ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ,୨୧।୮: ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ୍‌ ଡଲାର ଟପିଛି। ସୋସିଆଲ୍‌ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍‌ର ଶେୟାର ଗୁରୁବାର ୨.୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଫଳରେ ଗୋଟିଏ ଦିନରେ ଜୁକରବର୍ଗଙ୍କ ସମ୍ପତ୍ତି ୨.୩ ବିଲିୟନ ଡଲାର ବୃଦ୍ଧି ପାଇଛି। ଏବେ ଜୁକରବର୍ଗଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୨ ବିଲିୟନ ଡଲାରରେ ପହଞ୍ଚିଛି। ଫଳରେ ଜୁକରବର୍ଗ ବିଶ୍ୱର ୧୦ ସବଶ୍ରେଷ୍ଠ ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛି। ଆମାଜୋନ ସିଇଓ ଜେଫ ବେଜୋସ (୧୯୪ ବିଲିୟନ ଡଲାର) ତାଲିକାର ପ୍ରତମ ସ୍ଥାନରେ ଥିବାବେଳେ ଏବଂ ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍‌ ଗେଟ୍ସ (୧୨୨ ବିଲିୟନ ଡଲାର) ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share