ଆୟକର ନାଁରେ ଆସୁଛି ନକଲି ନୋଟିସ: ସତର୍କ ରହିବାକୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର,୨୭।୫: (ଅନୁରାଧା ମହାରଣା): ଆୟକର ବିଭାଗ ନାମରେ କର ପୈଠରେ ଖିଲାପ ନେଇ ନୋଟିସ ପାଇବା କ୍ଷଣି ସାଧାରଣ ଲୋକ ବିବ୍ରତ ହୋଇପଡ଼ନ୍ତି। କିଛି ବିଚାର ନକରି ତୁରନ୍ତ ମୋବାଇଲକୁ ମେସେଜ୍‌ ଆସିଥିବା ଲିଙ୍କ ଉଫରେ କ୍ଲିକ୍‌ କରି ଟଙ୍କା ପୈଠ କରିଦିଅନ୍ତି। ତେବେ ଅନେକ ସମୟରେ ଏହି କାରଣରୁ ଲୋକ ଠକାମୀରେ ପଡ଼ୁଥିବା ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆୟକର ବିଭାଗରୁ କୌଣସି ନୋଟିସ (ଆଇଟି ନୋଟିସ) ପାଇଲେ ଏହା ବାସ୍ତବରେ ବିଭାଗ ପକ୍ଷରୁ ପଠାଯାଇଛି କି ନାହିଁ ତାହାର ତର୍ଜମା କରିବା ନେଇ ଲୋକଙ୍କୁ ସତର୍କ କରାଯାଇଛି।

ଆୟକର ବିଜ୍ଞପ୍ତି କ’ଣ ଏବଂ ମୋବାଇଲକୁ ଆସିଥିବା ନୋଟିସ୍‌ ଅସଲି କି ନକଲି ତାହା ବିଚାର କରିବାର ଆବଶ୍ୟକତା ରହିଛି। ନିକଟରେ ଏପରି ଅନେକ ମାମଲା ନଜରକୁ ଆସିଛି ଯେତେବେଳେ କିଛି ଠକ ସର୍ବେକ୍ଷଣ ଟିକସ ଚାହିଦା ନାମରେ ଟିକସ ନୋଟିସ ପଠାଇ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଆଇଟିଆର ଦାଖଲ ପାଇଁ ଆୟକର ବିଭାଗ ଲୋକଙ୍କୁ ଆୟକର ବିଜ୍ଞପ୍ତି ଜାରି କରିଥାଏ ମାତ୍ର ଏହାର ସୁଯୋଗ ନେଇ ସ୍କାମର୍‌ ନକଲି ଆୟକର ନୋଟିସ ମେଲ ଲୋକଙ୍କୁ ପଠାନ୍ତି ଏବଂ ସେହି ଲିଙ୍କରେ କ୍ଲିକ କରି ଜରିମାନା ଦେବାକୁ କୁହନ୍ତି। ଏଥିପାଇଁ ସେ ଏକ ଲିଙ୍କ ମଧ୍ୟ ପଠାନ୍ତି ଓ ଲୋକମାନେ ଏଥିରେ ଟଙ୍କା ଜମା କରି ଠକାମୀରେ ପଡ଼ିଥା’ନ୍ତି।

ସୂଚନା ଥାଉ କି, ୨୦୧୯ ଅକ୍ଟୋବର ୧ ଠାରୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଡିଆଇଏନ୍‌ ନମ୍ବର ରହିଥାଏ। ଏହା ଏକ ସ୍ବତନ୍ତ୍ର ସଂଖ୍ୟା ହୋଇଥାଏ। କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୨୦୧୯ ଅଗଷ୍ଟ ୧୪ରେ ଏହି ପ୍ରସଙ୍ଗରେ ଏକ ସର୍କୁଲାର ଜାରି କରି ସୂଚନା ଦେଇଥିଲା। ଆୟକର ବିଭାଗର କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ବିଭାଗ ଡିଆଇଏନ୍‌ ନମ୍ବର ପଞ୍ଜିକରଣ କରିବାକୁ ନିଷ୍ପତ୍ତିନ୍ନିଆଯାଇଥିଲା। ବିଜ୍ଞପ୍ତି ସଠିକ କି ନୁହେଁ ଯାଞ୍ଚ କରିବା ପାଇଁ କରଦାତା ଆୟକର ପୋର୍ଟାଲରେ ଯାଞ୍ଚ କରିପାରିବେ। @incometax.gov.inର ଅଫିସିଆଲ ୱେବସାଇଟ ଲିଙ୍କରେ କ୍ଲିକ କରି ଯାଞ୍ଚ କରିପାରିବେ।

ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଧାରା ୧୩୧ ଏବଂ ୧୩୩ ଅଧୀନରେ ରହଛି। ଏହି ବିଜ୍ଞପ୍ତିରେ କୌଣସି ଦେୟ ପ୍ରଦାନ ନେଇ ଲିଙ୍କ ପଠାଯାଉନଥିବା ଦର୍ଶାଯାଇଛି। ଏପରି ପରିସ୍ଥିତିରେ, ନୋଟିସ ମେଲ ପାଇବା ପରେ ଆୟକର ବିଭାଗର ଇ-ଫାଇଲ ପୋର୍ଟାଲ https://www.incometax.gov.in/iec/foportal/ ପରିଦର୍ଶନ କରି ଆଇଟିଡି ଦ୍ୱାରା ପ୍ରାମାଣିକିକରଣ ବିଜ୍ଞପ୍ତି / ଅର୍ଡର ଇସ୍ୟୁ’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ନୂତନ ୱିଣ୍ଡୋରେ, କରଦାତା ନିଜର ଡିଆଇଏନ୍‌ ନମ୍ବର ଏବଂ ପାନ ନମ୍ବର ପ୍ରବେଶ କରିବା ପରେ ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପି ଆସିବ। ଏହି ଓଟିପି ଦେବା ପରେ ଯଦି ବିଭାଗ ନୋଟିସ ପଠାଇ ନାହିଁ ତେବେ ଏହା ଅବୈଧ ବୋଲି ଦର୍ଶାଇବ। ଏଥିରୁ ଏହା ଏକ ନକଲି ବିଜ୍ଞପ୍ତି ବୋଲି କରଦାତା ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri