ଫେକ୍‌ ଜବ୍‌ ଅଫର

ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡ଼ା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ଯେ ସେମାନଙ୍କୁ ଠକିବାର ଏକ ମାୟାଜାଲ, ତାହା ସେମାନେ ବୁଝିବା ବେଳକୁ ହୋଇସାରିଥାଏ ବିଳମ୍ବ। ଆଉ ଏମିତିରେ ମୁଣ୍ଡରେ ହାତ ରଖି ପଶ୍ଚାତ୍ତାପ କରିବା ଛଡ଼ା ନ
ଥାଏ କିଛି ଉପାୟ। ତେଣୁ ଜବ୍‌ ପାଇବା ଆଳରେ ଯେପରି ଠକାମିର ଶିକାର ନ ହେବେ, ସେଥିପାଇଁ କେତେକ
ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

କେମିତି ହୁଏ ଠକେଇ…
ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ସେମାନଙ୍କୁ ଠକିବାର ମାଧ୍ୟମ ସାଜିଥାଏ, ସେ ଦିଗରେ ସେମାନେ ସତର୍କ ନ ଥାନ୍ତି। ହ୍ୟାକର୍‌ମାନେ ଠକେଇ କିଭଳି କରନ୍ତି, ଜାଣିରଖନ୍ତୁ ସେ ସମ୍ପର୍କରେ…
ସେମାନେ ମନ୍‌ଷ୍ଟର, ନୌକ୍ରି ଡଟ୍‌ କମ୍‌, ଟାଇମ୍ସ ଜବ୍‌, ଲିଙ୍କ୍‌ଡ ଇନ୍‌, ସାଇନ୍‌ ଭଳି ପ୍ରତିଷ୍ଠିତ ବିଭିନ୍ନ ରିକ୍ରୁଟ୍‌ମେଣ୍ଟ ସାଇଟ୍‌ରୁ ଜବ୍‌ ଆଶାୟୀ ପ୍ରାର୍ଥୀମାନଙ୍କର ପ୍ରୋଫାଇଲ୍‌ ସଂଗ୍ରହ କରିଥା’ନ୍ତି।
କମ୍ପାନୀ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ଜବ୍‌ ଖୋଜୁଥିବା ଯୁବତୀଯୁବକଙ୍କୁ ମେଲ୍‌ କରିଥା’ନ୍ତି। ନିଜକୁ ଜବ୍‌ କନ୍ସଲ୍‌ଟାଣ୍ଟ ଭାବେ ପରିଚୟ ଦେଇଥା’ନ୍ତି ଏବଂ ଉକ୍ତ ଜବ୍‌ କେବଳ ଆପଣ ହିଁ ପାଇବେ ବୋଲି ବିଶ୍ୱାସ ଯୋଗାଇଥା’ନ୍ତି।
ବ୍ୟାଙ୍କ୍‌ ଟ୍ରାନ୍ସଫର ଜରିଆରେ ସିକ୍ୟୁରିଟି ଫି, ରେଜିଷ୍ଟ୍ରେଶନ୍‌ ଫି, ଇଣ୍ଟରଭ୍ୟୁ ଫି ଆଦି ଜମା କରିବାକୁ କହିଥା’ନ୍ତି।
ଭ୍ରମିତ କରିବା ଲାଗି ସେମାନେ ନାମୀଦାମୀ କମ୍ପାନୀ, ଜବ୍‌ ପୋର୍ଟାଲ୍‌ ଏମିତିକି ସରକାରୀ ବିଭାଗଗୁଡ଼ିକର ମଧ୍ୟ ଡୁପ୍ଲିକେଟ୍‌ ଓ୍ବେବ୍‌ସାଇଟ୍‌ କରିଥା’ନ୍ତି। ସେଥିରେ ଜବ୍‌ ଅଫର ପୋଷ୍ଟ କରି ବିଭିନ୍ନ ଖର୍ଚ୍ଚ ଆଳରେ ଟଙ୍କା ଲୁଟିଥା’ନ୍ତି।
ବଦଳରେ ଅନ୍‌ଲାଇନ୍‌ କିମ୍ବା ଫୋନ୍‌ରେ ଇଣ୍ଟରଭ୍ୟୁ ନେବାକୁ କହିଥା’ନ୍ତି ଏବଂ ନକଲି ଆପଏଣ୍ଟମେଣ୍ଟ ଲେଟର ପଠାଇଥା’ନ୍ତି।
କେହି ଠକ କଲେଜ୍‌, ୟୁନିଭର୍ସିଟି ଆଦିକୁ ଯାଇ ଭଲ ଭଲ କମ୍ପାନୀର ଏଜେଣ୍ଟ ଭାବେ ନିଜର ପରିଚୟ ଦେଇଥା’ନ୍ତି। କ୍ୟାମ୍ପସ୍‌ ସିଲେକ୍ସନ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଜବ୍‌ ଯୋଗାଇ ଦେବା ଲାଗି କହି ସେମାନଙ୍କ ନାମ, ଫୋନ୍‌ ନମ୍ବର ଆଦି ଡିଟେଲ୍ସ ସଂଗ୍ରହ କରିନିଅନ୍ତି। ସେମାନଙ୍କୁ ଯୋଗାଯୋଗ କରି ଭଲ ଜବ୍‌ କରାଇଦେବାର ପ୍ରଲୋଭନ ଦେଇ ଟଙ୍କା ଲୁଟି ଥାଆନ୍ତି।
ହୁଅନ୍ତୁ ସତର୍କ:
ହ୍ୟାକର୍‌ମାନେ ଇ-ମେଲ୍‌ ଜରିଆରେ ଫେକ୍‌ ଜବ୍‌ ଅଫର ଦେଇ ଅନେକଙ୍କୁ ଲୁଟୁଥିବାର ଦେଖିବାକୁ

ବିଶ୍ୱରଞ୍ଜନ ମହାନ୍ତି(ତାଳଚେର)- ମୋର ଜଣେ ଘନିଷ୍ଠ ବନ୍ଧୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଥିବାରୁ ପାଠପଢ଼ା ସହ ନିଜର ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ପାର୍ଟଟାଇମ୍‌ ଜବ୍‌ ଖୋଜୁଥିଲା। ଖବରକାଗଜରୁ ଏକ ଘରୋଇ ସଂସ୍ଥାର ବିଜ୍ଞପ୍ତି ଦେଖି ଯୋଗାଯୋଗ କରି ଜଏନ୍‌ କରିଥିଲା, କାର୍ଯ୍ୟ କରିବାର ଦୁଇ-ତିନି ମାସ ପରେ ଦରମା ନ ମିଳିବାରୁ ଜାଣିଲା ଯେ ସଂସ୍ଥାର ନିଜସ୍ବ ସ୍ଥାୟୀ ଭିତ୍ତିଭୂମି ନାହିଁ। ସଂପୃକ୍ତ ବ୍ୟକ୍ତିବିଶେଷ ମିଥ୍ୟା ପ୍ରଲୋଭନ ଦେଖାଇ ଚାକିରି ପାଇଁ ଆଶାୟୀ ଯୁବତୀଯୁବକଙ୍କୁ ସେମାନଙ୍କ ପାଇଁ କାମ କରାଇ ଲୁଟୁଛନ୍ତି। ତେଣୁ ସମସ୍ତଙ୍କୁ ଏ ଦିଗରେ ସଚେତନ ହେବା ଦରକାର। କୌଣସି ସ୍ଥାନରେ ଚାକିରି କରିବା ପୂର୍ବରୁ ଉକ୍ତ ସଂସ୍ଥା ବିଷୟରେ ସଠିକ୍‌ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ଚାକିରି ପାଇବା ଆଶାରେ ଟଙ୍କା ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ।
ପ୍ରଣୟ ଠାକୁର ମହାପାତ୍ର(ଖୋର୍ଦ୍ଧା)- ଭଲ ଜବ୍‌ଟିଏ ପାଇବାକୁ କିଏ ବା ନ ଚାହେଁ। ସେଥିପାଇଁ ଅନେକ କଷ୍ଟ କରିବାକୁ ହୁଏ। ହେଲେ କେବେକେବେ ଫେକ୍‌ ଅଫର୍‌ ବା ଦଲାଲଙ୍କ ହାବୁଡେ ପଡି ଠକାମିର ଶିକାର ହେବାକୁ ପଡିଥାଏ। ଗତ ବର୍ଷ ବିଭିନ୍ନ ସ୍ଥାନରେ ଜବ୍‌ ପାଇଁ ଆପ୍ଲାଏ କରିଥିଲି। କେତେକ ଲୋକାଲ ସହିତ ଲଣ୍ଡନ୍‌ର ଏକ କମ୍ପାନୀ ପକ୍ଷରୁ ମଧ୍ୟ ଜବ୍‌ ଅଫର ଆସିଥିଲା। ମେଲ୍‌ରେ ଲେଖାଥିଲା ମାସିକ ଦରମା ପ୍ରାୟ ୮ ଲକ୍ଷ। ଉକ୍ତ କମ୍ପାନୀର ଏଜେଣ୍ଟଙ୍କ ସହ କଥା ହେବାରୁ ସେମାନେ ପ୍ରଥମ ୬ ମାସ ଅନ୍‌ଲାଇନ୍‌ରେ କାମ କରିବାକୁ କହିଲେ। ସେଥିପାଇଁ ଦରମା ପଠାଇବାକୁ ବ୍ୟାଙ୍କ୍‌ ଡିଟେଲ୍ସ ସହ ଭିସା ପାଇଁ ଏକ ଲକ୍ଷ ଟଙ୍କା ସିକ୍ୟୁରିଟି ମନି ଡିପୋଜିଟ୍‌ କରିବାକୁ କହିଲେ। ସନ୍ଦେହ ଉପୁଜିବାରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ କମ୍ପାନୀ ବିଷୟରେ ଜାଣିବାକୁ ଚେଷ୍ଟା କଲି ଏବଂ ତାହା ଏକ ଫେକ୍‌ ମେଲ୍‌ ବୋଲି ମଧ୍ୟ ବୁଝିପାରିଲି। ମୋ ମତରେ ସଭିଏଁ ଏଭଳି ଫେକ୍‌ ଜବ୍‌ ପ୍ରତି ସତର୍କ ରହିଲେ ଠକେଇ ଧୀରେ ଧୀରେ କମିପାରିବ।ମିଳୁଛି। ତେଣୁ ଇ-ମେଲ୍‌କୁ କୌଣସି ଜବ୍‌ ଅଫର ଆସିଲେ ତୁରନ୍ତ ଆପ୍ଲାଏ କରି ନିଜର ପର୍ସନାଲ୍‌ ଡାଟା ଦେବାର ଭୁଲ ଆଦୌ କରନ୍ତୁ ନାହିଁ। ପ୍ରଥମେ ଭଲ ଭାବେ ଦେଖନ୍ତୁ ତାହା ଏକ ଠିକ୍‌ ତଥା ରେଜିଷ୍ଟର୍ଡ ଆଇଡି କି ନୁହେଁ। କାରଣ ଅନେକ ନାମୀଦାମୀ କମ୍ପାନୀ ନଁାରେ ସାମାନ୍ୟ ସ୍ପେଲିଙ୍ଗ୍‌ ଭୁଲ୍‌ ଥିବା ଡୋମେନ୍‌ ନେମ୍‌ ଅବା ଇ-ମେଲ୍‌ ଆଡ୍ରେସ୍‌ରେ ଆସୁଥିବା ଜବ୍‌ ଅଫର ଦେଖିଲେ ଯେ କେହିବି ଧୋକା ଖାଇଯିବେ। ତେଣୁ ଏଥିପ୍ରତି ସତର୍କ ରହିବା ସହ କେବଳ କମ୍ପାନୀର ନିଜସ୍ବ କ୍ୟାରିୟର୍‌ ପେଜ୍‌କୁ ଯାଇ ଆବେଦନ କରନ୍ତୁ।
ବିଦେଶୀ କମ୍ପାନୀରେ କୌଣସି ଜବ୍‌ ପାଇଁ ଆପ୍ଲାଏ କରୁଛନ୍ତି, ତେବେ ସିଧାସଳଖ ଯୋଗାଯୋଗ କରନ୍ତୁ। କାରଣ କୌଣସି ଏଜେଣ୍ଟଙ୍କ ମାଧ୍ୟମରେ ଗଲେ ଆପଣ ଠକାମିର ଶିକାର ହୋଇପାରନ୍ତି।
ଜବ୍‌ ପାଇଁ ଯଦି ଆପଣଙ୍କୁ ଆବଶ୍ୟକତାଠାରୁ ଖୁବ୍‌ ଅଧିକ ପ୍ୟାକେଜ୍‌ ଦିଆଯିବାକୁ କୁହାଯାଏ, ତେବେ ଜାଣିରଖନ୍ତୁ ଏହା ଆପଣଙ୍କୁ ଠକିବାର ଚାଲ୍‌ ହୋଇପାରେ। ବିଶେଷକରି କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବତୀଯୁବକଙ୍କୁ ବାହାର ରାଜ୍ୟ ବା ଦେଶରେ ଅଧିକ ଦରମାରେ ଚାକିରି କରାଇଦେବା, ରହିବା, ଖାଇବା ମାଗଣା ଭଳି ଲୋଭ ଦେଖାଇ ଦଲାଲ୍‌ମାନେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବାର ଅନେକ ଘଟଣା ନଜିର ରହିଛି। ଏଥିପ୍ରତି ସତର୍କ ରୁହନ୍ତୁ।
କୌଣସି ଜଣାଶୁଣା କମ୍ପାନୀ ଜବ୍‌ ଦେବା ପୂର୍ବରୁ ସିକ୍ୟୁରିଟି, ରେଜିଷ୍ଟ୍ରେଶନ୍‌, ଡକ୍ୟୁମେଣ୍ଟ ଭେରିଫିକେଶନ୍‌ ଇତ୍ୟାଦି ଲାଗି ଟଙ୍କା ମାଗୁଛନ୍ତି ତେବେ ତାହା ଫେକ୍‌। କାରଣ କୌଣସି କମ୍ପାନୀ ଜବ୍‌ ଦେବା ଲାଗି ଟଙ୍କା ମାଗି ନ ଥା’ନ୍ତି। ଏ କ୍ଷେତ୍ରରେ କମ୍ପାନୀର ପଞ୍ଜୀକୃତ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ କଲ୍‌ କରି ମେଲ୍‌ କିମ୍ବା ଟେଲିଫୋନ୍‌ ଯୋଗେ ଆପଣଙ୍କୁ ଯୋଗାଯୋଗ କରିଥିବା ବ୍ୟକ୍ତି ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ କରିନେବା ଆବଶ୍ୟକ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କେହି ଜବ୍‌ ଦେବା ପୂର୍ବରୁ ଆପଣଙ୍କ ବ୍ୟାଙ୍କ୍‌ ଡିଟେଲ୍ସ, ଆଧାରକାର୍ଡ ଭଳି ପର୍ସନାଲ୍‌ ଡାଟା ମାଗେ ତେବେ ସତର୍କ ରୁହନ୍ତୁ। ନଚେତ୍‌ ଏହାଦ୍ୱାରା ହ୍ୟାକର୍‌ଙ୍କୁ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଚୋରି କରିବା ସହଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri