ପ୍ରଦୀପଙ୍କ ଭୂମିକା ଉପରେ ଆଖି

ବ୍ରହ୍ମପୁର, ୨୧ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୧୯୭୪ରୁ ଲଗାତର ୪ ଥର ଜିତିଥିଲେ। ୧୯୯୦ ଓ ୧୯୯୫ରେ ଏହି ଆସନ ଜନତା ଦଳକୁ ଯାଇଥିଲା। ୨୦୦୦ରେ ବିଜେଡି ପ୍ରାର୍ଥୀ ଏଠାରୁ ବିଜୟୀ ହୋଇଥିଲେ। ୨୦୦୪ରେ ଏହି ଆସନକୁ ପୁଣି କଂଗ୍ରେସ ଛଡ଼ାଇ ନେଇଥିଲା। ତେବେ ୨୦୦୯ରୁ ଲଗାତର ଏହି ନିର୍ବାଚନମଣ୍ଡଳୀରୁ ବିଜେଡିର ପ୍ରଦୀପ ପାଣିଗ୍ରାହୀ ଜିତି ଆସିଥିଲେ। ତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିବା ପରେ ଦଳ ତାଙ୍କୁ ବହିଷ୍କୃତ କରିଛି। ରୋଚକ ବିଷୟଟି ହେଲା ଯେ, ବିଜେଡି ଓ ରାଜ୍ୟ ସରକାରଙ୍କୁ ପ୍ରଦୀପ ବାରମ୍ବାର ଅପଦସ୍ଥ କରିବା ଲାଗି ଗଣମାଧ୍ୟମରେ ଅନେକ କଥା କହୁଥିବାରୁ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହୁଛି। ଆଗାମୀ ନିର୍ବାଚନରେ ପ୍ରଦୀପଙ୍କ ଭୂମିକା ଉପରେ ଏବେଠୁ ସଭିଁଙ୍କ ଆଖି ରହିଲାଣି।
ନିର୍ବାଚନମଣ୍ଡଳୀରେ ଗୋପାଳପୁର ଏନ୍‌ଏସି, ରଙ୍ଗେଇଲୁଣ୍ଡା ବ୍ଲକର ୩୨, କୁକୁଡ଼ାଖଣ୍ଡି ବ୍ଲକର ୪ ପଞ୍ଚାୟତ ଓ ବ୍ରହ୍ମପୁର ମହାନଗର ନିଗମର ୬ଟି ଓ୍ବାର୍ଡ ରହିଛି। ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୨୧,୬୩୦। ନିକଟ ଅତୀତକୁ ଦେଖିଲେ, ୨୦୦୯ ନିର୍ବାଚନରେ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ୩୭,୬୧୨ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ତ୍ରିନାଥ ବେହେରା ୧୮,୮୫୪ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସ୍ବାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ତୃତୀୟ ଓ ଭାଜପାର ବିଭୂତିଭୂଷଣ ଜେନା ଚତୁର୍ଥ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ପ୍ରଦୀପ ୫୫,୨୬୫ ଭୋଟ ପାଇ ଜିତିଥିବାବେଳେ ଭାଜପାରୁ ବିଭୂତି ୩୫,୧୫୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଜ ପ୍ରଭାବ ଦେଖାଇଥିଲେ। କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଥିଲା। ସେହିପରି ୨୦୧୯ ନିର୍ବାଚନରେ ପ୍ରଦୀପ ପୁଣି ବିଜେଡିରୁ ପ୍ରାର୍ଥୀ ହୋଇ ୬୧,୬୨୮ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପାରୁ ବିଭୂତି ୫୮, ୯୫୫ ଭୋଟ ପାଇଥିଲେ। ଦେଖିବାକୁ ଗଲେ, ଗତ ୩ଟି ନିର୍ବାଚନରେ ଭାଜପାର ଭୋଟ ହାର ବଢ଼ିଛି। ଗତ ନିର୍ବାଚନରେ ବିଜେଡିଠାରୁ ଅତି କମ୍‌ ଭୋଟ ବ୍ୟବଧାନରେ ଭାଜପା ହାରିଥିବାରୁ ଚଳିତ ନିର୍ବାଚନରେ ଏହି ଆସନ ଉପରେ ଭାଜପାର ଫୋକସ ରହିଛି ବୋଲି ଦଳୀୟ ନେତୃବର୍ଗ କହୁଛନ୍ତି।
ସ୍ଥିତି ଦେଖିଲେ ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ବିଜେଡି ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ଦେଇଛି। ସେ ଏହି ଆସନରୁ ପ୍ରାର୍ଥୀ ହେବା ଦଳୀୟ ମହଲରୁ ମଧ୍ୟ ଶୁଣାଯାଉଛି। ଯଦି ବିକ୍ରମ ଏହି ଆସନରୁ ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ପାଇଁ ଜିତିବା ସହଜ ହୋଇ ନ ପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। କାରଣ ଭାଜପାରୁ ପ୍ରାର୍ଥୀ ହେବା ନେଇ ବିଭୂତିଙ୍କ ନାମ ଶୁଣାଯାଉଛି ଓ ସେ ଗତ ସାଧାରଣ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ମଧ୍ୟ ଦେଇଥିଲେ।
ବିଧାୟକ ପ୍ରଦୀପ ସୋସିଆଲ ମିଡିଆରେ ବିଜେଡି ବିରୋଧରେ ବିଷୋଦଗାର କରୁଥିବା କାହାକୁ ଅଛପା ନାହିଁ। ୩ ଥର ବିଜେଡି ଟିକେଟରେ ବିଧାୟକ ହୋଇଥିବା ପ୍ରଦୀପଙ୍କ ବ୍ୟକ୍ତିଗତ ଭୋଟ ମଧ୍ୟ ରହିଛି। ଶୁଣିବାକୁ ମିଳୁଛି, ଗତ ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ପ୍ରଦୀପ ଓ ବିଭୂତି ଯଦି ହାତ ମିଳାନ୍ତି, ତେବେ ଶାସକ ଦଳ ସକାଶେ ଏହା ଏକ ଅଗ୍ନି ପରୀକ୍ଷା ହୋଇପାରେ। ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଅନେକ ହଟହଟା କରାଯାଇଥିବାରୁ ସେ ପ୍ରତିଶୋଧ ନେବା ମୁଡ୍‌ରେ ଥିବା ଭଳି ମନେହେଉଛି। ଗତ କିଛି ଦିନ ତଳେ ରାଜ୍ୟ ସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦୀପଙ୍କୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଭେଟିଥିବାର ଫଟୋ ଦେଖିବାକୁ ମିଳିଥିଲା। ଏଭଳି ଭେଟଘାଟକୁ ନେଇ ଚର୍ଚ୍ଚା ଚାଲିଛି ଯେ, ପ୍ରଦୀପ ଭାଜପା ଟିକେଟରୁ ନିର୍ବାଚନ ଲଢ଼ିପାରନ୍ତି। ଏଠାକାର ଆଗାମୀ ନିର୍ବାଚନ ପାଇଁ ଭାଜପାର ରଣନୀତି ସଂକ୍ରାନ୍ତ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତିଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବ ନିର୍ବାଚନରେ ଦେଖାଦେଇଥିବା ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯାଉଛି। ଆଗକୁ ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଦଳ ଅଧିକ ଫୋକସ କରିବ ବୋଲି ସେ କହିଛନ୍ତି।
ମୁଖପାତ୍ର ତୁମ୍ବନାଥ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ହୋଇନାହିଁ। ବିକ୍ରମ ଗୋପାଳପୁର ନିର୍ବାଚନମଣ୍ଡଳୀର ସଙ୍ଗଠନ ସୁଦୃଢ଼ ପାଇଁ ଦାୟିତ୍ୱ ନେଇଥିବାରୁ ସେ ସେଠାରୁ ପ୍ରାର୍ଥୀ ହେବା ପାଇଁ ଲୋକେ ଆଶା ରଖିଛନ୍ତି। ଦୀର୍ଘ ଦିନ ହେଲା ସେଠାକାର ନିର୍ବାଚିତ ଲୋକ ପ୍ରତିନିଧି ଓ ବିରୋଧୀ ପ୍ରାର୍ଥୀମାନେ କିଭଳି ଲୋକଙ୍କ ସାଥିରେ ଥିଲେ ତାହା ଭୋଟରଙ୍କୁ ଅଛପା ନୁହେଁ। ତେଣୁ ଏଥର ବିଜେଡିରୁ ଯାହାକୁ ପ୍ରାର୍ଥୀ କରାଯିବ ସେମାନଙ୍କ ସାଥିରେ ଲୋକେ ନିଶ୍ଚିତ ରହିବେ ବୋଲି ସେ କହିଥିଲେ।
ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏବର ପ୍ରସ୍ତୁତି ସେଭଳି ଆଖିଦୃଶିଆ ଦେଖିବାକୁ ମିଳୁନାହିଁ। ୨୦୦୯ରୁ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ଆଗାମୀ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିବାକୁ ହେଲେ କଂଗ୍ରେସକୁ ବହୁ ସଂଘର୍ଷ କରିବାକୁ ପଡ଼ିବ। ଏ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା କହିଛନ୍ତି, ପୂର୍ବ ଗଡ଼କୁ ଅକ୍ତିଆର କରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। ସ୍ଥାନୀୟ ଲୋକଙ୍କୁ ଏହି ନିର୍ବାଚନମଣ୍ଡଳୀର ଭୋଟର ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri