ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର କଢ଼ାଯାଇଛି। ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍‌ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ ମହନ୍ତ, ହରିଚନ୍ଦନପୁର ଅଞ୍ଚଳର ମିଲର ଡ୍ରାଇଭର ପଦ୍ମଲୋଚନ ମହନ୍ତ ଓ ଆକାଉଣ୍ଟାଣ୍ଟ ଆଲୋକ ପାତ୍ରଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏନେଇ କଳିଙ୍ଗନଗର ଥାନାରେ ଏନେଇ ଏକ ମାମଲା(ନଂ.୨୮୬/୨୦୨୪) ରୁଜୁ ହୋଇଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି। ବ୍ୟାଚିଂ ପ୍ଳାଣ୍ଟରେ ଦୁର୍ନୀତି ଟଙ୍କା ଭାଗବଣ୍ଟାରେ ବିବାଦ ହୋଇଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଠିକାସଂସ୍ଥା ଜରିଆରେ ଏନ୍‌ଆଇଏନ୍‌ଏଲ୍‌ର ବ୍ୟାଚିଂ ପ୍ଲାଣ୍ଟ ପରିଚାଳିତ ହେଉଥିଲା। ବ୍ୟାଚିଂ ପ୍ଲାଣ୍ଟରେ ବ୍ୟବହୃତ ତେଲ, ଚିପ୍ସ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରି କରି ଠିକାସଂସ୍ଥାର କେତେଜଣ କର୍ମଚାରୀ ବେଶ୍‌ ମୁନାଫା ଅର୍ଜନ କରୁଥିଲେ। କିନ୍ତୁ ଘଟଣା ଘଟିବାର ୨/୩ ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ବଚସା ହୋଇଥିଲା। ଏହାପରେ ଉପରୋକ୍ତ ୪ ଜଣ ଅଭିଯୁକ୍ତ ମିଳିମିଶି ହେଲପର ସିଲୁଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ।

ଯୋଜନା ଅନୁସାରେ, ୩୦ ତାରିଖ ସନ୍ଧ୍ୟାରେ ସିଲୁ ବ୍ୟାଚିଂ ପ୍ଲାଣ୍ଟର ମେଶିନ ଯାଞ୍ଚ କରୁଥିବା ସମୟରେ ଅନ୍ୟ ୪ ଜଣ ତାହାର ସୁଇଚ୍‌କୁ ଅନ୍‌ କରି ଦେଇଥିଲେ। ଫଳରେ ସେଥିରେ ସିଲୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାପରେ ୪ ଅଭିଯୁକ୍ତ ପ୍ଲାଣ୍ଟ ନିକଟରେ ଜେସିବି ମେଶିନରେ ପ୍ରାୟ ୧୫ ଫୁଟ ଗାତ ଖୋଳି ସିଲୁଙ୍କୁ ଏକ ପଲିଥିନରେ ବାନ୍ଧି କୌଣସି ଏକ କେମିକାଲ ମିଶାଇ ପୋତି ଦେଇଥିଲେ। ଏପରିକି ପୋଲିସକୁ ଭୁଆଁ ବୁଲାଇବାକୁ ସିଲୁଙ୍କ ମୋବାଇଲ ଫୋନ୍‌କୁ ପାଣିକୋଇଲି ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେହି ମୋବାଇଲ ଫୋନ୍‌ ଏଯାଏ ମିଳିପାରିନାହିଁ। ଏହାପରେ ୪ ଅଭିଯୁକ୍ତ ସେହିଦିନ ରାତି ୧୧ଟାରେ ଏକାସାଙ୍ଗେ ବାହାରକୁ ବାହାରିଥିଲେ। କିନ୍ତୁ ସିଲୁ ସେମାନଙ୍କ ସହିତ ନ ଥିଲେ। କଳିଙ୍ଗନଗର ଥାନା ପୋଲିସ ଏହାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ୪ ଜଣଙ୍କୁ ଅଟକାଇ ଜେରା କରିଥିଲା। ଏହାପରେ ହତ୍ୟାକାଣ୍ଡର ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri