ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ ଜିଲା ବିଜେପୁର ତାଳପଦର ଗ୍ରାମର ଯୁଧିଷ୍ଠିର ପ୍ରଧାନ(୩୬)। ତାଙ୍କ ନିକଟରୁ ପୋଲିସ ୨ମୋବାଇଲ୍‌, ୨ସିମ୍‌, ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବେଦାନ୍ତ କମ୍ପାନୀର ଗେଟ୍‌ପାସ୍‌, ହେମନ୍ତ ଚୌଧୁରୀଙ୍କ ନାମରେ ଏକ ଆଧାରକାର୍ଡ, ନିଜ ହାତଲେଖା ଡାଏରି, ଓ୍ବେଷ୍ଟର୍ନ ଓଡିଶା ମାଓଇଷ୍ଟ୍‌ ଅର୍ଗାନାଇଜେଶନ୍‌ ନାମରେ କେତେକ ହିନ୍ଦୀ ଲେଖା, ଧମକ୍‌ପୂର୍ଣ୍ଣ ପତ୍ର ଆଦି ଜବତ ହୋଇଛି। ଏ ନେଇ ପୋଲିସ ବଡମାଲ ଥାନା (କେସ୍‌ ନଂ୧୭୫/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ବେଦାନ୍ତ କମ୍ପାନୀରେ ନିୟୋଜିତ ହୋଇଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ କାର୍ଯ୍ୟରତ ସାଇଡ୍‌ ଇନ୍‌ଚାର୍ଜ ଅବୁତର ଖାନ୍‌(୩୯)ଙ୍କ ନିକଟରେ ଏକ ରେଜେଷ୍ଟି ଚିଠି ପହଞ୍ଚତ୍ଥିଲା। ଏଥିରେ ଓ୍ବେଷ୍ଟର୍ନ ଓଡ଼ିଶା ମାଓଇଷ୍ଟ୍‌ ଅର୍ଗାନାଇଜେଶନ୍‌ ଉଲ୍ଲେଖ ରହିଥିବାବେଳେ ସିମେନ୍‌ ଇଣ୍ଡିଆ କମ୍ପାନୀରେ କାମ କରୁଥିବା ପଶ୍ଚିମ ଓଡ଼ିଶାର କର୍ମଚାରୀମାନଙ୍କ ଦରମା ବୃଦ୍ଧି ଆଦି ସୁବିଧା ଯୋଗାଇ ଦିଆଯାଉ। ନଚେତ୍‌ ଜୀବନରୁ ମାରିଦେବା ପାଇଁ ଧମକପୂର୍ଣ୍ଣ ଲେଖା ରହିଥିଲା। ଏହାଛଡା ବିଭିନ୍ନ ସମୟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମୋବାଇଲ୍‌ରେ ଧମକ୍‌ ଦେଉଥିଲେ। କର୍ମଚାରୀ ଅବୁତର ଏଥିରେ ଭୟଭୀତ ହୋଇ ନିଜ ଗ୍ରାମକୁ ଚାଲିଯାଇଥିଲେ।

ସେହିପରି ସିମେନ୍ସ ଇଣ୍ଡିଆ କମ୍ପାନୀର ଏଚ୍‌ଆର୍‌ ମୁଖ୍ୟ ରଣଜିତ ମହାପାତ୍ରଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ନିଜକୁ ପଶ୍ଚିମ ଓଡ଼ିଶା ଲାଲ୍‌ବାହିନୀ ମାଓଇଷ୍ଟ ଚିଫ୍‌ ଡିସି ମୁଗୁନ୍‌ କୋଡ୍‌ ଓଆର୍‌ଏଲ୍‌ଟିଟି/୦୨୧୧(ସ୍ଲୋଗାନ ଲାଲ୍‌ ସଲାମ୍‌) ରହିଥିଲା। ଦାବି ପୂରଣ ନ କଲେ ଝାରସୁଗୁଡା ଛାଡି ଚାଲିଯାଅ ନ ହେଲେ ତୁମର କଟାମୁଣ୍ଡ ଜଙ୍ଗଲରେ ମିଳିବ ବୋଲିି ଧମକ୍‌ ଦେଉଥିଲେ। ପୋଲିସ୍‌ ତଦନ୍ତକରି ସମ୍ପୃକ୍ତ ଯୁବକଙ୍କୁ ଗିରଫକରି ତାଙ୍କ ନିକଟରୁ କେତେକ ଚିଠି ଜବତ କରିଛି। ଜବତ ଚିଠି ତାଙ୍କ ହାତଲେଖା କି ନାହିଁ ଜାଣିବାକୁ ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ପି ଦାସ କହିଛନ୍ତି। ଗିରଫ ଅଭିଯୁକ୍ତ ଯୁଧିଷ୍ଠିର ସିମେନ୍ସ କମ୍ପାନୀରେ ଫିଟର୍‌ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri