ବ୍ୟାପୁଛି ଆଖିଧରା ରୋଗ

ରସୁଲପୁର,୬।୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି। ଆଖିରୁ ପାଣି ଗଡୁଛି, ଧଳା ଓ ଧୂସର ରଙ୍ଗର ଅଠାଳିଆ ପଦାର୍ଥ ନିର୍ଗତ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗ ବାୟୁବାହିତ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏପରି କି ଆଖିଧରା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖିକୁ ଚାହିଁଦେଲେ ଅନ୍ୟ ଲୋକ ଆକ୍ରାନ୍ତ ହୋଇଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି। ମାତ୍ର ଏସବୁ ଆଲୋଚନା, ଚର୍ଚ୍ଚା ଓ ଲୋକ ବିଶ୍ୱାସକୁ ଭୁଲ୍‌ ବୋଲି କହୁଛି ଡାକ୍ତରୀ ବିଦ୍ୟା।
ଏ ସମ୍ପର୍କରେ ଡାକ୍ତରଙ୍କ ମତରୁ ଜଣାଯାଇଛି କି ବ୍ୟାକ୍ଟେରିଆ ସଂକ୍ରମଣ ଦ୍ୱାରା ଆଖିଧରା ରୋଗ ହୋଇଥାଏ। ଏହି ରୋଗ ଦ୍ୱାରା ସଂକ୍ରମିତ ଜଣେ ଲୋକଙ୍କ ବସ୍ତ୍ରକୁ ଅନ୍ୟ ଜଣେ ବ୍ୟକ୍ତି ବ୍ୟବହାକଲେ ତାଙ୍କଠାରୁ ଭାଇରସ୍‌ ସଂକ୍ରମଣ ସ୍ଥାନାନ୍ତର ହୋଇଥାଏ। ତେଣୁ ସମ୍ପୃକ୍ତ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ ଥାଏ। ଏହାଛଡ଼ା ଅପରିଷ୍କାର ହାତରେ ବାରମ୍ବାର ଆଖିକୁ ସ୍ପର୍ଶକଲେ ରୋଗ ହେବା ସମ୍ଭାବନା ବଢ଼ିଯାଇଥାଏ। ପରିବର୍ତ୍ତିତ ପାଣିପାଗର ସ୍ଥିତିରେ ଏହି ରୋଗ ବିଶେଷ ପ୍ରଭାବ ପକାଇଥାଏ। ତାପମାତ୍ରାରେ ତାରତମ୍ୟ ଓ ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ଶରୀରରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସେସବୁ ରୋଗ ମଧ୍ୟରୁ ଆଖିଧରା ଅନ୍ୟତମ। ଆକ୍ରାନ୍ତଙ୍କ ଉପରେ ରୋଗର ପ୍ରଭାବ ସପ୍ତାହେବ୍ୟାପୀ ରହୁଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗ ନିୟନ୍ତ୍ରଣକୁ ଆଣିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱଦେବା ଆବଶ୍ୟକତା ରହିଛି। ବିଶେଷକରି ହାତ ଧୋଇବା ଦିଗରେ ଅଧିକ ଧ୍ୟାନଦେବାକୁ ପଡ଼ିବ। ରୋଗରେ ଆକ୍ରାନ୍ତ ବ୍ୟକ୍ତି ହାଇଜେନିକ୍‌ ଦିଗ ପ୍ରତି ଧ୍ୟାନଦେବାକୁ ହେବ। ବାରମ୍ବାର ସାବୁନରେ ହାତ ଧୋଇବା ସହ ଆଖିକୁ ଛୁଇଁବା ପୂର୍ବରୁ ହାତକୁ ସଫା କରିବାକୁ ହେବ। ଆଖିକୁ ପୋଛିବା ପାଇଁ ସଫା କପଡ଼ାକୁ ଓଦାକରି ବ୍ୟବହାର କରିବାକୁ ପଡ଼ିବ। ଆକ୍ରାନ୍ତ ରୋଗୀଙ୍କୁ ଆଖିରେ କଳାଚଷମା ବ୍ୟବହାର କରିବାକୁ ଡାକ୍ତରୀ ପରାମର୍ଶ ଦିଆଯାଉଛି। ଏଭଳି କରିବା ଦ୍ୱାରା ଆଖିକୁ ଖରାର ପ୍ରକୋପ ଓ ବାହ୍ୟ ଧୂଳିଧୂଆଁ ଦାଉରୁ ସୁରକ୍ଷା ମିଳିପାରିବ। ଆଖିକୁ ଥଣ୍ଡା ରଖିଲେ ରୋଗକୁ ନେଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହିଭଳି ଲକ୍ଷଣ ଥିବା ରୋଗୀଙ୍କୁ ଡାକ୍ତରୀ ଔଷଧ ଭାବରେ ଆଣ୍ଟିବାଓଟିକ୍‌ ଓ ଆଖି ଡ୍ରପ୍‌ ଔଷଧ ବ୍ୟବହାର କରିବାକୁ ଡାକ୍ତରମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଏ ସମ୍ପର୍କରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ରୋଗକୁ ନେଇ କୌଣସି ବ୍ୟସ୍ତତା ରହିବା ଦରକାର ନାହିଁ। ରୋଗ ଅତ୍ୟନ୍ତ କ୍ଷତିକାରକ ନୁହେଁ। ହେଲେ ରୋଗର ଲକ୍ଷଣ ଦେଖାଦେବା କ୍ଷଣି ଡାକ୍ତରୀ ପରାମର୍ଶ କରିବା ଜରୁରୀ। ଯଦିବା ଆଖି ଭଳି ଏକ ସୂକ୍ଷ୍ମ ଅଙ୍ଗ ସଂକ୍ରମିତ ହେଉଛି, ରୋଗୀଙ୍କୁ ଏଥିପ୍ରତି ଅଧିକ ଯତ୍ନବାନ୍‌ ରହିବାକୁ ପଡ଼ିବ। ସଫାସୁତୁରା ପ୍ରତି ଧ୍ୟାନଦେବାକୁ ହେବ। ପରିବାରରେ ଆଖିଧରା ରୋଗୀ ବ୍ୟବହାର କରୁଥିବା ବସ୍ତ୍ରକୁ ଅନ୍ୟ କେହି ବ୍ୟବହାର କରିବା ଅନୁଚିତ। ଆକ୍ରାନ୍ତ ବ୍ୟକ୍ତି ହାତକୁ ବାରମ୍ବାର ଧୋଇବା ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri