ମୋରଡ଼ା,୯ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଅବକାରୀ ବିଭାଗ କପୋଇ ଏବଂ ଅଙ୍ଗାରିଆ ଗ୍ରାମରେ ଚଢ଼ାଉ କରି ମୋଟ ୫୩ ଲିଟର ଦେଶୀ ମଦ ଜବତ କରିବା ସହିତ ଖୁଣ୍ଟିଆ ମୁର୍ମୁ, ଗଣେଶ ମହାନ୍ତ ଓ଼ ରାଜୀବ କୁମାର ମହାନ୍ତଙ୍କୁ ଗିରଫ କରିଛି। ଏନେଇ ଅବକାରୀ ଥାନାରେ ୧୦୧, ୧୦୨, ୧୦୩/୨୫ରେ ମାମଲା ରୁଜୁ ହୋଇଛି । ସେହିପରି ମାକୁନ୍ଦ ଗ୍ରାମରେ ଚଢ଼ାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହିତ ସୁମତି ସିଂଙ୍କୁ ଗିରଫ କରିଛି ବିଭାଗ ଏନେଇ ୧୦୪/୨୫ରେ ମାମଲା ରୁଜୁ ହୋଇଛି ।


