Posted inଖେଳ

୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର

ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା ଭାରତୀୟ ଦଳ। ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜ୍ୟ ପାଇଁ ଖେଳିବା ପରେ ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଁ ଭାରତୀୟ କ୍ରିକେଟରୁ ଅବସର ନେଉଛି। ଏ ସମ୍ପର୍କରେ ଇମେଲ ଜରିଆରେ ବିସିସିଆଇକୁ ଜଣାଇ ଦେଇଛି ବୋଲି ଉଇକେଟକିପର ବ୍ୟାଟ୍ସମ୍ୟାନ ପଟେଲ କହିଛନ୍ତି। ଏବେ ସେ ବିଭିନ୍ନ ଦେଶରେ ଫ୍ରାଞ୍ଚାଇଜ କ୍ରିକେଟ ଖେଳିପାରିବେ। ତାଙ୍କର ପ୍ରଥମେ ଷ୍ଟପ୍‌ ହେଉଛି ଓ୍ବେଷ୍ଟଇଣ୍ଡିଜ। ସେଠାରେ କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ବାର୍ବାଡସ ଟ୍ରାଇଡେଣ୍ଟ୍ସ ପକ୍ଷରୁ ସେ ପ୍ରତିନିଧିତ୍ୱ କରିବେ।

ମୁଁ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ କ୍ରିକେଟର ସ୍ବାଦ ଚାଖିବାକୁ ଚାହେଁ। ଆଉ ପରିବାର ସହ ରହିବି ବୋଲି ଆମେରିକାର ଗ୍ରୀନକାର୍ଡଧାରୀ ସମିତ କହିଛନ୍ତି। କିନ୍ତୁ ୟୁଏସ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ଲାଗି ତାଙ୍କୁ ୩ ବର୍ଷ ଆମେରିକାରେ ରହିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସଫଳତା ପରେ ସମିତଙ୍କୁ ନିୟମିତ ଗୁଜରାଟ ରଣଜୀ ଦଳରେ ସ୍ଥାନ ମିଳି ନ ଥିଲା। କାରଣ ଦଳର ଅଧିନାୟକ ଥିଲେ ଉଇକେଟକିପର ପାର୍ଥତ୍ବ ପଟେଲ। ନିରାଶ ହୋଇ ତ୍ରୀପୁରା, ଗୋଆ ଓ ବରୋଦା ଭଳି ଦଳ ପାଇଁ କିଛି ବର୍ଷ ରଣଜୀ ଖେଳିଥିଲେ। ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ସମିତଙ୍କ ନାମରେ ୧୧ ଶତକ ଓ ୧୪ ଅର୍ଦ୍ଧଶତକ ସହ ୩,୨୭୮ ରନ୍‌ ରହିଛି।

ତେବେ ଆମେରିକା ଦଳରେ ପଟେଲ ଏକମାତ୍ର ଭାରତୀୟ ଖେଳାଳି ନୁହନ୍ତି। ଦଳର କୋଚ୍‌ ଦାୟିତ୍ୱରେ କର୍ନାଟକର ପୂର୍ବତନ ଅଧିନାୟକ ତଥା କୋଚ୍‌ ଜେ. ଅରୁଣ କୁମାର ଥିବାବେଳେ ଅଧିନାୟକ ହେଲେ ୨୦୧୦ରେ ଭାରତ ପାଇଁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିବା ସୌରଭ ନେତ୍ରାଭଲକର।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri