ସହଚର ହେଲାଣି ବାତ୍ୟା, ବନ୍ୟା

ଯାଜପୁର ଅଫିସ,୨୦।୧୨: ରାଜ୍ୟର ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଏବଂ ଜଳ ପ୍ରଦୂଷଣ ମାତ୍ରା ଅଣାୟତ୍ତ ହେବାରେ ଲାଗିଛି। ଏଭଳିସ୍ଥଳେ ରାଜ୍ୟବାସୀ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଥର ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ହନ୍ତସନ୍ତ ହେଲେଣି। ଦିନକୁ ଦିନ ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ୁଛି। ଆଗାମୀ ଦିନରେ ଅଧିକରୁ ଅଧିକ ବାତ୍ୟା ଆଶଙ୍କା, ସମୁଦ୍ର ଜଳପତନରେ ବୃଦ୍ଧି, ଚରମ ମରୁଡ଼ି ପରିସ୍ଥିତି, ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ଅନିୟମିତ ବୃଷ୍ଟିପାତ ଆଦି ବିପତ୍ତି ଦେଖିବାକୁ ମିଳିପାରେ। ଏହି କଥା ପରିବେଶବିତ୍‌ ଚେତାଇ ଆସୁଥିଲାବେଳେ ଏବେ ସରକାର ତାହା କହୁଛନ୍ତି। ଗତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଭଳି ଚେତେଇ ଦେଇଛନ୍ତି। ପ୍ରଦୂଷଣ, ପ୍ରକୃତି ବିପରୀତ ଜୀବନଶୈଳୀ ହିଁ ପରିବେଶକୁ ସଙ୍କଟ ମଧ୍ୟକୁ ଠେଲି ଦେଉଛି। ସାରା ବିଶ୍ୱ ଏବେ ଘୋର ପ୍ରାକୃତିକ ବିପତ୍ତିର ସୂତାଖିଅରେ ଝୁଲୁଥିବାବେଳେ ଓଡ଼ିଶାବାସୀ ତା’ର ପରିଣାମ ଭୋଗିଲେଣି।
ଗୋଟିଏ ପଟେ ସରକାର ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ଘରୋଇ କମ୍ପାନୀଗୁଡ଼ିକୁ ପରିବେଶର ବିପର୍ଯ୍ୟୟ ନିମନ୍ତେ ବାଟ ପ୍ରସ୍ତୁତ କରାଯାଉଛି, ଏଥିରେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଆଦି ସରକାରୀ କଳ ଭାଗୀଦାରି ସାଜୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କେତେଜଣ ଅଧିକାରୀ ଶିଳ୍ପ ଓ ଖଣି କମ୍ପାନୀଠାରୁ ମାସିକ ଚାନ୍ଦା ନେଉଥିବା ସଂକ୍ରାନ୍ତରେ ନିକଟରେ ଏକ ଖଣି କମ୍ପାନୀର ଇ-ମେଲ୍‌ ଆଦାନପ୍ରଦାନରୁ ସ୍ପଷ୍ଟ ହୋଇସାରିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ରିପୋର୍ଟ ଆଧାରରେ ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ପାରାଦୀପ, ତାଳଚେର, ଅନୁଗୋଳ, ସମ୍ବଲପୁର ରହିଛି। ୨୦୨୦ ଜାନୁୟାରୀରେ ଗ୍ରୀନ୍‌ପିସ୍‌ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶର ୧୦୦ ପ୍ରଦୂଷିତ ସହର ମଧ୍ୟରେ ପାରାଦୀପ ୭୯ତମ ସ୍ଥାନରେ ରହିଥିବାବେଳେ କଳିଙ୍ଗନଗର ୮୪, ରାଉରକେଲା ୮୫, କଟକ ୮୮ ଓ ତାଳଚେର ୯୩ ତମ ସ୍ଥାନରେ ରହିଥିଲା।
ଏସ୍‌ପିସିବି ପକ୍ଷରୁ ଗତ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଦାଖଲ ରିପୋର୍ଟରେ କଳିଙ୍ଗନଗର, ତାଳଚେର, ରାଜଗାଙ୍ଗପୁର ଓ ରାଉରକେଲାରେ ବାୟୁରେ ପାର୍ଟିକୁଲେଟ୍‌ ମେଟର ବା ପିଏମ୍‌(୧୦) ମାତ୍ରା ଅନୁମତିଯୋଗ୍ୟଠାରୁ ଅଧିକ ରହିଛି। ତେବେ ସଲ୍‌ଫର ଡାଏଅକ୍ସାଇଡ(ଏସ୍‌ଓ୨), ନାଇଟ୍ରୋଜେନ୍‌ ଅକ୍ସାଇଡ(ଏନ୍‌ଓ୨) ଓ ପିଏମ୍‌୨.୫(ଫାଇନ୍‌ ପାର୍ଟିକୁଲେଟ ମେଟର) ମାତ୍ରା ଅନୁମତିଯୋଗ୍ୟ ସ୍ତରରେ ରହିଥିବା ଦର୍ଶାଯାଇଛି। ସବୁଜ ଗୃହ ବାଷ୍ପ ନିରାକରଣ, କାର୍ବନ ଫୁଟପ୍ରିଣ୍ଟ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯେତେସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସବୁଥିରେ ଅନିୟମିତତା ହେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ନିମ୍ନମାନର ଯନ୍ତ୍ରପାତି ସ୍ଥାପନ, ରିପୋର୍ଟରେ ରଫାଦଫା, କେତେକ ଶିଳ୍ପ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ, ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ବାହାରେ ବର୍ଜ୍ୟଜଳ ଛଡାଯିବା, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ନ କରିବା ଆଦି ଅଭିଯୋଗ ସାଧାରଣ କଥା ହୋଇଛି। ଏହିସବୁ କାରଣରୁ ଜଳବାୟୁ ପରିବର୍ତ୍ତନ ଘଟି ରାଜ୍ୟର ପ୍ରାୟତଃ ଉପକୂଳ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସହଚର ହେବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri