ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦୦ରୁ ଅଧିକ ନକଲି ବହି, ଗୋଟିଏ ଅଟୋରିକ୍ସା ଜବତ କରିଛି। ଏଥିସହ ୪ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଜବତ ବହିଗୁଡ଼ିକର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜବତ ବହିରେ ୱାଟର ମାର୍କ ନ ଥିବା ସହ ପେପର କ୍ୱାଲିଟି ଖରାପ ଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହି ବହି କେଉଁଠି ଛପାଯାଉଥିଲା ତାହା ଏଯାବତ୍‌ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଓଡ଼ିଶା ବଜାରରେ ଏନ୍‌ସିଇଆର୍‌ଟି ବହି କମ୍‌ ବିକ୍ରି ହେଉଥିଲା। ଏହାର କାରଣ ଜାଣିବା ପାଇଁ କୋଲ୍‌କାତାରୁ ଏନ୍‌ସିଇଆର୍‌ଟିର ଏକ ଟିମ୍‌ ଭୁବନେଶ୍ୱର ଆସି ବିଭିନ୍ନ ବୁକ୍‌ ଷ୍ଟୋରରେ ଗ୍ରାହକ ହିସାବରେ ପଚାରି ବୁଝିବା ସହ ବହି ଦେଖିଥିଲେ। ହେଲେ ବହିରେ ୱାର୍ଟର ମାର୍କ ନ ଥିବା ସହ ପେପର କ୍ୱାଲଟି କମ୍‌ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଏନ୍‌ସିଇଆର୍‌ଟି ଟିମ୍‌ର ଅଧିକାରୀ କମିଶନରେଟ ପୋଲିସକୁ ଖବର ଦେଇଥିଲେ। ଘଟଣାକୁ ଗୁରୁତର ସହ ନେଇ ଡିସିପି ପ୍ରତୀକ ସିଂ ଓ ଖାରବେଳନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, କେତେଜଣ ପୋଲିସ ଅଧିକାରୀ ଏବଂ ଏନ୍‌ସିଇଆର୍‌ଟି ମିଳିତ ଭାବେ ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନଠାରେ ଥିବା ବିଦ୍ୟାର୍ଥୀ ବୁକ୍‌ ଷ୍ଟୋରରେ ପ୍ରଥମେ ଚଢ଼ାଉ କରିଥିଲେ। ସେଠାରେ ଯାଞ୍ଚବେଳେ ସ୍ବଳ୍ପ ପରିମାଣ ନକଲି ବହି ଜବତ ହୋଇଥିଲା। ତେବେ ଉକ୍ତ ବହି ଦୋକାନରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବାରୁ ଏହି ବହିଗୁଡ଼ିକ ସେମାନେ ୟୁନିଟ୍‌-୯ ଠାରେ ଥିବା ମା’ ମଙ୍ଗଳା ବୁକ୍‌ ଷ୍ଟୋରରୁ ଆଣିଥିବା ଦର୍ଶାଇଥିଲେ। ଉକ୍ତ ତଥ୍ୟ ଆଧାରରେ ପୋଲିସ ଟିମ୍‌ ମା’ ମଙ୍ଗଳା ବୁକ୍‌ ଷ୍ଟୋରରେ ଚଢ଼ାଉ କରିଥିଲେ। ସେଠାରୁ ଯାଞ୍ଚବେଳେ ୩୦୦ ନକଲି ବହି, ଗୋଟିଏ ଅଟୋରିକ୍ସା ଜବତ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ରବି ଟକିଜ୍‌ ଛକରେ ଥିବା ଶୁଭମ ବୁକ୍‌ ଷ୍ଟୋରରେ ନକଲି ବହି ସବୁ ଉପଲବ୍ଧ ଥିବା ପୋଲିସ ଟିମ୍‌ ଜାଣିବାକୁ ପାଇଥିଲେ। ପରେ ଟିମ୍‌ ଶୁଭମ୍‌ ବୁକ୍‌ ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ଏନ୍‌ସିଇଆର୍‌ଟି ପରିଚାଳିତ ନକଲି ବହିଗୁଡ଼ିକୁ ଜବତ କରାଯିବା ସହ ଆଉ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri