Posted inଜାତୀୟ

ସୁଷମା ସ୍ବରାଜଙ୍କ ପରେ ଏସ୍‌.ଜୟଶଙ୍କର: ବୈଦେଶିକ ମନ୍ତ୍ରୀ ଭାବେ ଯିଏ ବଦଳାଇଛନ୍ତି ଭାରତର ଭାବମୂର୍ତ୍ତି…

ନୂଆଦିଲ୍ଲୀ,୨୭।୯: ୨୦୧୯ ଡିସେମ୍ବର ୩୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ ମନ୍ତ୍ରୀଙ୍କ ତାଲିକାରେ ଏକ ଆଶ୍ଚର୍ଯ୍ୟ କଲାଭଳି ନାମ ରହିଥିଲା। ସେ ଥିଲେ ଏସ୍‌.ଜୟଶଙ୍କର, ଯାହାଙ୍କୁ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। ସେ ଏହା ପୂର୍ବରୁ ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରୁଥିଲେ। ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ପଦ ପୂରଣ କରିବା ପୂର୍ବରୁ ସୁଷମା ସ୍ବରାଜ ସେହି ପଦରେ ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସୁଷମା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଏହିପରି ଭାବରେ ସେ ବୈଦେଶିକ ମନ୍ତ୍ରୀ ଭାବରେ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଏଭଳି ପରିସ୍ଥିତିରେ ଜୟଶଙ୍କରଙ୍କ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବା ଏକ ବଡ଼ ଆହ୍ବାନ ଥିଲା। କିନ୍ତୁ ଗତ ୩ ବର୍ଷ ମଧ୍ୟରେ ସେ କୂଟନୈତିକ ସ୍ତରରେ ଭାରତର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି।

ଜୟଶଙ୍କର ଜଣେ ୧୯୭୭ ବ୍ୟାଚ ଆଇଏଫଏସ୍‌ ଅଧିକାରୀ। ଭାରତ ଏବଂ ଆମେରିକା ମଧ୍ୟରେ ଆଣବିକ ଚୁକ୍ତିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଭାରତର ଏପରି କୂଟନୀତିଜ୍ଞ, ଯାହାଙ୍କୁ ତିନୋଟି ଦେଶ ଚୀନ, ଆମେରିକା ଏବଂ ରୁଷିଆରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରିବାର ତିନି ଦିନ ପୂର୍ବରୁ ଜୟଶଙ୍କରଙ୍କୁ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରିଥିଲେ। ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ତତ୍କାଳୀନ ବୈଦେଶିକ ସଚିବ ସୁଜତା ସିଂଙ୍କୁ ଛଅ ମାସର କାର୍ଯ୍ୟକାଳ ବାକି ଥାଇ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲେ। ଏହା ପରେ ମୋଦି ତାଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ବୈଦେଶିକ ମନ୍ତ୍ରୀ କରାଇଲେ।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ସେପ୍ଟେମ୍ବର ୨୦୧୪ରେ ଆମେରିକା ଗସ୍ତ କରିଥିଲେ। ସେହି ସମୟରେ ଜୟଶଙ୍କର ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିଲେ। କୁହାଯାଏ ଯେଉଁଭଳି ଭାବେ ମୋଦୀଙ୍କ ଗସ୍ତ ଯୋଜନା କରାଯାଇଥିଲା ସେଥିରେ ଜୟଶଙ୍କର ପ୍ରଭାବିତ ହୋଇଥିଲେ। ଏହା ବ୍ୟତୀତ ଜୟଶଙ୍କର ମଧ୍ୟ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ୨୦୧୫ ଜାନୁଆରୀ ୨୬ର ଭାରତ ଗସ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଯେପରି ଭାରତର ପକ୍ଷ ଉପସ୍ଥାପନ କରିଥିଲେ, ସେ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କାରଣ ସେତେବେଳେ ପାଶ୍ଚାତ୍ୟ ଦେଶମାନେ ରୁଷିଆଠାରୁ ତୈଳ କିଣିବା ନିଷ୍ପତ୍ତି ପାଇଁ ଭାରତକୁ ସମାଲୋଚନା କରୁଥିଲେ। ଜୟଶଙ୍କର ସ୍ପଷ୍ଟ ଭାବରେ ଉତ୍ତର ଦେଇଥଲେ ଯେ ଏକ ମାସ ମଧ୍ୟରେ ରୁଷିଆଠାରୁ ଭାରତ ଯେତିକି ତୈଳ  କିଣୁଛି, ସେତିକି ୟୁରୋପ ଗୋଟିଏ ଅପରାହ୍ନରେ କିଣିନେଉଛି।

କେବଳ ସେତିକି ନୁହେଁ ଆମେରିକାର ବୈଦେଶିକ ମନ୍ତ୍ରୀ ଭାରତରେ ମାନବିକ ଅଧିକାର ପରିସ୍ଥିତି ସମ୍ପର୍କରେ ଦେଇଥିବା ବିବୃତ୍ତିର ମଧ୍ୟ ସେ ଦୃଢ ଜବାବ ରଖିଥିଲେ। ସେ ସିଧାସଳଖ ଭାବେ କହିଥିଲେ ଯେ, ଯେଉଁଭଳି ଭାବରେ ଭାରତରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ଆମେରିକା ନିଜର ମତାମତ ଦେଇଥାଏ, ସେହିଭଳି ଭାବେ ଭାରତ ମଧ୍ୟ ଆମେରିକାରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ନିଜର ମତ ରଖିପାରିବ।

ସେହିଭଳି ଆଫଗାନିସ୍ତାନ ମାମଲାରେ ସେ ୟୁରୋପର ଦୋମୁହାଁ ମନୋଭାବ ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ନରୱେର ବୈଦେଶିକ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଆଫଗାନିସ୍ତାନରେ କ’ଣ ଘଟିଛି ତାହା ମନେ ପକାନ୍ତୁ। ସେଠାକାର ସାଧାରଣ ଲୋକଙ୍କୁ ବିଶ୍ୱ ଛାଡିଦେଲା। ଯେତେବେଳେ ଏସିଆରେ ନିୟମ-ଆଧାରିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଥିଲା, ଆମକୁ ୟୁରୋପରୁ ବାଣିଜ୍ୟ ବୃଦ୍ଧି କରିବାକୁ ପରାମର୍ଶ ମିଳିଥିଲା। ଅନ୍ତତଃପକ୍ଷେ ଆମେ ପରାମର୍ଶ ତ ଦେଉନାହୁଁ।

ନିକଟରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଜିଏ) ବୈଠକରେ ଚାଇନାକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ବିଶ୍ୱର କେତେକ ବିପଜ୍ଜନକ ଆତଙ୍କବାଦୀଙ୍କୁ ନିଷେଧ କରିବାକୁ ସମୟ ଆସେ ସେତେବେଳେ କେତେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରନ୍ତି। ବାସ୍ତବରେ ସାଜିଦ ମୀରଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଆମେରିକା ଏବଂ ଭାରତ ମିଳିତ ଜାତିସଂଘକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କିନ୍ତୁ ଚାଇନା ଭେଟୋ ଶକ୍ତି ବ୍ୟବହାର କରି ସାଜିଦଙ୍କୁ ରକ୍ଷା କରିଥିଲା। ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛି ସାଜିଦ ମୀର।

ସେହିଭଳି ରବିବାର ୱାଶିଂଟନରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପାକିସ୍ତାନ ସହିତ ୱାଶିଂଟନର ସମ୍ପର୍କ ଆମେରିକାର ହିତକୁ ପୂରଣ କରେ ନାହିଁ। ବର୍ତ୍ତମାନ ସମୟରେ ଆମେରିକାକୁ ଏହି ସମ୍ପର୍କର ଲାଭ ବିଷୟରେ ଚିନ୍ତା କରିବା ଉଚିତ। ଏଫ୍‌-୧୬ ଭଳି ସାମର୍ଥ୍ୟ ଥିବା ବିମାନ ବିଷୟରେ କଥା ହେଲେ, ଆପଣ ଜାଣନ୍ତି ସେଗୁଡ଼ିକୁ କେଉଁଠାରେ ନିୟୋଜିତ କରାଯାଇଛି। ସେଗୁଡ଼ିକୁ କ’ଣ ପାଇଁ ବ୍ୟବହାର କରାଯାଉଛି। ଆପଣ ଏପରି କଥା କହି କାହାକୁ ବୋକା ବନାଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri