କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି ଜଳବାୟୁ ବିପଦ ମୂଲ୍ୟାୟନ ରିପୋର୍ଟରେ ସତର୍କ କରିଦିଆଯାଇଛି। ଏହାର ପ୍ରଶମନ ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଦୁଇଟି ଆଇଆଇଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି।

ବେଙ୍ଗାଲୁରୁର ସେଣ୍ଟର ଫର୍‌ ଷ୍ଟୁଡି ଅଫ୍‌ ସାଇନ୍ସ, ଟେକ୍‌ନୋଲୋଜି ଆଣ୍ଡ ପଲିସି (ସିଏସ୍‌ଟିଇପି) ସହାୟତାରେ ଗୁଆହାଟୀ ଏବଂ ମଣ୍ଡିର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ‘ଭାରତ ପାଇଁ ଜିଲାସ୍ତରୀୟ ଜଳବାୟୁ ବିପଦ ମୂଲ୍ୟାୟନ: ଆଇପିସିସି ରୂପରେଖ ବ୍ୟବହାର କରି ବନ୍ୟା ଓ ମରୁଡ଼ି ବିପଦ ପ୍ରତିଚିତ୍ରଣ’ ନାମରେ ଏହି ରିପୋର୍ଟରେ ଦେଶର ୫୧ ଜିଲା ପ୍ରତି ଅତ୍ୟଧିକ ବନ୍ୟା ବିପଦ ରହିଥିବା ଆକଳନ କରାଯାଇଥିବାବେଳେ ୧୧୮ ଜିଲାକୁ ଅଧିକ ବିପଦ ବର୍ଗରେ ରଖାଯାଇଛି। ଓଡ଼ିଶା ସମେତ ଆସାମ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ-କଶ୍ମୀର ବିପଦପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ରହିଛନ୍ତି। ୯୧ ଜିଲାକୁ ଅତ୍ୟଧିକ ମରୁଡ଼ି ବିପଦ ରହିଥିବାବେଳେ ୧୮୮ ଜିଲାକୁ ଅଧିକ ମରୁଡ଼ି ଆଶଙ୍କା ଥିବା ଅଞ୍ଚଳ ବର୍ଗରେ ରଖାଯାଇଛି। ସେଥିରେ ମୁଖ୍ୟତଃ ବିହାର, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ମହାରାଷ୍ଟ୍ର ରହିଛନ୍ତି। ସେଥିରୁ ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ମୋଟ ୧୧ଟି ଜିଲା ଉଭୟ ବନ୍ୟା ଏବଂ ମରୁଡ଼ି ପାଇଁ ସର୍ବାଧିକ ବିପଦପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଭାରତର କୃଷକ ସମାଜ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଅନାବୃଷ୍ଟି ଏବଂ ଅତ୍ୟଧିକ ବୃଷ୍ଟିପାତ ସ୍ଥିତିକୁ ଗମ୍ଭୀର କରିଛି। ରିପୋର୍ଟରେ ମୋଟ ୬୦୦ ଜିଲାର ବିସ୍ତୃତ ବିପଦ ଆକଳନ ପ୍ରଦାନ କରାଯିବା ସହ ଏହାର ପ୍ରଭାବଶାଳୀ ପ୍ରଶମନ ରଣନୀତି ନିମନ୍ତେ ମୂଲ୍ୟବାନ ପରାମର୍ଶ ଦିଆଯାଇଥିବା ଆଇଆଇଟି ଗୁଆହାଟୀର ନିର୍ଦ୍ଦେଶକ ଦେବେନ୍ଦ୍ର ଜଲିହାଲ୍‌ କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠୁ ଭୟଙ୍କର ଚ୍ୟାଲେଞ୍ଜ, ଯାହା କୃଷି ଏବଂ ଜୀବନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଛି। କୌଣସି ଗୋଟିଏ ସଂସ୍ଥା ଏକାକୀ ଏହାର ମୁକାବିଲା କରିପାରିବ ନାହିଁ। ତେଣୁ ଏଥିପାଇଁ ସାମୂହିକ ଏବଂ ଅଭିନବ ଢାଞ୍ଚାର ଆବଶ୍ୟକତା ରହିଛି। ଏହି ରିପୋର୍ଟ ଜରିଆରେ ଆମେ ବିପଦଗୁଡ଼ିକୁ ଚିହ୍ନଟକରି ସେଠାର ଜନସାଧାରଣ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ମୁକାବିଲା କରିପାରିବା ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସାଇଣ୍ଟିଫିକ୍‌ ଡିଭିଜନ ମୁଖ୍ୟ ଅନୀତା ଗୁପ୍ତା କହିଛନ୍ତି। ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ କାର୍ଯ୍ୟରେ ରୂପାନ୍ତର କରିବା ଜରୁରୀ ଏବଂ ଏଥିରେ ଦିଆଯାଇଥିବା ପରାମର୍ଶକୁ ଜାତୀୟ ଏବଂ ରାଜ୍ୟ ସ୍ତରରେ ପ୍ରତ୍ୟେକ ଅଂଶୀଦାରଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଭାରତ ଏକ ସନ୍ତୁଳିତ ଅନୁକୂଳନ ଏବଂ ପ୍ରଶମନ ରଣନୀତି ସହ ସ୍ବଚ୍ଛ, ସବୁଜ ତଥା ଜଳବାୟୁ ସହଣୀୟ ଭବିଷ୍ୟତ ହାସଲ ଦିଗରେ ବଢ଼ୁଥିବାରୁ ଏହା ଆରମ୍ଭ ମାତ୍ର। ଆମେ ଏକାଠି ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନେଟ୍‌ ଜିରୋ ଭାରତ ଲକ୍ଷ୍ୟକୁ ଅଧିକ ତ୍ୱରାନ୍ବିତ କରିପାରିବା ବୋଲି ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri