ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା ପୋଲିସ ରବିବାର ୱେବ୍‌ ଖବରଦାତା ରଞ୍ଜୁ ଓରଫ୍‌ ଅନୁବ୍ରତ ବାରା ଓ ବଳି ମାଝିଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅଧିକ ତଦନ୍ତ କରି ସେମାନଙ୍କ ଆଉ ଜଣେ ସାଥୀ ବିଷମକଟକ ଥାନା ଅର୍ନ୍ତଗତ ସୀମାଞ୍ଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗି ଓରଫ୍‌ ମାଣ୍ଡିକାଙ୍କୁ ସୋମବାର ଗିରଫ କରିଛି ।

ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ୱାଥି ଏସ୍‌.କୁମାର ସୂଚନା ଦେଇଛନ୍ତି । ଏସ୍‌ପି ସ୍ୱାଥିଙ୍କ ସୂଚନା ଅନୁସାରେ ଏହି ମାମଲା ମୁଖ୍ୟ କାର୍ପଟଦାର ସାଜିଥିଲେ ୱେବ ସାମ୍ୱାଦିକ ଅନୁବ୍ରତ ବାରା । ଜିଲାରେ ମାଓବାଦୀ ଆତଙ୍କରାଜ ଶେଷ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ହଡ଼ପ କରିବା ସହିତ ନକଲି ମାଓବଦୀ ସଜାଇ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ହଡ଼ପ କରିବା ଯୋଜନା ଅଭିଯୁକ୍ତଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଏସ୍‌ପି କହିଛନ୍ତି।

ରାୟଗଡ଼ା ସହର ଉପକଣ୍ଠ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ବସ୍‌ଷ୍ଟପ, ଚାନ୍ଦିଲି ଥାନା ଅଧୀନ ପାଇକପଡ଼ା ଓ କଲ୍ୟାଣସିଂହପୁର ବ୍ଲକ୍‌ର ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାଗୁଡ଼ା ଛକରେ ଗତ ଶୁକ୍ରବାର ମାଓବାଦୀ ପୋଷ୍ଟର ଲାଗିଥିଲା। ଉକ୍ତ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଖବରଦାତା ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇବା ପରେ ରବିବାର ତାଙ୍କୁ ଓ ବଳି ମାଝିଙ୍କୁ ଗିରଫ କରିଥିଲା । ପୋଲିସ ସୂଚନା ମୁତାବକ ଅନୁବ୍ରତ ଗତ କିଛି ଦିନ ଧରି ଏ ନେଇ ରାୟଗଡ଼ା ସହରର ବିଭିନ୍ନ ହୋଟେଲରେ ବୈଠକ କରି ଯୋଜନା ମୁତାବକ ଛତିଶଗଡ଼ ରାଜ୍ୟର କେତେଜଣ ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ ଦର୍ଶାଇବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଥିଲେ। ହେଲେ ପରବର୍ତ୍ତି ସମୟରେ ନକଲି ମାଓବାଦୀ ସାଜିବା ପାଇଁ ରାଜି ହୋଇଥିବା ବ୍ୟକ୍ତିବିଶେଷ ଏହି କାମ ପାଇଁ ମନା କରିଦେଇଥିଲେ ବୋଲି ଏସ୍‌ପି ସ୍ୱାଥି ସୂଚନା ଦେଇଛନ୍ତି । ଏହି ମାମଲାରେ ଗିରଫ ସୀମାଞ୍ଚଳ ଜାନୁଆରି ୨୦ରେ ମୁନିଗୁଡ଼ା ଥାନା ଅଧୀନସ୍ଥ ତେଲେଙ୍ଗାପଦରଠାରେ ମଧ୍ୟ ମାଓବାଦୀଙ୍କ ନାଁରେ ବ୍ୟାନର ଲଗାଇଥିଲେ । ଖବରଦାତା ସମ୍ମିଳନୀରେ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ଅମୂଲ୍ୟ ଧର ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri