କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ ଚଢାଉ ସମୟରେ ବିପୁଳ ପରିମାଣର ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲେ । ୨୦ ଲକ୍ଷ ଟଙ୍କାର ବିଦେଶୀ ନକଲି ମଦ ସହ ତିଆରି କରୁଥିବା ସରଞ୍ଜାମ ଜବତ। ଭଡ଼ା ଘରେ ଚାଲିଥିଲା କରଖନା।
ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରିବାକୁ ଯାଉଥିବା ବେଳେ କାରଖାନାରେ ତାଲା ପକାଇ ଫେରାର ହୋଇଗଲେ ମାଫିଆ। କୋଟପାଡ଼ ବ୍ଲକର ବଣ୍ଡାଗୁଡ଼ାରେ ଚାଲିଥିଲା ଏହି ନକଲି କାରଖାନା । ଅବକାରୀ ବିଭାଗର ତିନୋଟି ଟିମ୍ କୋଟପାଡ଼,ଜୟପୁରଓ କୋରାପୁଟ ମିଳିତ ଅତର୍କିତ ଭାବେ ଚଢ଼ାଉ କରିଥିଲେ ।
ଘଟଣା ସ୍ଥଳରୁ ୧୭୦ ପେଟି ନକଲି ବିଦେଶୀ ମଦ ବୋତଲ ବିଭିନ୍ନ ନାମୀ ଦାମୀ କମ୍ପାନୀର ମଦ ବୋତଲ ସହ ତିଆରି କରୁଥିବା ଉପକରଣକୁ ଜବତ କରିଛି ଅବକାରୀ ବିଭାଗ । ଏହାର ମାଷ୍ଟର ମାଇଣ୍ଡ ଥିବା ଅମିତ୍ ଗୁପ୍ତା ଓ ପଙ୍କଜ ଗୁପ୍ତା ନାମକ ବ୍ୟକ୍ତି ଏହି ବିଦେଶୀ ମଦ କାରଖାନାର ମାଲିକ ଥିଲେବୋଲି ଜଣାପଡିଛି । ନୂଆବର୍ଷକୁ ଟାର୍ଗେଟ ରଖି ବେପାର ଚାଲୁଥିବା କଥା ଜଣାପଡିଛି ।


