ଆସ୍ଥା ଓ ବିଶ୍ୱାସ ତୁଟିଯାଉଛି

ଡ. ସନ୍ତୋଷ କୁମାର ମହାପାତ୍ର

 

ମେ୧୯ରେ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏ ପଦକ୍ଷେପ କାହିଁକି ନିଆଗଲା ବୋଲି ଲୋକମାନେ ହଠାତ୍‌ ବୁଝିପାରିଲେ ନାହିଁ। ଗଣମାଧ୍ୟମରେ ଦ୍ୱନ୍ଦ୍ୱ ଦେଖାଦେଲା। କିଛି ଖବରକାଗଜରେ ପ୍ରକାଶ ପାଇଲା ଯେ ୨୦୦୦ ଟଙ୍କିଆ ନୋଟ ଅଚଳ କରାଗଲା ଏବଂ ଲୋକମାନେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା କରିପାରିବେ କିମ୍ବା ବଦଳାଇପାରିବେ। କିନ୍ତୁ ଆଉ କିଛି ଖବରକାଗଜରେ ପ୍ରକାଶ ପାଇଲା ଯେ ୨ ହଜାର ଟଙ୍କିଆ ବ୍ୟାନ୍‌ ବା ଅଚଳ ହୋଇନାହିଁ। ଏହାର ଲିଗାଲ ଟେଣ୍ଡର ବା ବୈଧତା ଏବେ ବି ଅଛି ଏବଂ ସେପ୍ଟେମ୍ବର ୩୦ ପରେ ମଧ୍ୟ ରହିବ। କିନ୍ତୁ ଏହା ଲୋକମାନଙ୍କୁ ବେଶି ଭ୍ରମରେ ପକାଇଲା।
ସେହି ସମୟରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଠିକ୍‌ ତଥ୍ୟ ଦେଲାନି କି ସରକାର ଦେଲେନାହିଁ। କିନ୍ତୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ତଥା ସରକାରଙ୍କ ତରଫରୁ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ ଅଚଳ ହୋଇନି ଏବଂ ୩୦ ସେପ୍ଟେମ୍ବର ୨୦୨୩ ପରେ ମଧ୍ୟ ଏହାର ଲିଗାଲ ଟେଣ୍ଡର ରହିବ। ୨୦୦୦ ଟଙ୍କିଆ ନୋଟ୍‌ର ଲିଗାଲ ଟେଣ୍ଡର ଅର୍ଥ ଏହାର ପୂର୍ବ ପରି ବିନିମୟ ମୂଲ୍ୟ ରହିବ। ଲିଗାଲ ଟେଣ୍ଡର ନ ରହିଲେ ଏହା ଏକ ମୂଲ୍ୟହୀନ କାଗଜ ଭାବେ ଗଣାଯିବ। କିନ୍ତୁ ଏଠାରେ ସ୍ବତଃ ପ୍ରଶ୍ନ ଉଠେ, ଯଦି ସେପ୍ଟେମ୍ବର ୩୦ ପରେ ଲିଗାଲ ଟେଣ୍ଡର ରହିବ, ତେବେ ବ୍ୟାଙ୍କରେ ଜମା କରିବା ବା କାରବାରର ଏକ ନିର୍ଦ୍ଦିଷ୍ଟ ସୀମାରେଖା ରଖିବାର କ’ଣ ଆବଶ୍ୟକ ଥିଲା? ରିଜର୍ଭ ବ୍ୟାଙ୍କ ନିଜ ତ୍ରୁଟିପୂର୍ଣ୍ଣ ସିଦ୍ଧାନ୍ତ ଘୋଡ଼ାଇବାକୁ ଚେଷ୍ଟା କରୁଛି କି?
ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଉଛି ଯେ ମୁଦ୍ରା ପରିଚାଳନା କାର୍ଯ୍ୟ ଭାବେ ରିଜର୍ଭ ବ୍ୟାଙ୍କ ଏହିପରି ନିର୍ଦ୍ଦିଷ୍ଟ ମୁଦ୍ରା ପ୍ରତ୍ୟାହାର କରିଥାଏ। ଏଣୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରୁଛି। ବାସ୍ତବରେ ମୁଦ୍ରା ପରିଚାଳନା ନୀତି ଅନୁସାରେ, ସରକାରଙ୍କ ଅନୁମତି ନେଇ ରିଜର୍ଭ ବ୍ୟାଙ୍କ ନାମାଙ୍କନ ଜିଡିପି ବୃଦ୍ଧି ଅନୁସାରେ ମୁଦ୍ରା ପ୍ରଚଳନ ପରିମାଣ ବୃଦ୍ଧି କରେ, କୌଣସି ମୁଦ୍ରାର ପ୍ରଚଳନ ପ୍ରତ୍ୟାହାର କରେ ବା ପ୍ରଚଳନ ପରିମାଣ ହ୍ରାସ କରେ। କିନ୍ତୁ ସମ୍ପୂର୍ଣ୍ଣ ଅଚଳ କରିପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ ୧୯୩୪, ଧାରା ୨୪ ଅନୁଯାୟୀ କୌଣସି ମୂଲ୍ୟର ବ୍ୟାଙ୍କ ନୋଟ ଜାରି କରିବା କିମ୍ବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ରିଜର୍ଭ ବ୍ୟାଙ୍କର ପରିସର ନୁହେଁ, ବରଂ ଧାରା ୨୪ (୨) ଅନୁଯାୟୀ ଉକ୍ତ କ୍ଷମତା କେବଳ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ। କେବଳ ୧୦ ଟଙ୍କା ପର୍ଯ୍ୟନ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିପାରିବ।
ରିଜର୍ଭ ବ୍ୟାଙ୍କ ପୁନଶ୍ଚ କହିଛି ଯେ, କ୍ଲିନ ନୋଟ ପଲିସି ଅନୁସାରେ ୨ହଜାର ଟଙ୍କିଆ ନୋଟ ସର୍କୁଲେଶନକୁ ବନ୍ଦ କରାଯାଇଛି। ରିଜର୍ଭ ବ୍ୟାଙ୍କ କ୍ଲିନ ନୋଟ ପଲିସି ଅନୁସାରେ କେବଳ ଚିରା, ଫଟା, ଅପରିଷ୍କାର, ଜାଲ୍‌ ନୋଟ ବଜାରରୁ ଫେରାଇ ଆଣିବ। ୨୦୦୦ ଟଙ୍କିଆ ନୋଟ ସବୁ ନୁହେଁ।
୨୦୧୬ ନଭେମ୍ବର ୮ ରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ ଅଚଳ କରାଯିବା ପରେ ୨୦୦୦ ଟଙ୍କିଆ ନୋଟ ନୂତନ ଭାବେ ପ୍ରଚଳନ ହୋଇଥିଲା। ସୂଚନାଯୋଗ୍ୟ, ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୨ହଜାର ଟଙ୍କିଆ ନୋଟ ଗୋଟିଏ ବି ଛପା ଯାଇ ନାହିଁ। ମାର୍ଚ୍ଚ ୩୧, ୨୦୧୮ ସମୟରେ ଏହାର ପରିମାଣ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା; ଯାହା ମୋଟ ପ୍ରଚଳିତ ମୁଦ୍ରାର ୩୭.୩% ଥିଲା। କିନ୍ତୁ ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଏହାର ପରିମାଣ ୩.୬୨ ଲକ୍ଷ କୋଟି ଟଙ୍କା, ଯାହା ମୋଟ ପ୍ରଚଳିତ ମୁଦ୍ରାର ୧୦.୮%। ପୁନଶ୍ଚ ୨୦୦୦ ଟଙ୍କିଆ ନୋଟ ଆଦୌ ଖରାପ ହୋଇନାହିଁ, ଯାହାର ପ୍ରତ୍ୟାହାର ଆବଶ୍ୟକ ନ ଥିଲା।
୨୦୧୬ ବିମୁଦ୍ରୀକରଣ ସମୟରେ କୁହାଯାଇଥିଲା ଯେ,ଏହି ଛୋଟ ନୋଟଗୁଡ଼ିକର ସ୍ଥାନ ୨ହଜାର ଟଙ୍କା ନେବ। କିନ୍ତୁ ବର୍ତ୍ତମାନ ୨୦୦୦ ଟଙ୍କିଆ ପ୍ରତ୍ୟାହାର କରିବା ସୂଚାଉଛି ଯେ ସରକାରଙ୍କ ସିଦ୍ଧାନ୍ତରେ ଘନ ଘନ ପରିବର୍ତ୍ତନ ଘଟୁଛି; ଯାହା ପାଇଁ ଲୋକଙ୍କ ଆସ୍ଥା, ବିଶ୍ୱାସ ତୁଟି ଯାଉଛି। ଏହା କେବଳ କଳାଧନ ରଖିଥିବା ଲୋକମାନଙ୍କ ଲାଗି ସହାୟକ ହେବ। ଏହି ଟଙ୍କା ମହଜୁଦକାରୀମାନେ ଯେଭଳି ସୁବିଧାରେ ନୋଟ ବଦଳାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଲେ କିଛି ଭୁଲ୍‌ ହେବନାହିଁ।
ବାସ୍ତବରେ ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ବଡ଼ଧରଣର ଥିଲା ଏବଂ ହଠାତ୍‌ କାର୍ଯ୍ୟକାରୀ କରାଗଲା ବେଳେ ବର୍ତ୍ତମାନ ଧୀରେ ଧୀରେ କରାଯାଉଅଛି। ସେତେବେଳେ ଅଚଳ ହୋଇଥିବା ୨୦୦୦ ଓ ୫୦୦ ଟଙ୍କିଆ ନୋଟ ପରିମାଣ ପ୍ରଚଳିତ ମୁଦ୍ରାର ୮୬%ଥିଲା। ସେତେବେଳେ ରିଜର୍ଭ ବ୍ୟାଙ୍କର ବିନା ପରାମର୍ଶରେ ସରକାର ବିମୁଦ୍ରୀକରଣ ଘୋଷଣା କଲେ। ଲୋକମାନେ ଅତ୍ୟନ୍ତ ହଇରାଣ ହେଲେ। ସବୁ କଳାଟଙ୍କା ବ୍ୟାଙ୍କରେ ଜମା ହୋଇ ଧଳା ହୋଇଗଲା। ବିମୁଦ୍ରୀକରଣର ଗୋଟିଏ ବି ଲକ୍ଷ୍ୟ ପୂରଣ ହେଲାନାହିଁ, ବରଂ ଦୁର୍ନୀତି, କଳାଟଙ୍କା, ଜାଲ୍‌ନୋଟ, ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଏବଂ ଜିଡିପି ଅନୁସାରେ ନଗଦ ମୁଦ୍ରା ପ୍ରଚଳନ ବୃଦ୍ଧି ପାଇଛି।
କିନ୍ତୁ ଏଥର ରିଜର୍ଭ ବ୍ୟାଙ୍କ ନିଜ ପରିସୀମା ଅତିକ୍ରମ କରି ୨୦୦୦ ଟଙ୍କିଆ ଅଚଳ କରିଛି। କିନ୍ତୁ ଯେତେବେଳେ ଏହା ହୃଦୟଙ୍ଗମ କଲା ଯେ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ଅନ୍ତର୍ଭୁକ୍ତ ବା ଏକ ମୁଦ୍ରାକୁ ଅଚଳ କରିବା ବା ଲିଗାଲ ଟେଣ୍ଡର ପ୍ରତ୍ୟାହାର କରିବା କେବଳ କେନ୍ଦ୍ର ସରକାରଙ୍କ କ୍ଷମତାର ପରିସର, ସେତେବେଳେ ସେପ୍ଟେମ୍ବର ୩୦ ପରେ ଲିଗାଲ ଟେଣ୍ଡର ରହିବ ବୋଲି କୁହାଗଲା।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?