Posted inଜାତୀୟ

ନକଲି ଡିଗ୍ରୀ ବିକ୍ରି ମାମଲା: ୧୭ ରାଜ୍ୟକୁ ଲମ୍ବିଛି ଚେର

ସୋଲାନ,୩୧।୧: ହିମାଚଳପ୍ରଦେଶର ସୋଲାନରେ ଥିବା ମାନବ ଭାରତୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ନକଲି ଡିଗ୍ରୀ ମାମଲା ନେଇ ୭୫ଟି ସ୍ଥାନରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ୨୭୫ ଜଣଙ୍କୁ ଏନେଇ ପଚରାଉଚରା ମଧ୍ୟ ଜାରି ରହିଛି। ମୋଟ ୧୯୪ କୋଟି ୧୭ ଲକ୍ଷ ଟଙ୍କାର ନକଲି ଡିଗ୍ରୀ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଦୁର୍ନୀତିର ଚେର ଦେଶର ୧୭ଟି ରାଜ୍ୟକୁ ଲମ୍ବିଥିବା ତଦନ୍ତରୁ ଜଣାପଡ଼ିଛି। ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ମାନବ ଭାରତୀ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ରାଜକୁମାର ରାଣାଙ୍କୁ ଗିରଫ କରାଯାଇଛି। ବିଶ୍ୱ ବିଦ୍ୟାଳୟର ୪୧ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକଙ୍କ ଡିଗ୍ରୀ ନକଲି ବୋଲି ଏସ୍‌ଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ଡିଜିପି ସଞ୍ଜୟ କୁଣ୍ଡୁ ଏବଂ ତାଙ୍କର ତଦନ୍ତକାରୀ ଦଳ ଏହି ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିପାରିଛନ୍ତି। ଅଧ୍ୟକ୍ଷ ରାଜକୁମାର ମାତ୍ର ୧୧ ବର୍ଷ ମଧ୍ୟରେ ନକଲି ଡିଗ୍ରୀ କାରବାର କରି ୪୪୦ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ସ୍ଥାପନା ଏବଂ ନିୟାମକ ଅଧିନିୟମ ୨୦୦୯ ଅନୁସାରେ ଏହି ବିଶ୍ୱ ବିଦ୍ୟାଳୟ ଏବଂ ଚାରିଟେବୁଲ୍‌ ଟ୍ରଷ୍ଟ୍‌ର ସ୍ଥାପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ-‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ’

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri