ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ ମିଶନ ପଡ଼ିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ କମ୍ପ୍ଳେକ୍ସରୁ ଶତାଧିକ ଜାଲ ସାର୍ଟିଫିକେଟ, ବିଭିନ୍ନ ଶିକ୍ଷାନୁଷ୍ଠାନର ୨୭ ଅଧିକାରୀଙ୍କ ଜାଲ ସିଲ ଓ ଷ୍ଟାମ୍ପ, ବିଭିନ୍ନ ରଙ୍ଗର ପ୍ରିଣ୍ଟର କଲର, ପ୍ରିଣ୍ଟର୍ସ ଓ ଜେରକ୍ସ ମେଶିନ, କମ୍ପ୍ୟୁଟର, ହାର୍ଡଡିକ୍ସ, ଡାଇରୀ ସହ ୩.୬୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏପରିକି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ, ଲୋକଙ୍କ ଫଟୋ ଓ କାଗଜପତ୍ର ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବଲାଙ୍ଗୀର ପୋଲିସ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗତାଙ୍କ ସହ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅନେକ ସାଂଘାତିକ ତଥ୍ୟ ପୋଲିସ ହାତରେ ଲାଗିଛି । ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ଜାଲ ସାର୍ଟିଫିକେଟ କାରବାରାକୁ ଏକ ଜାତୀୟସ୍ତରର ସ୍କାମ୍‌ ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସେ ସୋମବାର ଟାଉନ ଥାନାଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ରବିବାର ଅପରାହ୍ନରେ ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଅଫିସ ସମ୍ମୁଖ ଗଳି ରାସ୍ତାର ଥିବା କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍‌(କେବିଭିଟିଆଇ)ରେ ପୋଲିସ ଟିମ ଚଢାଉ କରିଥିଲା।

ମାଜିଷ୍ଟ୍ରେଟ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିିତରେ ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ପୋଲିସ ଟିମ ସଂସ୍ଥା ଅଫିସରେ ଚଢାଉ କରି ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ପାଶବୁକ, ପାସ୍ପୋର୍ଟ, ଷ୍ଟାମ୍ପ ଓ ସିଲ ଯାଞ୍ଚ କରିଥିଲେ । ଏହି ଚଢାଉ ସମୟରେ ଏହି ସଂସ୍ଥାର ମାଲିକ ଅନୁପସ୍ଥିତ ଥିଲେ ଓ କର୍ମଚାରୀମାନେ ଅଫିସ ଖୋଲିଥିଲେ। ରିଲାଏନ୍ସ କୋଚିଂ ସେଣ୍ଟରରୁ ବ୍ୟାପକ ସାର୍ଟିଫିକେଟ ଧରାପଡିବା ବେଳେ କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ (କେବିଭିଟିଆଇ)ର ମଧ୍ୟ କିଛି ସାର୍ଟିଫିକେଟ ସେଠାରେ ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଚଢାଉ କରିଥିଲା। ଏଠାରୁ କ’ଣ ସବୁ ମିଳିଛି ପୋଲିସ କିଛି ବି କହିନାହିଁ । ସହରର ଅନ୍ୟ କିଛି ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ମଧ୍ୟ ଏହି ଜାଲ ସାର୍ଟିଫିକେଟ ସ୍କାମ ସ୍କେନରରେ ରହିଛନ୍ତି।

୩ଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଲତାଡରୁ ଏହା ଏକ ଜାତୀୟ ୟସ୍ତର ଜାଲ ସାର୍ଟିଫିକେଟ ସ୍କାମ ବୋଲି ସ୍ପଷ୍ଟ ହୋଇଛି । ବିଭିନ୍ନ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ କିଛି କୋର୍ଡିନେଟର, ଦଲାଲ ସଙ୍ଗଠିତ ଭାବେ ଏହି ସ୍କାମ ଚଲାଉଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କୁ ଏହି ସମ୍ପର୍କରେ ପଚରାଯିବାରୁ ଏଭଳି ସୂଚନା ଦେଇଛନ୍ତି । ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍‌ ଜାଲ ସାର୍ଟିଫିକେଟ ଗୁମର ଖୋଲିବାକୁ ତନାଘନା ଚଲାଇଛନ୍ତି । ବଲାଙ୍ଗୀର ଡାକମଣ୍ଡଳ ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଏଯାବତ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ପଚରାଉଚରା କରୁଛି । ଅନ୍ୟ ଅଟକ ଯୁବତୀ, ଯୁବକଙ୍କଠାରୁ ମିଳିଥିବା ତଥ୍ୟରୁ ବିଭିନ୍ନ ପ୍ରଦେଶରେ ଥିବା ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଜାଲ ସାର୍ଟିଫିକେଟ ଗୁମର ଧରାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri