ବ୍ୟାପୁଛି ଆଖିଧରା ରୋଗ

ରସୁଲପୁର,୬।୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି। ଆଖିରୁ ପାଣି ଗଡୁଛି, ଧଳା ଓ ଧୂସର ରଙ୍ଗର ଅଠାଳିଆ ପଦାର୍ଥ ନିର୍ଗତ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗ ବାୟୁବାହିତ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏପରି କି ଆଖିଧରା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖିକୁ ଚାହିଁଦେଲେ ଅନ୍ୟ ଲୋକ ଆକ୍ରାନ୍ତ ହୋଇଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି। ମାତ୍ର ଏସବୁ ଆଲୋଚନା, ଚର୍ଚ୍ଚା ଓ ଲୋକ ବିଶ୍ୱାସକୁ ଭୁଲ୍‌ ବୋଲି କହୁଛି ଡାକ୍ତରୀ ବିଦ୍ୟା।
ଏ ସମ୍ପର୍କରେ ଡାକ୍ତରଙ୍କ ମତରୁ ଜଣାଯାଇଛି କି ବ୍ୟାକ୍ଟେରିଆ ସଂକ୍ରମଣ ଦ୍ୱାରା ଆଖିଧରା ରୋଗ ହୋଇଥାଏ। ଏହି ରୋଗ ଦ୍ୱାରା ସଂକ୍ରମିତ ଜଣେ ଲୋକଙ୍କ ବସ୍ତ୍ରକୁ ଅନ୍ୟ ଜଣେ ବ୍ୟକ୍ତି ବ୍ୟବହାକଲେ ତାଙ୍କଠାରୁ ଭାଇରସ୍‌ ସଂକ୍ରମଣ ସ୍ଥାନାନ୍ତର ହୋଇଥାଏ। ତେଣୁ ସମ୍ପୃକ୍ତ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ ଥାଏ। ଏହାଛଡ଼ା ଅପରିଷ୍କାର ହାତରେ ବାରମ୍ବାର ଆଖିକୁ ସ୍ପର୍ଶକଲେ ରୋଗ ହେବା ସମ୍ଭାବନା ବଢ଼ିଯାଇଥାଏ। ପରିବର୍ତ୍ତିତ ପାଣିପାଗର ସ୍ଥିତିରେ ଏହି ରୋଗ ବିଶେଷ ପ୍ରଭାବ ପକାଇଥାଏ। ତାପମାତ୍ରାରେ ତାରତମ୍ୟ ଓ ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ଶରୀରରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସେସବୁ ରୋଗ ମଧ୍ୟରୁ ଆଖିଧରା ଅନ୍ୟତମ। ଆକ୍ରାନ୍ତଙ୍କ ଉପରେ ରୋଗର ପ୍ରଭାବ ସପ୍ତାହେବ୍ୟାପୀ ରହୁଥିବା ଲକ୍ଷ୍ୟ କରାଯାଉଛି। ଏହି ରୋଗ ନିୟନ୍ତ୍ରଣକୁ ଆଣିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱଦେବା ଆବଶ୍ୟକତା ରହିଛି। ବିଶେଷକରି ହାତ ଧୋଇବା ଦିଗରେ ଅଧିକ ଧ୍ୟାନଦେବାକୁ ପଡ଼ିବ। ରୋଗରେ ଆକ୍ରାନ୍ତ ବ୍ୟକ୍ତି ହାଇଜେନିକ୍‌ ଦିଗ ପ୍ରତି ଧ୍ୟାନଦେବାକୁ ହେବ। ବାରମ୍ବାର ସାବୁନରେ ହାତ ଧୋଇବା ସହ ଆଖିକୁ ଛୁଇଁବା ପୂର୍ବରୁ ହାତକୁ ସଫା କରିବାକୁ ହେବ। ଆଖିକୁ ପୋଛିବା ପାଇଁ ସଫା କପଡ଼ାକୁ ଓଦାକରି ବ୍ୟବହାର କରିବାକୁ ପଡ଼ିବ। ଆକ୍ରାନ୍ତ ରୋଗୀଙ୍କୁ ଆଖିରେ କଳାଚଷମା ବ୍ୟବହାର କରିବାକୁ ଡାକ୍ତରୀ ପରାମର୍ଶ ଦିଆଯାଉଛି। ଏଭଳି କରିବା ଦ୍ୱାରା ଆଖିକୁ ଖରାର ପ୍ରକୋପ ଓ ବାହ୍ୟ ଧୂଳିଧୂଆଁ ଦାଉରୁ ସୁରକ୍ଷା ମିଳିପାରିବ। ଆଖିକୁ ଥଣ୍ଡା ରଖିଲେ ରୋଗକୁ ନେଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହିଭଳି ଲକ୍ଷଣ ଥିବା ରୋଗୀଙ୍କୁ ଡାକ୍ତରୀ ଔଷଧ ଭାବରେ ଆଣ୍ଟିବାଓଟିକ୍‌ ଓ ଆଖି ଡ୍ରପ୍‌ ଔଷଧ ବ୍ୟବହାର କରିବାକୁ ଡାକ୍ତରମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଏ ସମ୍ପର୍କରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ରୋଗକୁ ନେଇ କୌଣସି ବ୍ୟସ୍ତତା ରହିବା ଦରକାର ନାହିଁ। ରୋଗ ଅତ୍ୟନ୍ତ କ୍ଷତିକାରକ ନୁହେଁ। ହେଲେ ରୋଗର ଲକ୍ଷଣ ଦେଖାଦେବା କ୍ଷଣି ଡାକ୍ତରୀ ପରାମର୍ଶ କରିବା ଜରୁରୀ। ଯଦିବା ଆଖି ଭଳି ଏକ ସୂକ୍ଷ୍ମ ଅଙ୍ଗ ସଂକ୍ରମିତ ହେଉଛି, ରୋଗୀଙ୍କୁ ଏଥିପ୍ରତି ଅଧିକ ଯତ୍ନବାନ୍‌ ରହିବାକୁ ପଡ଼ିବ। ସଫାସୁତୁରା ପ୍ରତି ଧ୍ୟାନଦେବାକୁ ହେବ। ପରିବାରରେ ଆଖିଧରା ରୋଗୀ ବ୍ୟବହାର କରୁଥିବା ବସ୍ତ୍ରକୁ ଅନ୍ୟ କେହି ବ୍ୟବହାର କରିବା ଅନୁଚିତ। ଆକ୍ରାନ୍ତ ବ୍ୟକ୍ତି ହାତକୁ ବାରମ୍ବାର ଧୋଇବା ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri