ଧୋଇଗଲା ଫେୟାରୱେଦର ରାସ୍ତା

ବରଗଡ଼ ଅଫିସ୍‌,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ ଭାଙ୍ଗି ଦିଆଯାଇ ସେଠାରେ ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ ମସିହାରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରିନାହିଁ। ଅନ୍ୟପଟେ ଲୋକଙ୍କ ଯାତାୟାତ ପାଇଁ ଅସ୍ଥାୟୀ ଫେୟାରୱେଦର ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ବର୍ଷାରେ ସେହି ରାସ୍ତା ବାରମ୍ବାର ଧୋଇ ଯାଉଛି। ଲଗାଣ ବର୍ଷା ଯୋଗୁ ଜିରା ନଦୀରେ ବନ୍ୟାଜଳ ଆସିବାରୁ ପୁଣି ଉକ୍ତ ଫେୟାରୱେଦର ରାସ୍ତା ଧୋଇ ହୋଇଛି। ଫଳରେ ବରଗଡ଼ ସହରରୁ ଅମ୍ବାପାଲି ବିଚ୍ଛିନ୍ନ ହୋଇପଡ଼ିଛି ଏବଂ ଏହା ଅଞ୍ଚଳବାସୀଙ୍କ ଦୁଃଖ, ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି ।
ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ
ନୂଆ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ବର୍ଷ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ନ ସରିବା ବିଡ଼ମ୍ବନାର ବିଷୟ । ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଯୋଗୁ ଏଭଳି ହେଉଛି। ସହରରେ ଗୋଟିଏ ସର୍କିଟ୍‌ ହାଉସ ଥିବାବେଳେ ପୁଣି ଏକ ସର୍କିଟ୍‌ ହାଉସ ନିର୍ମାଣ ପାଇଁ ସରକାର ଅନୁଦାନ ଦେଉଛନ୍ତି। ଅଥଚ ଲୋକଙ୍କ ଅତ୍ୟାବଶ୍ୟକ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି । ସ୍କୁଲ, କଲେଜ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଅସୁବିଧା ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର।
-ସୁରେଶ ମହାପାତ୍ର, ଅମ୍ବାପାଲି
ଧନୁଯାତ୍ରା ପୂର୍ବରୁ ସରୁ
ନିର୍ମାଣ କାର୍ଯ୍ୟ
ଜିରା ନଦୀ ବରଗଡ଼ ଧନୁଯାତ୍ରାର ଏକ ଅଂଶବିଶେଷ। ଧନୁଯାତ୍ରାରେ ଏହା ଯମୁନା ପାଲଟିଯାଏ। ସେହିପରି ଅମ୍ବାପାଲି ଗୋପପୁର ଏବଂ ବରଗଡ଼ ମଥୁରାନଗରୀ। ପୁରୁଣା ବ୍ରିଜ୍‌ ଦେଇ ଲୋକେ ଧନୁଯାତ୍ରା ଦେଖିବା ପାଇଁ ଉଭୟ ଗୋପପୁର ଏବଂ ମଥୁରାନଗରୀକୁ ଯିବା ଆସିବା କରୁଥିଲେ। ହେଲେ ସେହି ବ୍ରିଜ୍‌ ଭାଙ୍ଗିବା ପରେ ଲୋକଙ୍କୁ ଧନୁଯାତ୍ରାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆଉ ୪ ମାସ ପରେ ବରଗଡ଼ ଧନୁଯାତ୍ରା। ଏହା ପୂର୍ବରୁ ବ୍ରିଜ୍‌ ନିର୍ମାଣ ସରିବା କଥା । କିନ୍ତୁ କାମ ଯେଭଳି ଶିଥିଳ ଚାଲିଛି, ନିର୍ମାଣ କାର୍ଯ୍ୟ ସରିବା ଆଶା କରାଯାଉନାହିଁ।
-ପଞ୍ଚାନନ ବିର୍ତ୍ତିଆ, ଅମ୍ବାପାଲି
ଦୁଃଖ କହିବାକୁ ଭାଷା ନାହିଁ
ବରଗଡ଼ ସହରରେ ମୋର ଦୋକାନ ଅଛି। ପୁରୁଣା ବ୍ରିଜ୍‌ ଦେଇ ନିୟମିତ ଦୋକାନକୁ ଆସୁଥିଲି। ତେବେ ତାହା ଭଙ୍ଗାଯିବା ପରେ ଫେୟାରୱେଦର ରାସ୍ତା ଆମମାନଙ୍କ ସାହା ଭରସା ପାଲଟିଥିଲା। କିନ୍ତୁ ବର୍ଷାଋତୁରେ ଥରେ କିମ୍ବା ଦୁଇଥର ନୁହେଁ। ଅନେକ ଥର ଫେୟାରୱେଦର ରାସ୍ତା ଧୋଇ ହେଉଛି ଏବଂ ଦୀର୍ଘଦିନ ଧରି ଅମ୍ବାପାଲି ବରଗଡ଼ ସହରରୁ ବିଚ୍ଛିନ୍ନ ହୋଇପଡ଼ୁଛି। ଫଳରେ ହଳଦୀପାଲି ଦେଇ ୬କି.ମି ଦୂର ଅତିକ୍ରମ କରି ଦୋକାନକୁ ଯିବାଆସିବା କରୁଛି। ବ୍ରିଜ୍‌ ନିର୍ମାଣ ସରୁ ନ ଥିବାରୁ ଯେଉଁ ଦୁଃଖ ଦୁର୍ଦ୍ଦଶା ଭୋଗୁଛି, ତାହା କହିବାକୁ ଭାଷା ନାହିଁ ।
-ରବୀନ୍ଦ୍ର ପୂଜାରୀ, ଅମ୍ବାପାଲି


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri