Posted inଜାତୀୟ

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ କରେଇଦେବାକୁ କହି ଠକେଇ, ଏୟାରଲାଇନ୍ସର କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨।୧: ଦେଶର ଜଣାଶୁଣା ଏୟାରଲାଇନ୍ସ ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ ଦେବା ଆଳରେ ଠକେଇ କରାଯାଉଛି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏୟାରଲାଇନ୍ସର ଜଣେ ପୂର୍ବ କର୍ମଚାରୀଙ୍କ ହାତ ଥିବା ଜଣାପଡିଛି। ପୋଲିସ ତାଙ୍କୁ ଗିରଫ କରିଛି।

ଘଟଣା ଅନୁଯାୟୀ, ଅଭିଯୁକ୍ତଜଣକ ହେଉଛନ୍ତି ଏୟାରଲାଇନ୍ସର ପୂର୍ବତନ କର୍ମଚାରୀ ଇଶୁ ବର୍ମା ଓରଫ ରାହୁଲ ସକସେନା। ନିଜକୁ ଏୟାରଲାଇନ୍ସର ମାଲିକ କହି ସେ ଯୁବତୀ ଓ ତାଙ୍କ ପରିବାରକୁ ଫସେଇବାକୁ ଚେଷ୍ଟା କରିଥିଲେ। ୨୦୨୩ ଜୁନରେ ଯୁବତୀ ଜଣକ ଚାକିରୀ ଖୋଜିବା ପାଇଁ ନିଜ ପ୍ରୋଫାଇଲ ଅପଡେଟ କରିଥିଲେ। ଏହାପରେ ରାହୁଲ ନିଜକୁ ଏୟାରଲାଇନ୍ସର ମାଲିକ କହି ତାଙ୍କୁ ରିସେସସ୍ପନିଷ୍ଟର ଚାକିରୀ ଅଫର କରିଥିଲେ। ଏଥିପାଇଁ ତାଙ୍କୁ ୫୦ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ତାଙ୍କୁ ବହୁ ଇଣ୍ଟରଭ୍ୟୁ ଯୋଗ ଦେବାକୁ କହିଥିଲେ। ଏହାପରେ ମହିଳାଙ୍କୁ ଏକ ନକଲି ଅଫର ଲେଟର ଦେଇଥିଲେ, ଯେଉଁଥିରେ ପ୍ରତି ମାସରେ ୨୮ହଜାର ଟଙ୍କାର ବେତନ ଦେବାକୁ କୁହାଯାଇଥିଲା। ଯୁବତୀଙ୍କ ପରିବାରକୁ ଯେପରି ସନ୍ଦେହ ନ ହୁଏ ରାହୁଲ ତାଙ୍କର ଅନ୍ୟଏକ ସହଯୋଗୀଙ୍କୁ ଏହି କାଣ୍ଡରେ ମିଶାଇଥିଲେ। କେବଳ ଯୁବତୀ ନୁହନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ଏଥିରେ ଫସାଇ ନକଲି ଜଏନିଂ ଲେଟର ଦେଇଥିଲେ।

ପରେ ଜଏନିଂ ଲେଟର ନକଲି ଜଣାପଡିବା ପରେ ପରିବାର ଲୋକେ ଜଗତପୁଖି ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ରାହୁଲଙ୍କୁ ଗିରଫ କରିଛି। ତଦନ୍ତରେ ଜଣାପଡିଛି କି, ଯୁବତୀଙ୍କୁ ଫସାଇବା ସମୟରେ ସେ ଇଣ୍ଡିଗୋ ଏୟାରଲାଇନ୍ସରେ ବିଏମଆଇ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri