ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ

ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍‌ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାୟଗଡା ଜିଲା ଗୁଣପୁର ଏନଏସିର ସରୋଜ ଲିମା ଏବଂ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ବେଣୁଗୋପାଳ ବେହେରା। ସେମାନଙ୍କଠାରୁ ଏକ କାର୍‌, ମୋବାଇଲ, ସିମ ଓ ରେଜିଷ୍ଟର ଜବତ କରାଯାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ଟିଟିଲାଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି।

ଏସ୍‌ଡିପିଓ କୁମ୍ଭାରଙ୍କ ସୂଚନା ଅନୁସାରେ ବଲାଙ୍ଗୀର ଓଏସ୍‌ଆରଟିସି ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ ରଞ୍ଜନ ମିଶ୍ର ଜିଲାରେ ଲକ୍ଷ୍ମୀ ବସ୍‌ରେ କଣ୍ଡକ୍ଟର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ମଗାଯାଉଥିବା ନେଇ ଟିଟିଲାଗଡ ଥାନାରେ ଗତ ୧ତାରିଖରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଏସ୍‌ଡିପିଓ କୁମ୍ଭାର, ଥାନା ଆଇଆଇସି ସାହୁ, ଏସଆଇ କେ.କେ. ଜାନୀ, ଏଏସଆଇ ଏସ.ସାହୁ, ବି.ଡି.ଭୋଇ, ଟି.ଭୁମିଆଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଥିଲା।

ତଦନ୍ତରୁ ଅଭିଯୁକ୍ତ ସରୋଜ ଲିମା ନିଜକୁ ସଞ୍ଜୟ ନାୟକ ଭାବେ ନିଜ ପରିଚୟ ଦେଇ କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ରମେଶ ବେହେରାଙ୍କ ସହାୟତାରେ ଆଶାୟୀଙ୍କ ପିଛା ୨୫ହଜାର ଟଙ୍କା ଏବଂ କାଗଜାତ ଦାଖଲ କରିବାକୁ କହିଥିଲେ। ଗତ ୩୧ ତାରିଖରେ ସରୋଜ ବଲାଙ୍ଗୀର ସହରର ଜଗର୍ସ ପାର୍କକୁ ନିଯୁକ୍ତି ଆଶାୟୀଙ୍କୁ ଜଣ ପିଛା ୨୫ ହଜାର ଟଙ୍କା ଧରି ଆସିବାକୁ କହିଥିଲେ। ତେବେ କେତେକ ଗଣମାଧ୍ୟମ ପ୍ରତିନିଧି ଜଗର୍ସ ପାର୍କରେ ଏଭଳି ଭିଡ ନେଇ ପ୍ରଶ୍ନ ପଚାରିବା ସହ ନିଯୁକ୍ତି ଆଶାୟୀ ଭିଡିଓ ଚିତ୍ର ଉତ୍ତୋଳନ କରିବାରୁ ସରୋଜ ସେଠାରୁ ଖସି ପଳାଇଥିଲେ। ଗିରଫ ୨ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠଇ ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ କୁମ୍ଭାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri