ପ୍ରଦୀପଙ୍କ ଭୂମିକା ଉପରେ ଆଖି

ବ୍ରହ୍ମପୁର, ୨୧ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୧୯୭୪ରୁ ଲଗାତର ୪ ଥର ଜିତିଥିଲେ। ୧୯୯୦ ଓ ୧୯୯୫ରେ ଏହି ଆସନ ଜନତା ଦଳକୁ ଯାଇଥିଲା। ୨୦୦୦ରେ ବିଜେଡି ପ୍ରାର୍ଥୀ ଏଠାରୁ ବିଜୟୀ ହୋଇଥିଲେ। ୨୦୦୪ରେ ଏହି ଆସନକୁ ପୁଣି କଂଗ୍ରେସ ଛଡ଼ାଇ ନେଇଥିଲା। ତେବେ ୨୦୦୯ରୁ ଲଗାତର ଏହି ନିର୍ବାଚନମଣ୍ଡଳୀରୁ ବିଜେଡିର ପ୍ରଦୀପ ପାଣିଗ୍ରାହୀ ଜିତି ଆସିଥିଲେ। ତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିବା ପରେ ଦଳ ତାଙ୍କୁ ବହିଷ୍କୃତ କରିଛି। ରୋଚକ ବିଷୟଟି ହେଲା ଯେ, ବିଜେଡି ଓ ରାଜ୍ୟ ସରକାରଙ୍କୁ ପ୍ରଦୀପ ବାରମ୍ବାର ଅପଦସ୍ଥ କରିବା ଲାଗି ଗଣମାଧ୍ୟମରେ ଅନେକ କଥା କହୁଥିବାରୁ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହୁଛି। ଆଗାମୀ ନିର୍ବାଚନରେ ପ୍ରଦୀପଙ୍କ ଭୂମିକା ଉପରେ ଏବେଠୁ ସଭିଁଙ୍କ ଆଖି ରହିଲାଣି।
ନିର୍ବାଚନମଣ୍ଡଳୀରେ ଗୋପାଳପୁର ଏନ୍‌ଏସି, ରଙ୍ଗେଇଲୁଣ୍ଡା ବ୍ଲକର ୩୨, କୁକୁଡ଼ାଖଣ୍ଡି ବ୍ଲକର ୪ ପଞ୍ଚାୟତ ଓ ବ୍ରହ୍ମପୁର ମହାନଗର ନିଗମର ୬ଟି ଓ୍ବାର୍ଡ ରହିଛି। ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୨୧,୬୩୦। ନିକଟ ଅତୀତକୁ ଦେଖିଲେ, ୨୦୦୯ ନିର୍ବାଚନରେ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ୩୭,୬୧୨ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ତ୍ରିନାଥ ବେହେରା ୧୮,୮୫୪ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସ୍ବାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ତୃତୀୟ ଓ ଭାଜପାର ବିଭୂତିଭୂଷଣ ଜେନା ଚତୁର୍ଥ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ପ୍ରଦୀପ ୫୫,୨୬୫ ଭୋଟ ପାଇ ଜିତିଥିବାବେଳେ ଭାଜପାରୁ ବିଭୂତି ୩୫,୧୫୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଜ ପ୍ରଭାବ ଦେଖାଇଥିଲେ। କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଥିଲା। ସେହିପରି ୨୦୧୯ ନିର୍ବାଚନରେ ପ୍ରଦୀପ ପୁଣି ବିଜେଡିରୁ ପ୍ରାର୍ଥୀ ହୋଇ ୬୧,୬୨୮ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପାରୁ ବିଭୂତି ୫୮, ୯୫୫ ଭୋଟ ପାଇଥିଲେ। ଦେଖିବାକୁ ଗଲେ, ଗତ ୩ଟି ନିର୍ବାଚନରେ ଭାଜପାର ଭୋଟ ହାର ବଢ଼ିଛି। ଗତ ନିର୍ବାଚନରେ ବିଜେଡିଠାରୁ ଅତି କମ୍‌ ଭୋଟ ବ୍ୟବଧାନରେ ଭାଜପା ହାରିଥିବାରୁ ଚଳିତ ନିର୍ବାଚନରେ ଏହି ଆସନ ଉପରେ ଭାଜପାର ଫୋକସ ରହିଛି ବୋଲି ଦଳୀୟ ନେତୃବର୍ଗ କହୁଛନ୍ତି।
ସ୍ଥିତି ଦେଖିଲେ ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ବିଜେଡି ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ଦେଇଛି। ସେ ଏହି ଆସନରୁ ପ୍ରାର୍ଥୀ ହେବା ଦଳୀୟ ମହଲରୁ ମଧ୍ୟ ଶୁଣାଯାଉଛି। ଯଦି ବିକ୍ରମ ଏହି ଆସନରୁ ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ପାଇଁ ଜିତିବା ସହଜ ହୋଇ ନ ପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। କାରଣ ଭାଜପାରୁ ପ୍ରାର୍ଥୀ ହେବା ନେଇ ବିଭୂତିଙ୍କ ନାମ ଶୁଣାଯାଉଛି ଓ ସେ ଗତ ସାଧାରଣ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ମଧ୍ୟ ଦେଇଥିଲେ।
ବିଧାୟକ ପ୍ରଦୀପ ସୋସିଆଲ ମିଡିଆରେ ବିଜେଡି ବିରୋଧରେ ବିଷୋଦଗାର କରୁଥିବା କାହାକୁ ଅଛପା ନାହିଁ। ୩ ଥର ବିଜେଡି ଟିକେଟରେ ବିଧାୟକ ହୋଇଥିବା ପ୍ରଦୀପଙ୍କ ବ୍ୟକ୍ତିଗତ ଭୋଟ ମଧ୍ୟ ରହିଛି। ଶୁଣିବାକୁ ମିଳୁଛି, ଗତ ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ପ୍ରଦୀପ ଓ ବିଭୂତି ଯଦି ହାତ ମିଳାନ୍ତି, ତେବେ ଶାସକ ଦଳ ସକାଶେ ଏହା ଏକ ଅଗ୍ନି ପରୀକ୍ଷା ହୋଇପାରେ। ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଅନେକ ହଟହଟା କରାଯାଇଥିବାରୁ ସେ ପ୍ରତିଶୋଧ ନେବା ମୁଡ୍‌ରେ ଥିବା ଭଳି ମନେହେଉଛି। ଗତ କିଛି ଦିନ ତଳେ ରାଜ୍ୟ ସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦୀପଙ୍କୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଭେଟିଥିବାର ଫଟୋ ଦେଖିବାକୁ ମିଳିଥିଲା। ଏଭଳି ଭେଟଘାଟକୁ ନେଇ ଚର୍ଚ୍ଚା ଚାଲିଛି ଯେ, ପ୍ରଦୀପ ଭାଜପା ଟିକେଟରୁ ନିର୍ବାଚନ ଲଢ଼ିପାରନ୍ତି। ଏଠାକାର ଆଗାମୀ ନିର୍ବାଚନ ପାଇଁ ଭାଜପାର ରଣନୀତି ସଂକ୍ରାନ୍ତ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତିଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବ ନିର୍ବାଚନରେ ଦେଖାଦେଇଥିବା ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯାଉଛି। ଆଗକୁ ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଦଳ ଅଧିକ ଫୋକସ କରିବ ବୋଲି ସେ କହିଛନ୍ତି।
ମୁଖପାତ୍ର ତୁମ୍ବନାଥ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ହୋଇନାହିଁ। ବିକ୍ରମ ଗୋପାଳପୁର ନିର୍ବାଚନମଣ୍ଡଳୀର ସଙ୍ଗଠନ ସୁଦୃଢ଼ ପାଇଁ ଦାୟିତ୍ୱ ନେଇଥିବାରୁ ସେ ସେଠାରୁ ପ୍ରାର୍ଥୀ ହେବା ପାଇଁ ଲୋକେ ଆଶା ରଖିଛନ୍ତି। ଦୀର୍ଘ ଦିନ ହେଲା ସେଠାକାର ନିର୍ବାଚିତ ଲୋକ ପ୍ରତିନିଧି ଓ ବିରୋଧୀ ପ୍ରାର୍ଥୀମାନେ କିଭଳି ଲୋକଙ୍କ ସାଥିରେ ଥିଲେ ତାହା ଭୋଟରଙ୍କୁ ଅଛପା ନୁହେଁ। ତେଣୁ ଏଥର ବିଜେଡିରୁ ଯାହାକୁ ପ୍ରାର୍ଥୀ କରାଯିବ ସେମାନଙ୍କ ସାଥିରେ ଲୋକେ ନିଶ୍ଚିତ ରହିବେ ବୋଲି ସେ କହିଥିଲେ।
ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏବର ପ୍ରସ୍ତୁତି ସେଭଳି ଆଖିଦୃଶିଆ ଦେଖିବାକୁ ମିଳୁନାହିଁ। ୨୦୦୯ରୁ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ଆଗାମୀ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିବାକୁ ହେଲେ କଂଗ୍ରେସକୁ ବହୁ ସଂଘର୍ଷ କରିବାକୁ ପଡ଼ିବ। ଏ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା କହିଛନ୍ତି, ପୂର୍ବ ଗଡ଼କୁ ଅକ୍ତିଆର କରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। ସ୍ଥାନୀୟ ଲୋକଙ୍କୁ ଏହି ନିର୍ବାଚନମଣ୍ଡଳୀର ଭୋଟର ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri