ଇଏସ୍‌ଆଇ ମେଡିକାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ଚୌଦ୍ୱାରସ୍ଥିତ ରାଜ୍ୟ କର୍ମଚାରୀ ବୀମା ଚିକିତ୍ସାଳୟ(ଇଏସ୍‌ଆଇ)ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ଅବଲମ୍ବନ କରି କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପ୍ରଥମେ ସ୍କାନିଂ କରାଯାଇ ପରେ ସାନିଟାଇଜ୍‌ କରାଯିବା ପରେ ମେଡିକାଲ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଛି। ଏଥି ସହିତ ମୁହଁରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ମେଡିକାଲ ପରିସରକୁ ଅନଧିକାର ପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ସୁପରିନ୍‌ଟେଣ୍ଡେଣ୍ଟ୍‌ ସଂଯୁକ୍ତା ଲେଙ୍କା ସୂଚନା ପ୍ରଦାନ କରିଛନ୍ତି। ଦୈନିକ ଶହ ଶହ ରୋଗୀ ଆସୁଥିବା ବେଳେ ଏବେ ରୋଗୀ ସଂଖ୍ୟା କମିଥିବା ଜନୈକ କର୍ମଚାରୀ କହିଛନ୍ତି ।