ଅସଫଳ ଅନୁଷ୍ଠାନ

କିଛିଦିନ ତଳେ ସମ୍ବଲପୁରର ଏକ ମାନସିକ ରୋଗୀ ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ନିର୍ଯାତନା ଦେବା ଘଟଣା କେବଳ ସମ୍ବଲପୁର ଜିଲା ନୁହେଁ, ପୂରା ରାଜ୍ୟ ଏବଂ ସମଗ୍ର ଭାରତ ପାଇଁ ଏକ ଲଜ୍ଜାଜନକ ବିଷୟ। ଘଟଣାରେ ଉକ୍ତ କେନ୍ଦ୍ରର ପରିଚାଳକଙ୍କ ପୁଅ ଓ ତାଙ୍କ ସାଙ୍ଗ ମୁଖ୍ୟ ଅଭିଯୁକ୍ତ ରୂପେ ଧରାହେବା ଏକ ବିକୃତ ସମାଜ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି? ଘଟଣାର ଅଧିକ ତଦନ୍ତ ଅନ୍ତେବାସୀଙ୍କ ସହ କେବଳ ମାରପିଟ ନୁହେଁ ବଳାତ୍କାର ଭଳି ଅଭିଯୋଗର ଗୁମର ପଦାକୁ ଆଣିଛି। ଆଶ୍ଚର୍ଯ୍ୟର କଥା ଯେ ଅନୁଷ୍ଠାନର ଅନ୍ତେବାସୀଙ୍କୁ ଅତ୍ୟାଚାର ଯଦି କରାଯାଉଛି, ତା’ ହେଲେ ସମାଜସେବା ନାଁରେ ଅନୁଷ୍ଠାନ ଗଢ଼ି ଲୋକଦେଖାଣିଆ ପ୍ରହସନ କ’ଣ ପାଇଁ?
ଅନୁଷ୍ଠାନଟିଏ ଗଢ଼ା ହେଲେ ତା’ର ପରିଚାଳନା ପାଇଁ ଉଭୟ ସରକାରୀ ଓ ଘରୋଇ ଅନୁଦାନର ସାହାଯ୍ୟ ମିଳିଥାଏ। ତେବେ ଏଭଳି ଅନୁଷ୍ଠାନର ଗଠନ କ’ଣ ଲୋକଙ୍କ ସ୍ବାର୍ଥପୂରଣ ପାଇଁ?

ଅନ୍ୟ ଏକ ଲଜ୍ଜାଜନକ ଏବଂ ଚିନ୍ତା ଉଦ୍ରେକକାରୀ ଘଟଣା ହେଉଛି ମାଲକାନଗିରି ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ମାତୃତ୍ୱ ଲାଭ କରିବା। ଯଦିଓ ଏହା ରାଜ୍ୟରେ ପ୍ରଥମ ଘଟଣା ନୁହେଁ, କଥା ହେଉଛି ବିଦ୍ୟାଳୟ ଭଳି ଏକ ଅନୁଷ୍ଠାନ ଯେଉଁଠି ଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ଯାଉଛନ୍ତି, ସେଠି ସେମାନେ କିଭଳି ପରିବେଶ ଓ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି? ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାଟ୍ରନଙ୍କ ଦାୟିତ୍ୱହୀନତା ଭିତରେ ସେମାନଙ୍କ ଭବିଷ୍ୟତ କେତେ ସୁରକ୍ଷିତ? ଏହି ଘଟଣା ଛାତ୍ରୀନିବାସର ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଦିବାସୀ ଝିଅମାନେ ସହଜେ ସରଳ ଏବଂ ନିରୀହ। ସେମାନଙ୍କର ଏଭଳି ଅବସ୍ଥା ଅଜ୍ଞାନତା, ଶୋଷଣ ନା କୌଣସି ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ସେମାନେ, ତାହା ଅଧିକ ତଦନ୍ତ ପରେ ଜଣାପଡିବ। ୧୫ ବର୍ଷ ବା ତା’ଠାରୁ କମ୍‌ ବୟସ୍କ ଝିଅମାନେ ଯଦି ବିଦ୍ୟାଳୟରେ ସୁରକ୍ଷିତ ନୁହନ୍ତି ତେବେ ମା’ବାପା ସେମାନଙ୍କ ଶିକ୍ଷା ପାଇଁ କ’ଣ ଆଉ ଅଧିକ ଚିନ୍ତା କରିବେ! ଘଟଣା ପରେ ପ୍ରଧାନଶିକ୍ଷକ ଏବଂ ମାଟ୍ରନଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଏହି ସ୍ପର୍ଶକାତର ବିଷୟ ଅନେକ ଦିଗରେ ଭାବିବାକୁ ବାଧ୍ୟ କରୁଛି।

‘ମାନବ ସେବା ହିଁ ମାଧବ ସେବା’, ଏହି ଉକ୍ତିଟି କେବଳ ପୋଥିଗତ ହୋଇ ରହିଯାଉଛି ବୋଲି ସନ୍ଦେହ ହେଲାଣି। ଚିନ୍ତନରେ ଏବଂ କାର୍ଯ୍ୟରେ ପ୍ରତ୍ୟକ୍ଷ ରୂପରେ ଏହାର ପାଳନ ହେଉନାହିଁ। ଏଭଳି ଅନେକ ଘଟଣା ଆଖି ଆଗକୁ ଆସୁଛି, କିଛି ସମୟ ଧରି ଖବରକାଗଜର ମୁଖ୍ୟ ପ୍ରସଙ୍ଗ ରୂପେ ପୃଷ୍ଠାମଣ୍ଡନ କରୁଛି, ନ୍ୟୁଜ ଚ୍ୟାନେଲଗୁଡ଼ିକରେ ବ୍ରେକିଂ ନ୍ୟୁଜ ଭାବରେ ରହି ପୁଣି ଅଦୃଶ୍ୟ ହୋଇଯାଉଛି। ଆଦିବାସୀ ଛାତ୍ରୀ ବା ମହିଳାଙ୍କୁ ଯୌନ ନିର୍ଯାତନା, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଅସଦ୍‌ବ୍ୟବହାର, ଦୃଷ୍ଟିବାଧିତ ପିଲାଙ୍କୁ ଅବହେଳା, ଅନାଥାଶ୍ରମ ପିଲାଙ୍କୁ ଭିକ୍ଷାବୃତ୍ତି କିମ୍ବା ଅସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର କରିବା ଭଳି ଅନେକ ଘଟଣା ନଜରକୁ ଆସୁଥିଲେ ମଧ୍ୟ ଆହୁରି ଅନେକ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଏ ବିଷୟରେ ପୋଲିସ, ପ୍ରଶାସନ ଏବଂ ସମାଜସେବାରେ ବ୍ରତୀ ଅନୁଷ୍ଠାନଗୁଡ଼ିକ ଭଲ ଭାବରେ ଜାଣନ୍ତି।

ଅନାଥ ପିଲାମାନେ ଆଶ୍ରୟ ପାଇଁ ଅନାଥାଶ୍ରମରେ ରହିବାର ବ୍ୟବସ୍ଥା ଥାଏ ସତ, ମାତ୍ର ସେହି ପିଲାଙ୍କ ଭିତରୁ ଅଧିକାଂଶ ହିଂସା, ଉପେକ୍ଷା ଓ ଦୁର୍ବ୍ୟବହାରର ଶିକାର ହୁଅନ୍ତି। ସେମାନଙ୍କୁ ନାନାଦି ଗୃହକର୍ମରେ ନିୟୋଜିତ କରିବା ଠିକ୍‌, ମାତ୍ର ବୟସ ଏବଂ କ୍ଷମତା ତୁଳନାରେ ମାତ୍ରାଧିକ କାର୍ଯ୍ୟଭାର ଦେଇ ଚାପଗ୍ରସ୍ତ କରିବାର ମଧ୍ୟ ଅନେକ ଉଦାହରଣ ରହିଛି। ପିଲାମାନେ ନିଶାଚାଲାଣ, ଅସାମାଜିକ କାର୍ଯ୍ୟ, ଭିକ୍ଷାବୃତ୍ତି ଆଦିରେ ନିଜର ଶୈଶବ ବିତେଇ ଯୁବାବସ୍ଥାରେ ପହଞ୍ଚିଲେ ତାଙ୍କର ଭବିଷ୍ୟତ କିଭଳି ହେଉଥିବ, ତାହା ସହଜରେ ଅନୁମାନ କରିହୁଏ। ଏଭଳି ଥଇଥାନ କେନ୍ଦ୍ରଗୁଡ଼ିକରେ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଉଭୟ ବାଧାପ୍ରାପ୍ତ ହୁଏ। ପୋଷଣ ଯୁକ୍ତ ଖାଦ୍ୟ ଓ ଯତ୍ନର ଅଭାବ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଠିକ୍‌ ରୂପେ ସେମାନଙ୍କ ବିକାଶ ହୁଏନାହିଁ। ଆକଳନ କରାଯାଇଛି ଯେ ଅନୁଷ୍ଠାନଗୁଡ଼ିକରେ ବର୍ତ୍ତମାନ ସମୟରେ ୫୪ ଲକ୍ଷରୁ ଅଧିକ ଶିଶୁ ରହୁଛନ୍ତି।

ସେହିଭଳି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମଗୁଡ଼ିକର ମଧ୍ୟ ସମାନ ଦୁରବସ୍ଥା । ଝିଅ ଓ ମହିଳାଙ୍କୁ ଦେହ ବ୍ୟବସାୟ, ଚୋରାଚାଲାଣ, ଚୋରି ଆଦିରେ ନିୟୋଜିତ କରାଯାଉଛି। ଏକ ସହଜ ଓ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଆଶା ଦେଖାଇ ସେମାନଙ୍କୁ ନିଶ୍ଚିତ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି। ଦୁଃଖର ବିଷୟ ଯେ ଏଭଳି ଘଟଣାର ଶିକାର ଯେଉଁମାନେ ହୁଅନ୍ତି, ସେମାନେ ଏ ବିଷୟରେ ଟେର ପାଆନ୍ତି ନାହିଁ। ଉପରୁ ସୁରକ୍ଷିତ ମନେହେଉଥିବା ଅନୁଷ୍ଠାନଗୁଡ଼ିକ ହିଁ ତାଙ୍କ ଦୁର୍ଗତିର କାରଣ ବୋଲି ଜାଣିଲା ବେଳକୁ ଖୁବ୍‌ ଡେରି ହୋଇଯାଇଥାଏ।

ତେବେ ଆଲୋଚନାର ପ୍ରସଙ୍ଗ ହେଉଛି, କେଉଁସବୁ ଉପାୟରେ ଏହି ଅନୁଷ୍ଠାନଗୁଡିକର ଅନ୍ତେବାସୀଙ୍କୁ ସୁରକ୍ଷିତ ରଖାଯାଇ ପାରିବ। ଅନୁଷ୍ଠାନ ଗଢିବା ପୂର୍ବରୁ ପରିଚାଳକମାନେ ଅନ୍ତେବାସୀଙ୍କୁ ଯଥେଷ୍ଟ ପରିମାଣର ସଂସାଧନ, ପୋଷଣଜନିତ ଖାଦ୍ୟ, ସୁସ୍ଥ ପରିବେଶ, ଶୋଷଣମୁକ୍ତ ଜୀବନଶୈଳୀ ଯୋଗାଇଦେବା ପାଇଁ ବ୍ରତୀ ହେବାକୁ ହେବ। ଭୋଜନ, ଆଶ୍ରୟ, ବସ୍ତ୍ର ଏବଂ ଶିକ୍ଷା ଭଳି ମୌଳିକ ସୁବିଧା ଅନୁଷ୍ଠାନର ଅନ୍ତେବାସୀଙ୍କୁ ଯୋଗେଇ ଦେବା ଉଚିତ। ପିଲାଙ୍କୁ ବାଧ୍ୟତାମୂଳକ ଶ୍ରମ, ବିପଦପୂର୍ଣ୍ଣ ଅଞ୍ଚଳରେ ରୋଜଗାରକ୍ଷମ ହେବା ଏବଂ ଚୋରି ଓ ଅସାମାଜିକ କାର୍ଯ୍ୟରୁ ଦୂରେଇ ରଖିବା ଏହି ଅନୁଷ୍ଠାନର ଗୁରୁଦାୟିତ୍ୱ।

ଯଦି ସୁରକ୍ଷାପ୍ରଦାନକାରୀ ଆସ୍ଥା ଦେଇ ଏଭଳି ଅସହାୟ ନିଷ୍ପେଷିତ ବର୍ଗଙ୍କୁ ନିଜର ସ୍ବାର୍ଥପୂରଣ ପାଇଁ ବ୍ୟବହାର କରେ ସେମାନଙ୍କୁ କଠୋର ଦଣ୍ଡ ଏବଂ ଜରିମାନା ସହ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ପଦପଦବୀରୁ ନିଲମ୍ବନ କରିବା ପୋଲିସ, ପ୍ରଶାସନ ଏବଂ ଜନସାଧାରଣଙ୍କ କାମ। କାରଣ କୌଣସି ଦୁର୍ବ୍ୟବହାର ବା ଅପ୍ରୀତିକର ପରିସ୍ଥିତିର ସୂଚନା ସର୍ବପ୍ରଥମେ ପାଖପଡ଼ୋଶୀ, ସ୍ଥାନୀୟ ବାସିନ୍ଦାଙ୍କ ଗୋଚରକୁ ଆସେ। ସେମାନଙ୍କର ଦାୟିତ୍ୱ ସେମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନିଜର କର୍ତ୍ତବ୍ୟ ମନେକରନ୍ତୁ ଏବଂ ସଚେତନ ନାଗରିକ ରୂପେ ଏହାର ଖବର ନିକଟସ୍ଥ ପୋଲିସ ବା ପ୍ରଶାସନ ଅଧିକାରୀଙ୍କ ନଜରକୁ ଆଣନ୍ତୁ।
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri