Posted inଜାତୀୟ

କୁକୁର ଖାଇଲାନି ବୋଲି ରାହୁଲ କର୍ମୀଙ୍କୁ ଦେଇଥିଲେ କି ବିସ୍କୁଟ? ଭିଡିଓ ଭାଇରାଲ, ଜଣାପଡିଲା ସତ

ନୂଆଦିଲ୍ଲୀ,୯।୨:ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବାହାରିଛନ୍ତି ରାହୁଲ ଗାନ୍ଧୀ। ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ଏବେ ଛତିଶଗଡରେ ପହଞ୍ଚିଛି। ଏହାରି ଭିତରେ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ତ ଉତ୍ସାହିତ ଅଛନ୍ତି ହେଲେ ରାହୁଲଙ୍କୁ ନେଇ ଟ୍ରୋଲ ବି ଖୁବ୍‌ ହେଉଛି। ଆଉ ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ଏକ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଦେଖାଯାଉଛି ଯେ, ରାହୁଲ ଏକ କୁକୁରକୁ ବିସ୍କୁଟ ଖୁଆଉଛନ୍ତି। ହେଲେ କୁକୁରଟି ବିସ୍କୁଟ ଖାଉନାହିଁ। ଏହାପରେ ଏହି ବିସ୍କୁଟକୁ ଜଣେ କର୍ମୀଙ୍କୁ ଦେଇଛନ୍ତି। ଯାହାର ଭିଡିଓକୁ ଟୁଇଟ କରି ଅନେକେ ଭାଜପା ନେତା ରାହୁଲଙ୍କୁ ଟ୍ରୋଲ କରିଛନ୍ତି। ହେଲେ ସତରେ କଣ ରାହୁଲ କୁକୁରକୁ ଦେଇଥିବା ବିସ୍କୁଟଟି ଜଣେ କଂଗ୍ରେସ କର୍ମୀଙ୍କୁ ଦେଇଥିଲେ। ଆସନ୍ତୁ ଜାଣିବା ଏହାର ସତ।

ଏହି ବିବାଦକୁ ନେଇ ଇଣ୍ଡିଆ ଟୁଡେ ଫ୍ୟାକ୍ଟ ଚେକ୍‌ କରିଛି। ଯେଉଁଥିରେ ସତ କଣ ଜଣାପଡିଛି। ବାସ୍ତବରେ ରାହୁଲ କୁକୁରକୁ ବିସ୍କୁଟ ଦେଇଥିଲେ। ହେଲେ କୁକୁରଟି ବିସ୍କୁଟ ଖାଇ ନ ଥିଲା। ଏଥିପାଇଁ ରାହୁଲ କୁକୁରର ମାଲିକଙ୍କୁ ସେହି ବିସ୍କୁଟ ଦେଇଥିଲେ। ପରବର୍ତ୍ତୀ ସମୟରେ ମାଲିକ ବିସ୍କୁଟ ଦେବାରୁ କୁକୁରଟି ଖାଇଥିଲା। ତେବେ ଇଣ୍ଡିଆ ଟୁଡେ ଦ୍ୱାରା ଫ୍ୟାକ୍ଟ ଚେକ୍‌ବେଳେ ଜଣାପଡିଛି କି, ରାହୁଲ ବିସ୍କୁଟ କୌଣସି କଂଗ୍ରେସ କର୍ମୀ ନୁହେଁ କୁକୁରର ମାଲିକଙ୍କୁ ଦେଇଥିଲେ। ଏସମ୍ପର୍କରେ ଖୋଦ୍‌ ମାଲିକ ମଧ୍ୟ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି।

ଏଥିସହ ରାହୁଲ ଗାନ୍ଧୀ ମଧ୍ୟ ଏସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାରରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ କୁକୁରଟିକୁ ବିସ୍କୁଟ ଦେଇଥିଲି ହେଲେ ସେ ନ ଖାଇବାରୁ ବିସ୍କୁଟକୁ ତା’ର ମାଲିକଙ୍କୁ ଦେଇଥିଲି। ମୁଁ ଖାଇବାକୁ ଦେବା ସମୟରେ କୁକୁରଟି ଡରି ଯାଇଥିଲା। ସେଥିପାଇଁ ସେ ମୋ ହାତରୁ ଖାଉ ନ ଥିଲା। ହେଲେ ଯେତେବେଳେ ତା’ର ମାଲିକ ତାକୁ ଖୁଆଇଲେ ସେ ବିସ୍କୁଟ ଖାଇଥିଲା।

ତେବେ ଇଣ୍ଡିଆ ଟୁଡେ ସେହି କୁକୁର ମାଲିକଙ୍କ ସହ ମଧ୍ୟ ସତ ଜାଣିବା ପାଇଁ ଯୋଗାଯୋଗ କରିଛି। ଯେଉଁଥିରେ ସେ ମଧ୍ୟ ଭାଇରାଲ ଭିଡିଓକୁ ମିଛ ବୋଲି କହିଛନ୍ତି। ବ୍ୟକ୍ତିଜଣକ ହେଲେ ଧାନବାଦର ଜିତେନ୍ଦ୍ର କୁମାର। ସେ କହିଛନ୍ତି, ରାହୁଲଜୀ ମୋ ପୋଷା କୁକୁର ଲୁସିକୁ ବିସ୍କୁଟ ଦେଇଥିଲେ। ଲୁସି କାର୍‌ ଉପରେ ବସିବା ଯୋଗୁ ଡରି ଯାଇଥିଲା। ତେଣୁ ରାହୁଲ ବିସ୍କୁଟ ମୋ ହାତକୁ ବଢେଇ ଦେଇ ଲୁସିକୁ ଖୁଆଇବାକୁ କହିଥିଲେ। ଜିତେନ୍ଦ୍ର ଆହୁରି କହିଛନ୍ତି, ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ ମିଛ। ରାହୁଲ କୌଣସି କଂଗ୍ରେସ କର୍ମୀଙ୍କୁ ଲୁସିର ବିସ୍କୁଟ ଦେଇ ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ: ସୁରକ୍ଷା କଡ଼ାକଡ଼ି, ତଲାସୀ ଜାରି

ଭୁବନେଶ୍ୱର,୬।୨: ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।…

‘ଥ୍ୟାଙ୍କ ୟୁ ପାକିସ୍ତାନ…’, ଭାରତ ସହ ଖେଳିବାକୁ ମନା କଲା ପାକ୍‌, ଖୁସିରେ ନାଚି ଉଠିଲା ବାଂଲାଦେଶ!

ନୂଆଦିଲ୍ଲୀ,୬।୨: ବାଂଲାଦେଶ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିରୁଦ୍ଧରେ ଚୁପଚାପ ଏକତ୍ରିତ ହୋଇଥିଲେ। ଏହା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ…

‘ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ,୬।୨: ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହ…

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆପଣଙ୍କ ଇମେଲ୍ ଏବଂ ତଥ୍ୟ ସୁରକ୍ଷିତ ତ? ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର,୬।୨: ବର୍ତ୍ତମାନର ଡିଜିଟାଲ ଯୁଗରେ ତଥ୍ୟ ଚୋରି ବା ‘ଡାଟା ବ୍ରିଚ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆପଣଙ୍କ ବ୍ୟକ୍ତିଗତ ଇମେଲ୍ ଆଇଡି (Email…

ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ଚେନ୍ନାଇ,୬।୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶହ ଶହ କାଉଙ୍କ ମୃତ୍ୟୁକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI: ସୁଧ ହାରରେ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri