ବଜାରରେ ବିକ୍ରି ହେଉଛି ନକଲି ଥଣ୍ଡା ପାନୀୟ

ଗଞ୍ଜାମ,୭ା୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଥଣ୍ଡା ପାନୀୟ ନିମ୍ନମାନର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଡିଲର ନେଇ ଗଞ୍ଜାମ ସହରରେ ଥିବା ବିଭିନ୍ନ ପାନ ଦୋକାନଠାରୁ ଆରମ୍ଭ କରି ରିଟେଲର ଦୋକାନଗୁଡ଼ିକରେ ଦେଉଥାନ୍ତି। ବିଶେଷକରି ଫ୍ରୁଟିଗୁଡ଼ିକର ସ୍ବାଦ ଖଟା ଲାଗୁଥିବା ବେଳେ ପାଣି ପାଉଚ ମଧ୍ୟ ଅଲଗା ପ୍ରକାରର ବାସ୍ନା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଏହାର ଡିଲର ନେଇଥିବା ବ୍ୟକ୍ତି ଜଣକ ବର୍ତ୍ତମାନ ବିଭିନ୍ନ ରକମର ଗୁଟ୍‌ଖା କଳାବଜାର କରୁଥିବା ଅଭିଯୋଗ ହୋଇଛି। ନିକଟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।