ଘାରିଲାଣି ଅର୍ଥଚିନ୍ତା: ନଭେମ୍ବରରେ ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): କୋଭିଡ୍‌-୧୯ କେବଳ ସ୍ବାସ୍ଥ୍ୟ ନୁହେଁ ଅର୍ଥନୀତିକୁ ମଧ୍ୟ ଉଜାଡି ଦେଇଛି। ରାଜ୍ୟର ଆର୍ଥିକ ଅବସ୍ଥା ଗୁରୁତର ସଙ୍କଟ ଦେଇ ଗତିକରୁଛି। ରାଜସ୍ବ ଆଦାୟ କମିବା ଯୋଗୁ ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ କମିବା ଜଳ ଜଳ ଦିଶିଲାଣି। ଏଭିଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର କଠୋର ବିତ୍ତୀୟ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ଫେବୃୟାରୀ ୧୮ରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହୋଇଥିବା ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ନୂତନ ଓଡ଼ିଶାର ପରିକଳ୍ପନା କରିଥିଲେ। କରୋନା ଏହାକୁ ଏକ ପ୍ରକାର ଧୂଳିସାତ୍‌ କରିଦେଇଛି। ଚଳିତ ଆର୍ଥିକ ବର୍ଷରେ କେବଳ ସ୍ବାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ପ୍ରଶାସନିକ ଖର୍ଚ୍ଚ ମେଣ୍ଟାଇବା ଉପରେ ସରକାର ଗୁରୁତ୍ୱ ଦେବେ। କେନ୍ଦ୍ରୀୟ ଅନୁଦାନ ଆଶା କ୍ଷିଣ ଥିବାରୁ ରାଜ୍ୟ ସରକାର ସମସ୍ତ ଆର୍ଥିକ ବୋଝ ନିଜେ ବୋହିବେ।

ଏହି ଲକ୍ଷ୍ୟ ନେଇ ନଭେମ୍ବରରେ ୨୦୨୦-୨୧ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଅନଲାଇନ୍‌ ଜରିଆରେ ଅତିରିକ୍ତ ବ୍ୟୟବରାଦ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖିଛି। କରୋନା ମୁକାବିଲା ସହ ଅତ୍ୟନ୍ତ ଜରୁରୀ ଖର୍ଚ୍ଚ ପାଇଁ ପ୍ରସ୍ତାବ ଦେବାକୁ ବିଭାଗଗୁଡିକୁ କୁହାଯାଇଛି। ଚଳିତ ଅତିରିକ୍ତ ବଜେଟରେ ପ୍ରଶାସନିକ ଖର୍ଚ୍ଚ, ଚାଲୁ ରହିଥିବା କାର୍ଯ୍ୟକ୍ରମ ଏବଂ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଅର୍ଥ ଭରଣା ପାଇଁ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, କୃଷି କ୍ଷେତ୍ର , ନିଯୁକ୍ତି ସୃଷ୍ଟି ଆଦି ବିଭିନ୍ନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ। ରାଜ୍ୟ ସରକାର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏସବୁ ପାଇଁ ବିଭାଗଗୁଡିକୁ ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦିଆଯିବ। ଅତିରିକ୍ତ ବଜେଟର ଓଡ଼ିଶା ବିପର୍ଯ୍ୟୟ ପାଣ୍ଠି (ଓସିଏଫ୍‌)କୁ ଆଗୁଆ ଅର୍ଥ ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ ଓସିଏଫ୍‌ ପାଇଁ କେବଳ ବକେୟା ଅର୍ଥ ପ୍ରଦାନ ଲାଗି ବିଭାଗ ପ୍ରସ୍ତାବ ଦେଇ ପାରିବେ। ଏଥିପାଇଁ ସମ୍ପୃକ୍ତ ବିଭାଗ ଓସିଏଫ୍‌ର ବକେୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ। ଓଡିଶା ସଂଶୋଧିତ ଦରମା ରୁଲ-୨୦୧୭ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ନିମନ୍ତେ ବିଭାଗଗୁଡିକ ପ୍ରସ୍ତାବ ଦେଇପାରିବେ। ଏହାଛଡା ଘରଭଡା, ବିଦ୍ୟୁତ୍‌, ପାଣି ବିଲ୍‌ ଏବଂ ପୌରସଂସ୍ଥାଗୁଡିକର ବକେୟା ଇତ୍ୟାଦି ପାଇଁ ଅତିରିକ୍ତ ବଜେଟରେ ପ୍ରସ୍ତାବ ଦେବାକୁ କୁହାଯାଇଛି। ବଜେଟ ପୂର୍ବରୁ ଅନେକ କାର୍ଯ୍ୟ ଆଗୁଆ କରାଯାଇଛି। ସେଥିପାଇଁ ଉକ୍ତ ବଜେଟରେ ପ୍ରସ୍ତାବ ଦିଆଯାଇ ପାରିବ। ଅଦାଲତଙ୍କ ନିର୍ଦ୍ଦେଶରେ ପୈଠ କରିବାକୁ ଥିବା ବକେୟା ଅର୍ଥ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ଲାଗି ଆସନ୍ତା ବଜେଟରେ ଅର୍ଥ ବରାଦ କରାଯିବ। ଏଥିସହିତ ଜରୁରୀ କ୍ଷେତ୍ରଗୁଡିକ ପାଇଁ ଆବଶ୍ୟକ ହେଉଥିବା ଆଗୁଆ ଅର୍ଥ ଲାଗି ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗ ନୂତନ ସ୍କିମ ପାଇଁ ପ୍ରସ୍ତାବ ଦେଇପାରିବେ ନାହିଁ। ଯଦି କୌଣସି ନୂତନ ସ୍କିମ୍‌ର ଜରୁରୀ ଆବଶ୍ୟକତା ଥିବ ତେବେ ସେଥିପାଇଁ ଅର୍ଥ ବିଭାଗର ଅନୁମତି ନେଇ ପ୍ରସ୍ତାବ ଦେବାକୁ କୁହାଯାଇଛି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା(ସିଏସ୍‌ପି) ପାଇଁ ଯଦି କେନ୍ଦ୍ର ସରକାର ନିଜ ଅଂଶଧନ ଅଧିକ ଦେଇଥିବେ ତେବେ ରାଜ୍ୟ ଅଂଶଧନ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସକାଶେ ପ୍ରସ୍ତାବ ଦେବାକୁ କୁହାଯାଇଛି। ସମସ୍ତ ବିଭାଗ ବାସ୍ତବ ଖର୍ଚ୍ଚକୁ ଆକଳନ କରି ଅତିରିକ୍ତ ବଜେଟରେ ବ୍ୟୟବରାଦ ପାଇଁ ପ୍ରସ୍ତାବ ଦେବେ। ଏହାଦ୍ୱାରା ସମ୍ବଳକୁ ଉଚିତ  ମାର୍ଗରେ ବିନିଯୋଗ କରାଯାଇ ପାରିବ। ଯଦି କୌଣସି ବିଭାଗର ଅଧିକାରୀ ଅର୍ଥ ବିଭାଗର ଗାଇଡ୍‌ଲାଇନକୁ ଉଲ୍ଲଂଘନ କରି ପ୍ରସ୍ତାବ ଦେବେ ତେବେ ସେମାନଙ୍କ ବିରୋଧରେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା(ଏଫ୍‌ବିଆର୍‌ଏମ୍‌) ଆଇନ ଅନୁଯାୟୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ପ୍ରସ୍ତାବଗୁଡିକ କଣ୍ଟ୍ରୋଲିଂ ଅଫିସର ଇଣ୍ଟିଗ୍ରେଟେଡ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ପ୍ଲାଟ୍‌ଫର୍ମ ଜରିଆରେ ପ୍ରଶାସନିକ ବିଭାଗଗୁଡିକୁ ପ୍ରଦାନ କରିବେ। ପ୍ରଶାସନିକ ବିଭାଗ ଏହି ପ୍ରସ୍ତାବକୁ ଭଲ ଭାବେ ତଦାରଖ କରିବା ପରେ ଅର୍ଥ ବିଭାଗ ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି। ସମସ୍ତ ପ୍ରସ୍ତାବ କେବଳ ଅନଲାଇନ ଜରିଆରେ ପ୍ରଦାନ କରାଯିବ। ବିଭାଗଗୁଡିକରେ ଯେପରି କୌଣସି ଅର୍ଥ ପଡି ନ ରହିବ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri