ବିଧାୟକଙ୍କ ଲେଟର ପ୍ୟାଡ୍‌ରେ ନକଲି ଚିଠି

ଯାଜପୁର ଅଫିସ,୧୪ା୯: ରାଜ୍ୟ ସରକାର ନୀତି ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ରାଜନୀତି କ୍ଷେତ୍ରରେ ବିଧାୟକମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଯୋଜନାର କାର୍ଯ୍ୟକାରିତା, ପ୍ରସ୍ତାବ ଆଦି କ୍ଷେତ୍ରରେ ଚିଠିପତ୍ର ଦିଆନିଆ ପାଇଁ ସେମାନଙ୍କୁ ସରକାରୀ ଲେଟର ପ୍ୟାଡ୍‌ ବ୍ୟବହାର ଲାଗି ଅନୁମତି ମିଳିଛି। କିନ୍ତୁ ଲୋକହିତରେ ଜାରି ବିଧାୟକଙ୍କ ଏହି ସ୍ବତନ୍ତ୍ର କ୍ଷମତାକୁ ଚଞ୍ଚକତା କରି ଅପବ୍ୟବହାର କରାଯାଉଥିବା ଏକ ଘଟଣା ସାମ୍ନାକୁ ଆସିଛି। କୋରାପୁଟ ଜିଲା ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ନାମରେ ଏକ ନକଲି ଚିଠିକୁ ନେଇ ବିବାଦ ସୃଷ୍ଟି ହୋଇଛି ା ବିଧାୟକଙ୍କ ଅଜ୍ଞାତରେ ତାଙ୍କ ଲେଟର ପ୍ୟାଡ୍‌କୁ ଏଡିଟିଂ କରି ସେଥିରେ ଚିଠି ଲେଖାଯାଇଥିବା ସେ ନିଜେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଅଧସ୍ତନ ସଚିବ ଏସ୍‌.କେ. କଲାମୁଦ୍ଦିନ ତାଙ୍କ ପତ୍ରସଂଖ୍ୟା ୭୬୯୨/୧୨ା୯ା୨୦୨୨ରେ ଆବଶ୍ୟକ ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋରାପୁଟ ଏସ୍‌ପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧାୟକସ୍ତରରେ ସରକାରୀ କାଗଜପତ୍ରର ଯଦି ଏଭଳି ଅପବ୍ୟବହାର ହେଉଛି, ତେବେ ଅନ୍ୟାନ୍ୟ କ୍ଷେତ୍ରରେ ଚଞ୍ଚକତା କେତେ ହେଉଥିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଧାୟକ ପାଢ଼ୀ ତାଙ୍କ ପତ୍ରସଂଖ୍ୟା ୧୨୪/୭ା୩ା୨୦୨୨ରେ ଆରଟିଓ ଭୁବନେଶ୍ୱର-୧ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର ସୁରେନ୍ଦ୍ର ସେଠୀଙ୍କ ନିଯୁକ୍ତିରେ ଅନିୟମିତତା ଏବଂ ବେଆଇନ ଅର୍ଥ ଆଦାୟ କରାଯାଉଥିବା ନେଇ ପରିବହନ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉକ୍ତ ପତ୍ରରେ ସେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଦର୍ଶାଯାଇଥିଲା। ତେଣୁ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ପତ୍ରରେ ଦାବି କରାଯାଇଥିଲା। ତେବେ ବିଧାୟକ ପାଢୀ ୨୩ା୭ା୨୦୨୨ରେ ପରିବହନ ବିଭାଗର ସଚିବଙ୍କୁ ଦେଇଥିବା ସ୍ପଷ୍ଟୀକରଣରେ ଉକ୍ତ ଅଭିଯୋଗ ପତ୍ର ସମ୍ପର୍କରେ କିଛି ଜାଣିନାହିଁ ବୋଲି କହିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ନିଜର ସ୍ବାର୍ଥ ହାସଲ କରିବାକୁ କେହି ଜଣେ ତାଙ୍କ ସରକାରୀ ଲେଟର ପ୍ୟାଡ୍‌ର ନକଲ ତିଆରି କରି ଡ୍ରାଇଭର ସେଠୀଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି। ସେ ଏଭଳି କୌଣସି ଅଭିଯୋଗ ପତ୍ର ଦେଇନାହାନ୍ତି। ଏପରିକି ସୁରେନ୍ଦ୍ର ସେଠୀ କିଏ ସେ ଜାଣିନାହାନ୍ତି କିମ୍ବା ତାଙ୍କୁ ସେ କେବେ ଭେଟି ନାହାନ୍ତି। ଭୁବନେଶ୍ୱର ଆରଟିଓଙ୍କ କାର୍ଯ୍ୟାଳୟରେ ସୁରେନ୍ଦ୍ର ସେଠୀ ନାମକ କେହି ଡ୍ରାଇଭର କାମ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଜଣାନାହିଁ। ତେଣୁ ସୁରେନ୍ଦ୍ରଙ୍କ ନାମରେ ହୋଇଥିବା ଅଭିଯୋଗକୁ ଏଡ଼ାଇ ଦେଇ ତାଙ୍କ ଲେଟର ପ୍ୟାଡ୍‌କୁ ଚଞ୍ଚକତା କରିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ବିଧାୟକ ପାଢ଼ୀ ଅନୁରୋଧ କରିଛନ୍ତି। ଏଠାରେ ବିଧାୟକ ପାଢ଼ୀଙ୍କ ଲେଟର ପ୍ୟାଡ୍‌ ଏବଂ ଡ୍ରାଇଭରଙ୍କ ନାମରେ ହୋଇଥିବା ଅଭିଯୋଗର ଲେଟର ପ୍ୟାଡ୍‌ ସମାନ ଦିଶୁଥିବାବେଳେ ଦସ୍ତଖତରେ ସାମଞ୍ଜସ୍ୟ ରହିଥିବା ଅନୁମାନ କରାଯାଇଛି। ଏହି କ୍ରମରେ ପରିବହନ ବିଭାଗର ଅଧସ୍ତନ ସଚିବ କଲାମୁଦ୍ଦିନ କୋରାପୁଟ ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ସହ ଡ୍ରାଇଭର ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ଅଧିକାରୀଙ୍କୁ ପତ୍ର ଲେଖା ହୋଇଛି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ବିଧାୟକଙ୍କ ଏହି ପତ୍ର ସଂକ୍ରାନ୍ତରେ ଜଣାପଡ଼ିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣତଃ ବିଧାୟକମାନେ ପତ୍ର ଆଦାନ ପ୍ରଦାନ କରିବାକୁ ଏକ ରେଜିଷ୍ଟର ବ୍ୟବହାର କରିଥା’ନ୍ତି। ଯେଉଁ ବିଭାଗକୁ ସେମାନେ ପତ୍ର ଆଦାନ ପ୍ରଦାନ କରିଥା’ନ୍ତି, ସେ ନେଇ ରେଜିଷ୍ଟରରେ କ୍ରମିକ ସଂଖ୍ୟା ଏବଂ ତାରିଖ ଉଲ୍ଲେଖ କରି ନକଲ କପି ସାଇତି ରଖିଥାଆନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ବିଧାୟକ ପାଢ଼ୀଙ୍କ ସରକାରୀ ଲେଟର ପ୍ୟାଡ୍‌ କିଭଳି ଅପବ୍ୟବହାର ହେଲା ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri