ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ ଏଭଳି ସମୟରେ ଏ ନେଇ କେତେକ ବିଷୟରେ ଜନସାଧାରଣ ଜାଣିବା ନିହାତି ଦରକାର। ବିଶେଷଭାବରେ ଆମ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଗତ କିଛିଦିନ ଧରି ୪୪ ଡିଗ୍ରୀରୁ ଅଧିକ ରହିବା ସହ ୪୬ ଡିଗ୍ରୀରେ ପହଞ୍ଚତ୍ ସାରିଲାଣି। ଏଥିଲାଗି ଜନସଚେତନତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ମଣିଷ ଶରୀର ଥଣ୍ଡା ଜଳବାୟକୁ ଯେପରି ସହ୍ୟ କରିପାରେ ଉତ୍ତପ୍ତ ଜଳବାୟୁକୁ ସେହି ପରିମାଣରେ ସହ୍ୟ କରିପାରେ ନାହିଁ। ଆମ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା(core temperature) ସାଧାରଣତଃ ୩୬-୩୭ ଡିଗ୍ରୀ ସେଲ୍‌ସିୟସ। ଅର୍ଥାତ୍‌ ଏହି ଉତ୍ତାପରେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ, ଏନ୍‌ଜାଇମ, ହରମୋନ, ରକ୍ତ ଉପାଦାନ ଓ ଅନ୍ୟାନ୍ୟ ଲବଣାଦି ଠିକ୍‌ ପ୍ରକାରେ କାମ କରିଥାଆନ୍ତି। ବାହାର ଉତ୍ତାପ ବୃଦ୍ଧି ପାଇଲେ ଆମ ଚର୍ମ ସହିତ ଆଭ୍ୟନ୍ତରୀଣ ଅଂଶରୁ ତାପ ହ୍ରାସ ହୁଏ ନାହିଁ। ଏହା ହ୍ରାସ ହେବା ପାଇଁ ଅଧିକ ଝାଳ ନିର୍ଗତ ହୁଏ ଓ ତାହା ସହିତ ଜଳ ଓ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯଥା-ସୋଡିୟମ, ପୋଟାସିୟମ, କ୍ଲୋରାଇଡ୍‌, ବାଇକାର୍ବୋନେଟ୍‌ ଇତ୍ୟାଦି କ୍ଷୟ ହୋଇଥାଏ। ସୋଡିୟମ ଆମର ବାହ୍ୟ କୋଷିକା ତରଳ ପଦାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପୋଟାସିୟମ ହୃଦଯନ୍ତ୍ର (ହାର୍ଟ)ର କାର୍ଯ୍ୟକାରିତା ପାଇଁ ଅପରିହାର୍ଯ୍ୟ।
ତେଣୁ ଜଳଶୁଷ୍କତା (dehy dration) ପାଇଁ ପାଣି ସହିତ ‘ଓଆର୍‌ଏସ୍‌’ ପିଇବା ଉଚିତ। ଏହା ପ୍ରାଣ ରକ୍ଷାକାରୀ। ସେହିପରି ସର୍ବଦା ଅତ୍ୟଧିକ ଖରାଠାରୁ ଦୂରେଇ ରହିବା ଉଚିତ। ଖରା ସହିତ ଜଳବାୟୁ ଅଧିକ ଜଳୀୟବାଷ୍ପଯୁକ୍ତ ହୋଇ ଗୁଳୁଗୁଳି ହେଲେ ତାହା ଅଧିକ କ୍ଷତିକାରକ ହୋଇଥାଏ।
ଆମ ଶରୀରର ତାପମାତ୍ରା ସାଧାରଣତଃ ମସ୍ତିଷ୍କର ନିମ୍ନ ଭାଗରେ ଥିବା ‘ହାଇପୋଥାଲାମସ୍‌’ (Hypothalamus) ନିୟନ୍ତ୍ରଣ କରିଥାଏ ଏବଂ ଏହାର ଉତ୍ତାପ ସମ୍ବେଦନଶୀଳ। ଅତ୍ୟଧିକ ଉତ୍ତାପ ବୃଦ୍ଧି ପାଇଲେ ଏହାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ସାଧାରଣତଃ ୩୭ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ତାତି ରହିଲେ ଶରୀରରେ ଉତ୍ତାପଜନିତ ଲକ୍ଷଣ ପ୍ରକାଶ ପାଇଥାଏ। ଯଦି ଏହି ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ହୁଏ, ତେବେ ତାହା ଶରୀର ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ଏଥିଯୋଗୁ ଆମେ ଆଉ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ସେପରି କେତେକ ପ୍ରମୁଖ ସମସ୍ୟା ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି।
ହିଟ୍‌ କ୍ରାମ୍ପ : ହିଟ୍‌ କ୍ରାମ୍ପ ସମସ୍ୟା ଦେଖାଦେଲେ ମାଂସପେଶୀରେ ଯନ୍ତ୍ରଣା, ଚାଲିବା ଓ କାମ କରିବାରେ କଷ୍ଟ ହୋଇଥାଏ। ଜଳ ସହିତ ସୋଡିୟମକ୍ଷମ ହେବା ଯୋଗୁ ଏପରି ହୋଇଥାଏ। ଏହି ସମୟରେ ଓଆର୍‌ଏସ୍‌ ଦ୍ରବଣ ଯଥେଷ୍ଟ ପରିମାଣରେ ପିଅନ୍ତୁ। ଏହାବ୍ୟତୀତ ଲେମ୍ବୁଲୁଣଯୁକ୍ତ ଥଣ୍ଡା ପାଣି ପିଅନ୍ତୁ ଏବଂ ଥଣ୍ଡା ସ୍ଥାନରେ ରୁହନ୍ତୁ। ତେବେ ଏଥିରୁ ଆରୋଗ୍ୟ ମିଳିଥାଏ।
ହିଟ୍‌ ସିଙ୍କୋପ୍‌ : ଅତ୍ୟଧିକ ଖରା ଯୋଗୁ କେତେକ ବ୍ୟକ୍ତି ଅଚେତ ହୋଇଯାଆନ୍ତି। ଏହାକୁ ‘ହିଟ୍‌ ସିଙ୍କୋପ୍‌’ କୁହାଯାଏ।
ହିଟ୍‌ ଏକଜର୍ସନ : ଏପରି ସମସ୍ୟା ୩୭ ଡିଗ୍ରୀ ସେଲ୍‌ସିୟସରୁ ୪୦ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ପରିଲକ୍ଷିତ ହୋଇଥାଏ। ଆମେ ଅତ୍ୟଧିକ ତାପଯୁକ୍ତ ପରିବେଶରେ ଦୀର୍ଘ ସମୟ ଧରି ରହି କାମ କଲେ ଏଭଳି ସମସ୍ୟା ଦେଖାଦେଇଥାଏ। ଏହାର ଚିକିତ୍ସା ପାଇଁ ଓଆର୍‌ଏସ୍‌ ସହିତ ଶିରା ମଧ୍ୟ ଦେଇ ‘ଆର୍‌ଏଲ’ କିମ୍ବା ‘ଡିଏନ୍‌ଏସ୍‌’ କିମ୍ବା ‘ଏନ୍‌ଏସ୍‌’ ଦିଆଯାଇଥାଏ। ସ୍ଥଳ ବିଶେଷରେ ପ୍ରଥମ ୨୪ ଘଣ୍ଟାରେ ୫ ଲିଟର ପର୍ଯ୍ୟନ୍ତ ସାଲାଇନ ଦରକାର ପଡିଥାଏ।
ଅଂଶୁଘାତ: ଅଂଶୁଘାତ(sun stroke/heat stroke) ହେଉଛି ସବୁଠାରୁ ଗୁରୁତର ତାତିଜନିତ ସମସ୍ୟା। ଏଥିଯୋଗୁ ମୁଣ୍ଡବ୍ୟଥା, ବାନ୍ତି, ମାଂସପେଶୀୟ ଯନ୍ତ୍ରଣା, ବାଚାଳତା, ଜଳଶୂନ୍ୟତା, ପରିସ୍ରା ହ୍ରାସ, ଶୁଷ୍କ ଚର୍ମ, କିଛି ଜାଣି ନ ପାରିବା, ପାଟି ଖନି ବାଜିଯିବା, ଅଚେତ ହୋଇଯିବା ଏପରିକି ସ୍ଥଳବିଶେଷରେ ଜୀବନହାନି ଘଟିଥାଏ। ଅଂଶୁଘାତ ଭଳି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ଆମେ ସତର୍କତା ଅବଲମ୍ବନ କରିବା ନିହାତି ଦରକାର। ତା’ସହ ଯଦି କେହି ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କୁ ପ୍ରଥମେ ଥଣ୍ଡା ଏବଂ ପବନ ଚଳପ୍ରଚନ ସ୍ଥାନକୁ ନେଇଯାଆନ୍ତୁ। କୁଲର କିମ୍ବା ଏସି ପରିବେଶରେ ରଖିଲେ ତାଙ୍କୁ ଟିକେ ଆରାମ ଲାଗିଥାଏ। ଯଦି ବାନ୍ତି ହେଉନି ତେବେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଓଆର୍‌ଏସ୍‌ ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ଅଂଶୁଘାତଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଜଳୀୟ ଅଂଶ ଧୀରେ ଧୀରେ ବୃଦ୍ଧି ପାଇଥାଏ। ଯଦି ସେହି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କଠାରେ ଜଳୀୟ ଶୁଷ୍କତା ଅତ୍ୟଧିକ ଦେଖାଦେଇଛି ଏବଂ ବାରମ୍ବାର ବାନ୍ତି ହେଉଛି ତେବେ ତୁରନ୍ତ ନିକଟସ୍ଥ ହସ୍‌ପିଟାଲକୁ ନେଇଯାଆନ୍ତୁ। ସେଠାରେ ଆର୍‌ଏଲ/ ଡିଏନ୍‌ଏସ୍‌/ ଏନ୍‌ଏସ୍‌ ସାଲାଇନ୍‌ ଦିଆଯାଇ ଚିକିତ୍ସା କରାଯାଇଥାଏ।
ବର୍ତ୍ତମାନ ଲଗାତର କିଛିଦିନ ହେବ ହାରାହାରି ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ରହୁଛି। ତେଣୁ ଏହି ସମୟରେ ଯଦି ଅତି ଜରୁରୀ କାମ ନାହିଁ ତେବେ ବାହାରକୁ ନ ଯିବା ଭଲ। ଯେଉଁମାନେ ତାତି ସମ୍ବେଦନଶୀଳ ନୁହନ୍ତି, ସେମାନଙ୍କୁ ଏହା ଅଧିକ ବାଧିଥାଏ। ବୃଦ୍ଧା-ବୃଦ୍ଧ, ଶିଶୁ, ଗର୍ଭବତୀ, ଗୁରୁତର ପୀଡିତ ରୋଗୀ, ଡାଇବେଟିସ୍‌, ହୃଦ୍‌ରୋଗୀମାନେ ସହଜରେ ତାତିଜନିତ ରୋଗର ଶିକାର ହୋଇଥାଆନ୍ତି। ତେଣୁ ଏ ନେଇ ସତର୍କତା ଅବଲମ୍ବନ କରିବା ଦରକାର।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri