ଘାରିଲାଣି ଅର୍ଥଚିନ୍ତା: ନଭେମ୍ବରରେ ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): କୋଭିଡ୍‌-୧୯ କେବଳ ସ୍ବାସ୍ଥ୍ୟ ନୁହେଁ ଅର୍ଥନୀତିକୁ ମଧ୍ୟ ଉଜାଡି ଦେଇଛି। ରାଜ୍ୟର ଆର୍ଥିକ ଅବସ୍ଥା ଗୁରୁତର ସଙ୍କଟ ଦେଇ ଗତିକରୁଛି। ରାଜସ୍ବ ଆଦାୟ କମିବା ଯୋଗୁ ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ କମିବା ଜଳ ଜଳ ଦିଶିଲାଣି। ଏଭିଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର କଠୋର ବିତ୍ତୀୟ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ଫେବୃୟାରୀ ୧୮ରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହୋଇଥିବା ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ନୂତନ ଓଡ଼ିଶାର ପରିକଳ୍ପନା କରିଥିଲେ। କରୋନା ଏହାକୁ ଏକ ପ୍ରକାର ଧୂଳିସାତ୍‌ କରିଦେଇଛି। ଚଳିତ ଆର୍ଥିକ ବର୍ଷରେ କେବଳ ସ୍ବାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ପ୍ରଶାସନିକ ଖର୍ଚ୍ଚ ମେଣ୍ଟାଇବା ଉପରେ ସରକାର ଗୁରୁତ୍ୱ ଦେବେ। କେନ୍ଦ୍ରୀୟ ଅନୁଦାନ ଆଶା କ୍ଷିଣ ଥିବାରୁ ରାଜ୍ୟ ସରକାର ସମସ୍ତ ଆର୍ଥିକ ବୋଝ ନିଜେ ବୋହିବେ।

ଏହି ଲକ୍ଷ୍ୟ ନେଇ ନଭେମ୍ବରରେ ୨୦୨୦-୨୧ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଅନଲାଇନ୍‌ ଜରିଆରେ ଅତିରିକ୍ତ ବ୍ୟୟବରାଦ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖିଛି। କରୋନା ମୁକାବିଲା ସହ ଅତ୍ୟନ୍ତ ଜରୁରୀ ଖର୍ଚ୍ଚ ପାଇଁ ପ୍ରସ୍ତାବ ଦେବାକୁ ବିଭାଗଗୁଡିକୁ କୁହାଯାଇଛି। ଚଳିତ ଅତିରିକ୍ତ ବଜେଟରେ ପ୍ରଶାସନିକ ଖର୍ଚ୍ଚ, ଚାଲୁ ରହିଥିବା କାର୍ଯ୍ୟକ୍ରମ ଏବଂ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଅର୍ଥ ଭରଣା ପାଇଁ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, କୃଷି କ୍ଷେତ୍ର , ନିଯୁକ୍ତି ସୃଷ୍ଟି ଆଦି ବିଭିନ୍ନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ। ରାଜ୍ୟ ସରକାର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏସବୁ ପାଇଁ ବିଭାଗଗୁଡିକୁ ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦିଆଯିବ। ଅତିରିକ୍ତ ବଜେଟର ଓଡ଼ିଶା ବିପର୍ଯ୍ୟୟ ପାଣ୍ଠି (ଓସିଏଫ୍‌)କୁ ଆଗୁଆ ଅର୍ଥ ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ ଓସିଏଫ୍‌ ପାଇଁ କେବଳ ବକେୟା ଅର୍ଥ ପ୍ରଦାନ ଲାଗି ବିଭାଗ ପ୍ରସ୍ତାବ ଦେଇ ପାରିବେ। ଏଥିପାଇଁ ସମ୍ପୃକ୍ତ ବିଭାଗ ଓସିଏଫ୍‌ର ବକେୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ। ଓଡିଶା ସଂଶୋଧିତ ଦରମା ରୁଲ-୨୦୧୭ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ନିମନ୍ତେ ବିଭାଗଗୁଡିକ ପ୍ରସ୍ତାବ ଦେଇପାରିବେ। ଏହାଛଡା ଘରଭଡା, ବିଦ୍ୟୁତ୍‌, ପାଣି ବିଲ୍‌ ଏବଂ ପୌରସଂସ୍ଥାଗୁଡିକର ବକେୟା ଇତ୍ୟାଦି ପାଇଁ ଅତିରିକ୍ତ ବଜେଟରେ ପ୍ରସ୍ତାବ ଦେବାକୁ କୁହାଯାଇଛି। ବଜେଟ ପୂର୍ବରୁ ଅନେକ କାର୍ଯ୍ୟ ଆଗୁଆ କରାଯାଇଛି। ସେଥିପାଇଁ ଉକ୍ତ ବଜେଟରେ ପ୍ରସ୍ତାବ ଦିଆଯାଇ ପାରିବ। ଅଦାଲତଙ୍କ ନିର୍ଦ୍ଦେଶରେ ପୈଠ କରିବାକୁ ଥିବା ବକେୟା ଅର୍ଥ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ଲାଗି ଆସନ୍ତା ବଜେଟରେ ଅର୍ଥ ବରାଦ କରାଯିବ। ଏଥିସହିତ ଜରୁରୀ କ୍ଷେତ୍ରଗୁଡିକ ପାଇଁ ଆବଶ୍ୟକ ହେଉଥିବା ଆଗୁଆ ଅର୍ଥ ଲାଗି ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗ ନୂତନ ସ୍କିମ ପାଇଁ ପ୍ରସ୍ତାବ ଦେଇପାରିବେ ନାହିଁ। ଯଦି କୌଣସି ନୂତନ ସ୍କିମ୍‌ର ଜରୁରୀ ଆବଶ୍ୟକତା ଥିବ ତେବେ ସେଥିପାଇଁ ଅର୍ଥ ବିଭାଗର ଅନୁମତି ନେଇ ପ୍ରସ୍ତାବ ଦେବାକୁ କୁହାଯାଇଛି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା(ସିଏସ୍‌ପି) ପାଇଁ ଯଦି କେନ୍ଦ୍ର ସରକାର ନିଜ ଅଂଶଧନ ଅଧିକ ଦେଇଥିବେ ତେବେ ରାଜ୍ୟ ଅଂଶଧନ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସକାଶେ ପ୍ରସ୍ତାବ ଦେବାକୁ କୁହାଯାଇଛି। ସମସ୍ତ ବିଭାଗ ବାସ୍ତବ ଖର୍ଚ୍ଚକୁ ଆକଳନ କରି ଅତିରିକ୍ତ ବଜେଟରେ ବ୍ୟୟବରାଦ ପାଇଁ ପ୍ରସ୍ତାବ ଦେବେ। ଏହାଦ୍ୱାରା ସମ୍ବଳକୁ ଉଚିତ  ମାର୍ଗରେ ବିନିଯୋଗ କରାଯାଇ ପାରିବ। ଯଦି କୌଣସି ବିଭାଗର ଅଧିକାରୀ ଅର୍ଥ ବିଭାଗର ଗାଇଡ୍‌ଲାଇନକୁ ଉଲ୍ଲଂଘନ କରି ପ୍ରସ୍ତାବ ଦେବେ ତେବେ ସେମାନଙ୍କ ବିରୋଧରେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା(ଏଫ୍‌ବିଆର୍‌ଏମ୍‌) ଆଇନ ଅନୁଯାୟୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ପ୍ରସ୍ତାବଗୁଡିକ କଣ୍ଟ୍ରୋଲିଂ ଅଫିସର ଇଣ୍ଟିଗ୍ରେଟେଡ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ପ୍ଲାଟ୍‌ଫର୍ମ ଜରିଆରେ ପ୍ରଶାସନିକ ବିଭାଗଗୁଡିକୁ ପ୍ରଦାନ କରିବେ। ପ୍ରଶାସନିକ ବିଭାଗ ଏହି ପ୍ରସ୍ତାବକୁ ଭଲ ଭାବେ ତଦାରଖ କରିବା ପରେ ଅର୍ଥ ବିଭାଗ ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି। ସମସ୍ତ ପ୍ରସ୍ତାବ କେବଳ ଅନଲାଇନ ଜରିଆରେ ପ୍ରଦାନ କରାଯିବ। ବିଭାଗଗୁଡିକରେ ଯେପରି କୌଣସି ଅର୍ଥ ପଡି ନ ରହିବ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri