପ୍ରାମାଣିକିକରଣ ବିଜ୍ଞପ୍ତି / ଅର୍ଡର ଇସ୍ୟୁ’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ନୂତନ ୱିଣ୍ଡୋରେ, କରଦାତା ନିଜର ଡିଆଇଏନ୍‌ ନମ୍ବର ଏବଂ ପାନ ନମ୍ବର ପ୍ରବେଶ କରିବା ପରେ ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପି ଆସିବ। ଏହି ଓଟିପି ଦେବା ପରେ ଯଦି ବିଭାଗ ନୋଟିସ ପଠାଇ ନାହିଁ ତେବେ ଏହା ଅବୈଧ ବୋଲି ଦର୍ଶାଇବ। ଏଥିରୁ ଏହା ଏକ ନକଲି ବିଜ୍ଞପ୍ତି ବୋଲି କରଦାତା ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri