କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି ଜଳବାୟୁ ବିପଦ ମୂଲ୍ୟାୟନ ରିପୋର୍ଟରେ ସତର୍କ କରିଦିଆଯାଇଛି। ଏହାର ପ୍ରଶମନ ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଦୁଇଟି ଆଇଆଇଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି।

ବେଙ୍ଗାଲୁରୁର ସେଣ୍ଟର ଫର୍‌ ଷ୍ଟୁଡି ଅଫ୍‌ ସାଇନ୍ସ, ଟେକ୍‌ନୋଲୋଜି ଆଣ୍ଡ ପଲିସି (ସିଏସ୍‌ଟିଇପି) ସହାୟତାରେ ଗୁଆହାଟୀ ଏବଂ ମଣ୍ଡିର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ‘ଭାରତ ପାଇଁ ଜିଲାସ୍ତରୀୟ ଜଳବାୟୁ ବିପଦ ମୂଲ୍ୟାୟନ: ଆଇପିସିସି ରୂପରେଖ ବ୍ୟବହାର କରି ବନ୍ୟା ଓ ମରୁଡ଼ି ବିପଦ ପ୍ରତିଚିତ୍ରଣ’ ନାମରେ ଏହି ରିପୋର୍ଟରେ ଦେଶର ୫୧ ଜିଲା ପ୍ରତି ଅତ୍ୟଧିକ ବନ୍ୟା ବିପଦ ରହିଥିବା ଆକଳନ କରାଯାଇଥିବାବେଳେ ୧୧୮ ଜିଲାକୁ ଅଧିକ ବିପଦ ବର୍ଗରେ ରଖାଯାଇଛି। ଓଡ଼ିଶା ସମେତ ଆସାମ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ-କଶ୍ମୀର ବିପଦପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ରହିଛନ୍ତି। ୯୧ ଜିଲାକୁ ଅତ୍ୟଧିକ ମରୁଡ଼ି ବିପଦ ରହିଥିବାବେଳେ ୧୮୮ ଜିଲାକୁ ଅଧିକ ମରୁଡ଼ି ଆଶଙ୍କା ଥିବା ଅଞ୍ଚଳ ବର୍ଗରେ ରଖାଯାଇଛି। ସେଥିରେ ମୁଖ୍ୟତଃ ବିହାର, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ମହାରାଷ୍ଟ୍ର ରହିଛନ୍ତି। ସେଥିରୁ ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ମୋଟ ୧୧ଟି ଜିଲା ଉଭୟ ବନ୍ୟା ଏବଂ ମରୁଡ଼ି ପାଇଁ ସର୍ବାଧିକ ବିପଦପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଭାରତର କୃଷକ ସମାଜ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଅନାବୃଷ୍ଟି ଏବଂ ଅତ୍ୟଧିକ ବୃଷ୍ଟିପାତ ସ୍ଥିତିକୁ ଗମ୍ଭୀର କରିଛି। ରିପୋର୍ଟରେ ମୋଟ ୬୦୦ ଜିଲାର ବିସ୍ତୃତ ବିପଦ ଆକଳନ ପ୍ରଦାନ କରାଯିବା ସହ ଏହାର ପ୍ରଭାବଶାଳୀ ପ୍ରଶମନ ରଣନୀତି ନିମନ୍ତେ ମୂଲ୍ୟବାନ ପରାମର୍ଶ ଦିଆଯାଇଥିବା ଆଇଆଇଟି ଗୁଆହାଟୀର ନିର୍ଦ୍ଦେଶକ ଦେବେନ୍ଦ୍ର ଜଲିହାଲ୍‌ କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠୁ ଭୟଙ୍କର ଚ୍ୟାଲେଞ୍ଜ, ଯାହା କୃଷି ଏବଂ ଜୀବନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଛି। କୌଣସି ଗୋଟିଏ ସଂସ୍ଥା ଏକାକୀ ଏହାର ମୁକାବିଲା କରିପାରିବ ନାହିଁ। ତେଣୁ ଏଥିପାଇଁ ସାମୂହିକ ଏବଂ ଅଭିନବ ଢାଞ୍ଚାର ଆବଶ୍ୟକତା ରହିଛି। ଏହି ରିପୋର୍ଟ ଜରିଆରେ ଆମେ ବିପଦଗୁଡ଼ିକୁ ଚିହ୍ନଟକରି ସେଠାର ଜନସାଧାରଣ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ମୁକାବିଲା କରିପାରିବା ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସାଇଣ୍ଟିଫିକ୍‌ ଡିଭିଜନ ମୁଖ୍ୟ ଅନୀତା ଗୁପ୍ତା କହିଛନ୍ତି। ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ କାର୍ଯ୍ୟରେ ରୂପାନ୍ତର କରିବା ଜରୁରୀ ଏବଂ ଏଥିରେ ଦିଆଯାଇଥିବା ପରାମର୍ଶକୁ ଜାତୀୟ ଏବଂ ରାଜ୍ୟ ସ୍ତରରେ ପ୍ରତ୍ୟେକ ଅଂଶୀଦାରଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଭାରତ ଏକ ସନ୍ତୁଳିତ ଅନୁକୂଳନ ଏବଂ ପ୍ରଶମନ ରଣନୀତି ସହ ସ୍ବଚ୍ଛ, ସବୁଜ ତଥା ଜଳବାୟୁ ସହଣୀୟ ଭବିଷ୍ୟତ ହାସଲ ଦିଗରେ ବଢ଼ୁଥିବାରୁ ଏହା ଆରମ୍ଭ ମାତ୍ର। ଆମେ ଏକାଠି ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନେଟ୍‌ ଜିରୋ ଭାରତ ଲକ୍ଷ୍ୟକୁ ଅଧିକ ତ୍ୱରାନ୍ବିତ କରିପାରିବା ବୋଲି ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri