ସୁପରଷ୍ଟାର ଫହାଦ ଫାସିଲଙ୍କ ନିଆରା ପସନ୍ଦ: ବ୍ୟବହାର କରୁଛନ୍ତି ୧୭ ବର୍ଷ ପୁରୁଣା ୧୦ ଲକ୍ଷ ଟଙ୍କାର କିପ୍ୟାଡ୍ ଫୋନ୍

ମୁମ୍ବାଇ: ମାଲାୟାଲମ ସିନେମାର ଜଣାଶୁଣା ଅଭିନେତା ଫହାଦ ଫାସିଲ ତାଙ୍କର ସାଦାସିଧା ଜୀବନଶୈଳୀ ପାଇଁ ପରିଚିତ। ସାରା ଦେଶରେ ତାଙ୍କର ବିପୁଳ ପ୍ରଶଂସକ ଥାଇ ମଧ୍ୟ, ଏହି ସୁପରଷ୍ଟାର ସୋସିଆଲ ମିଡିଆରୁ ଦୂରେଇ ରହିଛନ୍ତି ଏବଂ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ।

ନିକଟରେ ଫହାଦ ଫାସିଲ ତାଙ୍କର ନିଆରା କିପ୍ୟାଡ୍ ଫୋନ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ବୁଧବାର (ଜୁଲାଇ ୧୬) ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମଲିଉଡ୍ ଟାଇମ୍ସ’ର ପୂଜା କାର୍ଯ୍ୟକ୍ରମରେ ସେ ଏକ କିପ୍ୟାଡ୍ ଫୋନ୍ ବ୍ୟବହାର କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫୋନ୍ ଦେଖିବାକୁ ସାଧାରଣ ହେଲେ ମଧ୍ୟ ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଫାହାଦଙ୍କ ଫୋନ୍ ହେଉଛି ଯୁକ୍ତରାଷ୍ଟ୍ରରେ ନିର୍ମିତ ‘ଭେର୍ଟୁ’ କମ୍ପାନୀର ‘ଆସେଣ୍ଟ ରେଟ୍ରୋ କ୍ଲାସିକ କିପ୍ୟାଡ୍ ଫୋନ୍’, ଯାହା ୨୦୦୮ରେ ଲଞ୍ଚ ହୋଇଥିଲା। ଏହାର ମୂଲ୍ୟ ୧୧,୯୨୦ ଡଲାର (୧୦ ଲକ୍ଷ ଟଙ୍କାରୁ ଅଧିକ)। ବର୍ତ୍ତମାନ ଏହି ମଡେଲ ଷ୍ଟକରେ ନାହିଁ ଓ ଉତ୍ପାଦନ ବନ୍ଦ ହୋଇଛି।

ଏହି ଫୋନ୍ ଟିଟାନିୟମ୍ ନିର୍ମିତ, ସାଫାୟାର କ୍ରିଷ୍ଟାଲ ଓ ହାତରେ ସିଲେଇ କରାଯାଇଥିବା ଚମଡ଼ାରେ ସୁସଜ୍ଜିତ। ରେଟ୍ରୋ ଡିଜାଇନ ସତ୍ତ୍ୱେ, ଏଥିରେ ବ୍ଲୁଟୁଥ, ଜିପିଆରଏସ, ଏସଏମଏସ ଓ ଏମଏମଏସ ସପୋର୍ଟ ଭଳି ଆଧୁନିକ ସୁବିଧା ରହିଛି। ଏହା ସହ ୧୭୦ରୁ ଅଧିକ ଦେଶରେ ୨୪/୭ କନସିୟର ସେବା ପାଇଁ ଏକ ସ୍ୱତନ୍ତ୍ର ସାଇଡ୍ ବଟନ ରହିଛି। ଏହାର ଓଜନ ପ୍ରାୟ ୧୭୩ ଗ୍ରାମ ଓ ମୋଟାଇ ୨୨ ମି.ମି., ଏବଂ ଏଥିରେ ଏକ ପେଟେଣ୍ଟ ଷ୍ଟେନଲେସ ଷ୍ଟିଲ କିପ୍ୟାଡ୍ ରହିଛି।

ଗତ ମାସରେ ମାଲାୟାଲମ ଅଭିନେତା ବିନୟ ଫୋର୍ଟ ଫାହାଦଙ୍କ ସରଳ ଜୀବନଶୈଳୀ ବିଷୟରେ କ୍ଲବ ଏଫଏମକୁ କହିଥିଲେ ଯେ, ‘ଜୋଜି’ ଅଭିନେତା ସ୍ମାର୍ଟଫୋନ ଓ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇଥାନ୍ତି ଏବଂ ଏକ ସାଧାରଣ କିପ୍ୟାଡ୍ ଫୋନ୍ ବ୍ୟବହାର କରନ୍ତି।

୨୦୨୩ରେ ପିଙ୍କଭିଲାକୁ ଦେଇଥିବା ଏକ ସାକ୍ଷାତକାରରେ ଫାହାଦ କହିଥିଲେ, “ମୋର କେବେ ସୋସିଆଲ ମିଡିଆ ଆକାଉଣ୍ଟ ନଥିଲା। କଲେଜ ଦିନରେ ମୁଁ ଫେସବୁକରେ ଥିଲି, ଏହା ଛଡ଼ା ଅନ୍ୟ କିଛି ନୁହେ। ମୁଁ ସୋସିଆଲ ମିଡିଆ ଅପେକ୍ଷା ବ୍ୟକ୍ତିଗତ ଭାବେ ଲୋକଙ୍କ ସହ ସମ୍ପର୍କ ରଖିବାକୁ ପସନ୍ଦ କରେ। ମୁଁ ସବୁବେଳେ ଏପରି ଥିଲି ଓ ଏହାକୁ ବଦଳାଇବାକୁ ଚାହେଁ ନାହିଁ।”

ଚଳଚ୍ଚିତ୍ର କ୍ଷେତ୍ରରେ ଫାହାଦଙ୍କର ‘ମଲିଉଡ୍ ଟାଇମ୍ସ’ ବ୍ୟତୀତ ‘ମାରୀସନ’, ‘ଓଡ଼ୁମ କୁଥିରା ଚାଡ଼ୁମ କୁଥିରା’, ‘କରାଟେ ଚନ୍ଦ୍ରନ’ ଓ ‘ପେଟ୍ରିଅଟ’ ଭଳି ଆଗାମୀ ପ୍ରୋଜେକ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri