ବିଧାୟକଙ୍କ ଲେଟର ପ୍ୟାଡ୍‌ରେ ନକଲି ଚିଠି

ଯାଜପୁର ଅଫିସ,୧୪ା୯: ରାଜ୍ୟ ସରକାର ନୀତି ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ରାଜନୀତି କ୍ଷେତ୍ରରେ ବିଧାୟକମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଯୋଜନାର କାର୍ଯ୍ୟକାରିତା, ପ୍ରସ୍ତାବ ଆଦି କ୍ଷେତ୍ରରେ ଚିଠିପତ୍ର ଦିଆନିଆ ପାଇଁ ସେମାନଙ୍କୁ ସରକାରୀ ଲେଟର ପ୍ୟାଡ୍‌ ବ୍ୟବହାର ଲାଗି ଅନୁମତି ମିଳିଛି। କିନ୍ତୁ ଲୋକହିତରେ ଜାରି ବିଧାୟକଙ୍କ ଏହି ସ୍ବତନ୍ତ୍ର କ୍ଷମତାକୁ ଚଞ୍ଚକତା କରି ଅପବ୍ୟବହାର କରାଯାଉଥିବା ଏକ ଘଟଣା ସାମ୍ନାକୁ ଆସିଛି। କୋରାପୁଟ ଜିଲା ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ନାମରେ ଏକ ନକଲି ଚିଠିକୁ ନେଇ ବିବାଦ ସୃଷ୍ଟି ହୋଇଛି ା ବିଧାୟକଙ୍କ ଅଜ୍ଞାତରେ ତାଙ୍କ ଲେଟର ପ୍ୟାଡ୍‌କୁ ଏଡିଟିଂ କରି ସେଥିରେ ଚିଠି ଲେଖାଯାଇଥିବା ସେ ନିଜେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଅଧସ୍ତନ ସଚିବ ଏସ୍‌.କେ. କଲାମୁଦ୍ଦିନ ତାଙ୍କ ପତ୍ରସଂଖ୍ୟା ୭୬୯୨/୧୨ା୯ା୨୦୨୨ରେ ଆବଶ୍ୟକ ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋରାପୁଟ ଏସ୍‌ପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧାୟକସ୍ତରରେ ସରକାରୀ କାଗଜପତ୍ରର ଯଦି ଏଭଳି ଅପବ୍ୟବହାର ହେଉଛି, ତେବେ ଅନ୍ୟାନ୍ୟ କ୍ଷେତ୍ରରେ ଚଞ୍ଚକତା କେତେ ହେଉଥିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଧାୟକ ପାଢ଼ୀ ତାଙ୍କ ପତ୍ରସଂଖ୍ୟା ୧୨୪/୭ା୩ା୨୦୨୨ରେ ଆରଟିଓ ଭୁବନେଶ୍ୱର-୧ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର ସୁରେନ୍ଦ୍ର ସେଠୀଙ୍କ ନିଯୁକ୍ତିରେ ଅନିୟମିତତା ଏବଂ ବେଆଇନ ଅର୍ଥ ଆଦାୟ କରାଯାଉଥିବା ନେଇ ପରିବହନ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉକ୍ତ ପତ୍ରରେ ସେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଦର୍ଶାଯାଇଥିଲା। ତେଣୁ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ପତ୍ରରେ ଦାବି କରାଯାଇଥିଲା। ତେବେ ବିଧାୟକ ପାଢୀ ୨୩ା୭ା୨୦୨୨ରେ ପରିବହନ ବିଭାଗର ସଚିବଙ୍କୁ ଦେଇଥିବା ସ୍ପଷ୍ଟୀକରଣରେ ଉକ୍ତ ଅଭିଯୋଗ ପତ୍ର ସମ୍ପର୍କରେ କିଛି ଜାଣିନାହିଁ ବୋଲି କହିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ନିଜର ସ୍ବାର୍ଥ ହାସଲ କରିବାକୁ କେହି ଜଣେ ତାଙ୍କ ସରକାରୀ ଲେଟର ପ୍ୟାଡ୍‌ର ନକଲ ତିଆରି କରି ଡ୍ରାଇଭର ସେଠୀଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି। ସେ ଏଭଳି କୌଣସି ଅଭିଯୋଗ ପତ୍ର ଦେଇନାହାନ୍ତି। ଏପରିକି ସୁରେନ୍ଦ୍ର ସେଠୀ କିଏ ସେ ଜାଣିନାହାନ୍ତି କିମ୍ବା ତାଙ୍କୁ ସେ କେବେ ଭେଟି ନାହାନ୍ତି। ଭୁବନେଶ୍ୱର ଆରଟିଓଙ୍କ କାର୍ଯ୍ୟାଳୟରେ ସୁରେନ୍ଦ୍ର ସେଠୀ ନାମକ କେହି ଡ୍ରାଇଭର କାମ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଜଣାନାହିଁ। ତେଣୁ ସୁରେନ୍ଦ୍ରଙ୍କ ନାମରେ ହୋଇଥିବା ଅଭିଯୋଗକୁ ଏଡ଼ାଇ ଦେଇ ତାଙ୍କ ଲେଟର ପ୍ୟାଡ୍‌କୁ ଚଞ୍ଚକତା କରିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ବିଧାୟକ ପାଢ଼ୀ ଅନୁରୋଧ କରିଛନ୍ତି। ଏଠାରେ ବିଧାୟକ ପାଢ଼ୀଙ୍କ ଲେଟର ପ୍ୟାଡ୍‌ ଏବଂ ଡ୍ରାଇଭରଙ୍କ ନାମରେ ହୋଇଥିବା ଅଭିଯୋଗର ଲେଟର ପ୍ୟାଡ୍‌ ସମାନ ଦିଶୁଥିବାବେଳେ ଦସ୍ତଖତରେ ସାମଞ୍ଜସ୍ୟ ରହିଥିବା ଅନୁମାନ କରାଯାଇଛି। ଏହି କ୍ରମରେ ପରିବହନ ବିଭାଗର ଅଧସ୍ତନ ସଚିବ କଲାମୁଦ୍ଦିନ କୋରାପୁଟ ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ସହ ଡ୍ରାଇଭର ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ଅଧିକାରୀଙ୍କୁ ପତ୍ର ଲେଖା ହୋଇଛି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ବିଧାୟକଙ୍କ ଏହି ପତ୍ର ସଂକ୍ରାନ୍ତରେ ଜଣାପଡ଼ିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣତଃ ବିଧାୟକମାନେ ପତ୍ର ଆଦାନ ପ୍ରଦାନ କରିବାକୁ ଏକ ରେଜିଷ୍ଟର ବ୍ୟବହାର କରିଥା’ନ୍ତି। ଯେଉଁ ବିଭାଗକୁ ସେମାନେ ପତ୍ର ଆଦାନ ପ୍ରଦାନ କରିଥା’ନ୍ତି, ସେ ନେଇ ରେଜିଷ୍ଟରରେ କ୍ରମିକ ସଂଖ୍ୟା ଏବଂ ତାରିଖ ଉଲ୍ଲେଖ କରି ନକଲ କପି ସାଇତି ରଖିଥାଆନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ବିଧାୟକ ପାଢ଼ୀଙ୍କ ସରକାରୀ ଲେଟର ପ୍ୟାଡ୍‌ କିଭଳି ଅପବ୍ୟବହାର ହେଲା ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri