ଅଧ୍ୟାପକ ଅଭାବ ବିଜ୍ଞାନ ଶିକ୍ଷାରେ ବାଧକ

ଯାଜପୁର ଅଫିସ,୧୧ା୩: ରାଜ୍ୟର ଅଧିକାଂଶ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧ୍ୟାପକ ପଦବୀ ପୂରଣ ହୋଇପାରୁନାହିଁ। ବିଶେଷକରି ବିଜ୍ଞାନ ପାଠ୍ୟକ୍ରମରେ ଏହି ଅଭାବ ବେଶି ପରିଲକ୍ଷିତ ହେଉଛି। ଉଚ୍ଚଶିକ୍ଷା ବିଭାଗର ଅଜବ ନୀତି ଯୋଗୁ ଶିକ୍ଷକ ଅଭାବ ସମସ୍ୟା ବଳବତ୍ତର ରହୁଛି। ଫଳରେ ବିଜ୍ଞାନ ପାଠ୍ୟକ୍ରମଗୁଡ଼ିକର ଗୋଟିଏ ଦିନରେ ୫ଟି କ୍ଲାସ୍‌ ଥିଲେ ହେଉଛି ୨/୩ଟି କ୍ଲାସ୍‌। ବର୍ଷର କୋର୍ସ ଶେଷ ହୋଇପାରୁ ନାହିଁ। ଫଳରେ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୁଣାମତ୍କ ଶିକ୍ଷା ହ୍ରାସ ପାଉଛି। ଏହା ଅଭିଭାବକମାନଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଛି। ଅନେକ ଛାତ୍ରୀଛାତ୍ର ବେସରକାରୀ କଲେଜ ଉପରେ ନିର୍ଭରଶୀଳ ହୋଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ମତପ୍ରକାଶ ପାଇଛି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଜ୍ଞାନ ଶିକ୍ଷାକୁ ଅଣଦେଖା କରି ନିଯୁକ୍ତି ସମ୍ଭାବ୍ୟ ଥିବା ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଦିନକୁ ଦିନ ବହୁ ମହତ୍ତ୍ୱପୂର୍ଣ୍ଣ ବିଜ୍ଞାନ ଶିକ୍ଷା ରସାତଳଗାମୀ ହେଉଥିବା ମତପ୍ରକାଶ ପାଇଛି। କେବଳ ଗ୍ରାମାଞ୍ଚଳ କଲେଜ ନୁହେଁ, ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବଡ଼ ସହରର ପ୍ରତିଷ୍ଠିତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଏକାଧିକ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ପ୍ରଥମେ ଅତ୍ୟାଧୁନିକ ପରୀକ୍ଷାଗାର ଏବଂ କମ୍ପ୍ୟୁଟର ଉପକରଣ ଉପରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାର ବିଷ୍ଣୁ ସାମନ୍ତରାୟ ଡିଗ୍ରୀ କଲେଜ, ସାହାସପୁର ଡିଗ୍ରୀ କଲେଜ, ବରୁଣେଶ୍ୱର ଡିଗ୍ରୀ କଲେଜ, ଅଳକୁଣ୍ଡ ଆଞ୍ଚଳିକ ବଳଦେବଜୀଉ ମହିଳା ଡିଗ୍ରୀ କଲେଜ, କନିକାପଡ଼ା ସାଧୁ ଗୌଡ଼େଶ୍ୱର ଡିଗ୍ରୀ କଲେଜ, ରାମବାଗ ଆଞ୍ଚଳିକ ଡିଗ୍ରୀ କଲେଜ, ମୁଗପାଳ ଉପେନ୍ଦ୍ରନାଥ ସାରଦା ଡିଗ୍ରୀ କଲେଜ, ହରିପୁର ଭାରତୀ ବିହାର ଏବଂ ବ୍ୟାସନଗର ସ୍ବୟଂଶାସିତ ଇତ୍ୟାଦି କଲେଜରେ ଅତ୍ୟାଧୁନିକ ପରୀକ୍ଷାଗାର ନାହିଁ। ଏପରି କି କମ୍ପ୍ୟୁଟର ଶିକ୍ଷା ପାଇଁ ଆବଶ୍ୟକ ଉପକରଣ ଅଭାବରୁ ଛାତ୍ରୀଛାତ୍ର ସେଥିରୁ ବଞ୍ଚିତ ରହୁଛନ୍ତି। ଅନୁଦାନ ଅଭାବ ଏହାର ପ୍ରମୁଖ କାରଣ ବୋଲି ସୂଚନା ମିଳିଛି। ସେହିପରି ଶିକ୍ଷକ ଅଭାବ କ୍ଷେତ୍ରରେ ଯାଜପୁର ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜକୁ ଉଦାହରଣ ଭାବେ ନେଲେ ସେଠାରେ ଉଦ୍ଭିଦ ବିଜ୍ଞାନରେ ଜଣେ, ରସାୟନ ବିଜ୍ଞାନରେ ୨ ଜଣ, ଗଣିତରେ ୩ ଜଣ, ପଦାର୍ଥ ବିଜ୍ଞାନରେ ୨ ଜଣ ଏବଂ ପ୍ରାଣୀ ବିଜ୍ଞାନରେ ୩ ଜଣ ଅଧ୍ୟାପକ ପଦବୀ ଖାଲିପଡ଼ିଛି। କେବଳ ଯାଜପୁର ଜିଲା ନୁହେଁ, ଭୁବନେଶ୍ୱର ରାଜଧାନୀ କଲେଜରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି। ଏହି ସରକାରୀ କଲେଜରେ ରସାୟନ ବିଜ୍ଞାନରେ ୩ ଜଣ, ପ୍ରାଣୀ ବିଜ୍ଞାନରେ ୨ ଜଣ, ଗଣିତରେ ୩ ଜଣ, ପଦାର୍ଥ ବିଜ୍ଞାନରେ ୧ ଜଣ ଅଧ୍ୟାପକ ନାହାନ୍ତି। ଏଥିରୁ ସରକାରୀ କଲେଜକୁ ଅଣଦେଖା କରି ପରୋକ୍ଷରେ ବେସରକାରୀ କଲେଜକୁ ପ୍ରୋତ୍ସାହନ ଦିଆଯାଉଥିବା ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି। ଏଭଳି ଧାରା ଜାରି ରହିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ବିଜ୍ଞାନ ଶିକ୍ଷା ବିଲୋପ ହୋଇପଡ଼ିବ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ସ୍ବୟଂଶାସିତ କଲେଜର ପୂର୍ବତନ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନ କୁହନ୍ତି, ଅତ୍ୟାଧୁନିକ ପରୀକ୍ଷାଗାର ସନ୍ତୋଷଜନକ ନୁହେଁ। ଏଥିପାଇଁ ସରକାର ଆବଶ୍ୟକ ଉପକରଣ ଯୋଗାଇ ଦେବା କଥା। ଏପରି ନ ହେବା ଯୋଗୁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri